ଥ୍ରୋମ୍ବୋଫ୍ଲେବାଇଟିସ୍
ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ । / From Wikipedia, the free encyclopedia
ଥ୍ରୋମ୍ବୋଫ୍ଲେବାଇଟିସ୍ ରୋଗୀର ଶିରା ପ୍ରଦାହଗ୍ରସ୍ତ ହୋଇ ରକ୍ତ ଜମାଟ ବାନ୍ଧିଯାଏ । [2] ସାଧାରଣତଃ ଏହି ରୋଗରେ ଗୋଡ଼ ପ୍ରଭାବିତ ହୁଏ | [2] ଏହାର ଲକ୍ଷଣ ମଧ୍ୟରେ ଯନ୍ତ୍ରଣା, ଫୁଲା, ଲାଲିମା, ଉଷ୍ମତା ଏବଂ ଶିରା କଠିନତା ଦେଖାଯାଏ | [2] ସଂକ୍ରମିତ ସମୟରେ ଜ୍ୱର ଏବଂ ନିମ୍ନ ରକ୍ତଚାପ ମଧ୍ୟ ହୋଇପାରେ। [4] ରୋଗ ଜଟିଳ ହେଲେ ଫୁସଫୁସ ଏମ୍ବୋଲିଜ୍ମ ଏବଂ ପୋଷ୍ଟ ଥ୍ରୋମାବୋଟିକ୍ ସିଣ୍ଡ୍ରୋମ ହୋଇପାରେ। [1]
Thrombophlebitis | |
---|---|
ଉଚ୍ଚାରଣ |
|
ବିଭାଗ | Emergency medicine |
ଲକ୍ଷଣ | Pain, swelling, redness, warmth, hardening of the vein[2][1] |
ବିପଦ କାରକ | Deceased mobility, recent surgery, pregnancy, birth control pills, cancer, obesity and at site of an intravenous insertion.[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Ultrasound[2] |
ଚିକିତ୍ସା | Blood thinners, pain medication[3] |
ସବୁଠାରୁ ସାଧାରଣ ପ୍ରକାରଗୁଡ଼ିକ ହେଉଛି ବାହ୍ୟ ଥ୍ରୋମ୍ବୋଫ୍ଲେବାଇଟିସ ଏବଂ ଗଭୀର ଶିରା ଥ୍ରୋମ୍ବୋସିସ୍ | [1] ବିଭିନ୍ନ ସ୍ଥାନରେ ବାରମ୍ବାର ଘଟିଲେ ଏହାକୁ ମାଇଗ୍ରେଟୋରୀ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ ଏବଂ ଏହା କର୍କଟ ସହିତ ଜଡ଼ିତ ଥାଏ | [5] ଯେତେବେଳେ ଏହା ସ୍ତନକୁ ପ୍ରଭାବିତ କରେ ଏହାକୁ ମୋଣ୍ଡୋର ରୋଗ କୁହାଯାଏ | [6] ଏହା ସଂକ୍ରମିତ ଥିବା ଅବସ୍ଥାରେ ଏହାକୁ ସେପ୍ଟିକ ଥ୍ରୋମ୍ବୋଫ୍ଲେବାଇଟିସ୍ କୁହାଯାଏ | [4]
ବିପଦ କାରକଗୁଡ଼ିକ ମଧ୍ୟରେ କମ୍ ଗତିଶୀଳତା, ସାମ୍ପ୍ରତିକ ଅସ୍ତ୍ରୋପଚାର, ଗର୍ଭଧାରଣ, ଜନ୍ମ ନିୟନ୍ତ୍ରଣ ବଟିକା, କର୍କଟ, ମୋଟାପଣ, ଭାରିକୋଜ୍ ଶିରା, ରୋଗର ପାରିବାରିକ ଇତିହାସ ଏବଂ ଏକ ଶିରାଭ୍ୟନ୍ତର ଭର୍ତ୍ତି ପଦାର୍ଥ | [2] [1] ଏହାର କାର୍ଯ୍ୟ ପ୍ରଣାଳୀରେ ଖରାପ ରକ୍ତ ପ୍ରବାହ, ରକ୍ତ ଜମାଟ ବାନ୍ଧିବା ଏବଂ ନଷ୍ଟ ଶିରା ହୋଇପାରେ । [1] ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [2]
ପୃଷ୍ଠ ଶିରାରେ ଥିବା ଛୋଟ ଛୋଟ କ୍ଲଟ ନିଜେ ଉପଶମ ହୋଇପାରେ | [2] ଅଶାନ୍ତ ଲାଗିଲେ ଏନଏସଏଆଇଡି (NSAID) ଦେଲେ ଓ ଗୋଡ଼ ଟେକି ରଖିଲେ, ସାହାଯ୍ୟ କରିପାରେ | [7] ରକ୍ତ ପତଳାକାରୀ ଔଷଧ ଯଥା ହେପାରିନ୍, ୱାର୍ଫାରିନ୍ କିମ୍ବା ଆପିକ୍ସାବାନ୍ ମଧ୍ୟ ବାରମ୍ବାର ବ୍ୟବହୃତ ହୁଏ | [7] ବେଳେବେଳେ ଏକ ଭେନା କାଭା ଫିଲ୍ଟର କିମ୍ବା ଆଲଟେପ୍ଲେଜ୍ ବ୍ୟବହାର କରାଯାଇପାରେ | [7] ସାଧାରଣତଃ ୬୦ ବର୍ଷରୁ ଅଧିକ ବୟସ୍କ ଲୋକମାନେ ଅଧିକ ପ୍ରଭାବିତ ହୁଅନ୍ତି | [1]