![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/fc/2017_Doklam_Standoff.jpg/640px-2017_Doklam_Standoff.jpg&w=640&q=50)
ଡୋକଲାମ୍ ବିବାଦ
From Wikipedia, the free encyclopedia
୨୦୧୭ ମସିହାରେ ଭାରତୀୟ ସେନା ଓ ଚୀନର ପିପୁଲ୍ସ୍ ଲିବରେସନ୍ ଆର୍ମି ମଧ୍ୟରେ ଡୋକଲାମ୍ ଅଞ୍ଚଳରେ ଏକ ବିବାଦ ସୃଷ୍ଟି ହୋଇଥିଲା । ଏହି ଅଞ୍ଚଳରେ ଚୀନୀ ସେନା ଏକ ସଡକର ସମ୍ପ୍ରସାରଣ କରିବାକୁ ଉଦ୍ୟମ ଆରମ୍ଭ କରିଥିଲା ଯାହା ଏହି ବିବାଦର ମୂଳ କାରଣ ଥିଲା । ଡୋକଲାମ୍ ଅଞ୍ଚଳ ଡୋଂଗ୍ଲାଂଗ୍ ବା ଡୋଂଗ୍ଲାଂଗ୍ ଚାଓଚାଂଗ୍ ନାମରେ ମଧ୍ୟ ପରିଚିତ । ଚାଓଚାଂଗ୍ର ଅର୍ଥ ହେଲା ତୃଣଭୂମି ବା ଚରାଭୂଈଁ । ୧୬ ଜୁନ୍ ୨୦୧୭ରେ ଚୀନୀ ସେନା ନିଜର ସଡକ ନିର୍ମାଣକାରୀ ଉପକରଣ ସହିତ ଡୋକଲାମ୍ ପହଞ୍ଚି ସେଠାରେ ଏକ ପୂର୍ବରୁ ଥିବା ଏକ ସଡକକୁ ଦକ୍ଷିଣ ପଟକୁ ସମ୍ପ୍ରସାରଣ କରିବା ଆରମ୍ଭ କଲେ । ଡୋକଲାମ୍ କ୍ଷେତ୍ରଟି ଉପରେ ଚୀନ ଓ ଭୁଟାନ (ଭାରତର ପଡୋଶୀ ଓ ମିତ୍ରଦେଶ) ନିଜର ଅଧିକାର ଦାବୀ କରୁଥିବାରୁ ଏହା ଏକ ବିବାଦୀୟ କ୍ଷେତ୍ର । ୧୮ ଜୁନ୍ ୨୦୧୭ରେ ପ୍ରାୟ ୨୭୦ ସଂଖ୍ୟକ ଭାରତୀୟ ସୈନିକ ଅସ୍ତ୍ରଶସ୍ତ୍ର ଓ ସଡକ ଧ୍ୱଂସକ ବୁଲ୍ଡୋଜର୍ ଇତ୍ୟାଦି ସହ ଡୋକଲାମ୍ ଅଞ୍ଚଳରେ ପ୍ରବେଶ କଲେ । ୨୮ ଅଗଷ୍ଟ ୨୦୧୭ ଦିନ ଉଭୟ ଭାରତ ଓ ଚୀନ ନିଜ ନିଜ ସୈନ୍ୟବଳ ଡୋକଲାମ୍ କ୍ଷେତ୍ରରୁ ପ୍ରତ୍ୟାହାର କରିନେଇଥିବା ଜଣାପଡିଲା ।
୨୦୧୭ର ଭାରତ-ଚୀନ ମଧ୍ୟରେ ଡୋକଲାମ୍ ବିବାଦ | |||||||
---|---|---|---|---|---|---|---|
Chinese photograph of Indian troops at Doklam standoff.png ଚୀନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଚିତ୍ରରେ ଭାରତର ସୈନ୍ୟମାନେ ଡୋକଲାମ୍କୁ ଅନୁପ୍ରବେଶ କରିଛନ୍ତି ବୋଲି କୁହାଯାଇଥିଲା |
|||||||
|
|||||||
ପକ୍ଷ | |||||||
![]() ( ![]() | ![]() |
||||||
କ୍ଷୟକ୍ଷତି | |||||||
କିଛି ସୈନିକ ଆହତ ହେବା[1] | କିଛି ସୈନିକ ଆହତ ହେବା[1] |
![Thumb image](http://upload.wikimedia.org/wikipedia/commons/thumb/f/fc/2017_Doklam_Standoff.jpg/320px-2017_Doklam_Standoff.jpg)