ଦାସକାଠିଆ
ଓଡ଼ିଶାର ଲୋକ ନୃତ୍ୟ / From Wikipedia, the free encyclopedia
ଦାସକାଠିଆ ଏକ ପାରମ୍ପାରିକ ଓଡ଼ିଆ ସଙ୍ଗୀତ-ନାଟ କଳା । ଏହା ଗଞ୍ଜାମ ସମେତ ଓଡ଼ିଶାର ଅନେକ ଜିଲ୍ଲାରେ ଅଭିନୀତ ହୋଇଥାଏ ।
Quick Facts ଦାସକାଠିଆ, ମାଧ୍ୟମ ...
ଦାସକାଠିଆ | |
---|---|
ମାଧ୍ୟମ | ଗୀତ-ନାଟ |
ସଂସ୍କୃତି | ଓଡ଼ିଆ ଚଳଣି |
ସୃଷ୍ଟି | ଗଞ୍ଜାମ,[1] ଓଡ଼ିଶା |
ଗୀତ-ସଙ୍ଗୀତ | ଦାସକାଠିଆ ସଙ୍ଗୀତ |
କଳାକାର | ଗାହାଣ, ପାଳିଆ |
Close
ଏହା ଆଗକାଳରେ ମନୋରଞ୍ଜନ ଏକ ମୁଖ୍ୟ ମାଧ୍ୟମ ଥିଲା । ଏଠିରେ ଏକ କାଠ ଯୋଡ଼ାକୁ ନିଜ ନିଜ ସହିତ ବଜାଇ[2] ଏକ ନିଆରା ଶବ୍ଦ ତିଆରି କରାଯାଇଥାଏ, ପାଳିଆ ଓ ଗାହାଣ ଏହାକୁ ବ୍ୟବହାର କରି ଗୀତ ଓ ଅଭିନୟ ମାଧମରେ ଏକ ପୁରାଣ ବର୍ଣ୍ଣନାକୁ ପରିବେଷଣ କରିଥାନ୍ତି । ଗାୟକରତ୍ନ ବୈଦ୍ୟନାଥ ଶର୍ମ୍ମା ଦାସକାଠିଆର ଉଲ୍ଲେଖଯୋଗ୍ୟ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ ।