ତ୍ରିମ୍ବକେଶ୍ଵର ଶିବ ମନ୍ଦିର
ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଓ ଏଠାରେ ବାରଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଗୋଟିଏ ଅଛି / From Wikipedia, the free encyclopedia
ତ୍ରିମ୍ବକେଶ୍ୱର ଶିବ ମନ୍ଦିର (श्री त्र्यंबकेश्वर ज्योतिर्लिंग मंदिर) ଏକ ପୁରାତ ଶିବ ମନ୍ଦିର ଯାହା ଭାରତର ମହାରାଷ୍ଟ୍ର ପ୍ରଦେଶର ନାସିକ ଜିଲ୍ଲାର ତ୍ରିମ୍ବକେଶ୍ୱର ତହସିଲରେ ଥିବା ତ୍ରିମ୍ବକ ଟାଉନରେ ଅବସ୍ଥିତ । ଏହା ନାସିକ ସହରଠାରୁ ୨୮ କିମି ଓ ନାସିକ ରାଶତାରୁ ୪୦ କିମି ଦୂରରେ ଅବସ୍ଥିତ । ଏହି ମନ୍ଦିର ଶିବଙ୍କୁ ସମର୍ପିତ ହୋଇଛି ଓ ଏଠାରେ ବାରଟି ଜ୍ୟୋତିର୍ଲିଙ୍ଗ (jyotirlingas) ମଧ୍ୟରୁ ଗୋଟିଏ ଅଛି ଓ ମହାରାଷ୍ଟ୍ରର ହିନ୍ଦୁ ଜେନିଓଲୋଜି ରେଜିଷ୍ଟର ରଖାଯାଇଛି । ଏହି ତ୍ରିମ୍ବକଠାରୁ ପବିତ୍ର ଗୋଦାବରୀ ନଦୀ ଆରମ୍ଭ ହୋଇଛି ।
ତ୍ରିମ୍ବକେଶ୍ୱର ଶିବ ମନ୍ଦିର, ତ୍ରିମ୍ବକେଶ୍ୱର | |
---|---|
Trimbakeshwar Mandir | |
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Nashik |
ଦେବାଦେବୀ | Shiva |
Festivals | Maha Shivaratri |
Location | |
ସ୍ଥାନ | Trimbak |
State | Maharashtra |
Country | India |
Location within Maharashtra | |
ଭୌଗଳିକ ଅବସ୍ଥିତି | 19°55′56″N 73°31′51″E |
Architecture | |
Type | Hemadpanthi |
Balaji Baji Rao | |
Website | |
Trimbakeshwar Trust Website |
ଇନ୍ଦୋର ଷ୍ଟେଟର ଫଡନାଭିସ ଥିବା ଶ୍ରୀମନ୍ତ ସର୍ଦ୍ଦାର ରାଓସାହେବ ପାରନେକର ମନ୍ଦିର ପରିସରରେ ଏକ କୁଶବର୍ତ କୁଣ୍ଡ (ପବିତ୍ର ପୋଖରୀ) ତିଆରି କରେଇଥିଲେ ଯେଉଁଥିରୁ ଭାରତର ଦ୍ୱିତୀୟ ଦୀର୍ଘ ଗୋଦାବରୀ ନଦୀ ଆରମ୍ଭ ହୋଇଛି । ଏହି କୁଣ୍ଡ ଧାରାରେ ସର୍ଦ୍ଦାର ଫଦନାଭିସ ଓ ତାଙ୍କ ପତ୍ନୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଛି । ପୁରୁଣା ମନ୍ଦିର ଭାଙ୍ଗିଯିବା ପରେ ପେଶୱା ବାଲାଜି ବାଜି ରାଓ ଆଧୁନିକ ମନ୍ଦିର ତୋଳେଇଥିଲେ ।