ଡାବିଗାଟ୍ରାନ
ଡାବିଗାଟ୍ରାନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରଡାକ୍ସା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ରକ୍ତ ଜମାଟ / From Wikipedia, the free encyclopedia
ଡାବିଗାଟ୍ରାନ ଏକ ଔଷଧ ଯାହା ଅନ୍ୟମାନଙ୍କ ମଧ୍ୟରେ ପ୍ରଡାକ୍ସା ବ୍ରାଣ୍ଡ ନାମରେ ବିକ୍ରି ହେଉଥିବା ଏକ ରକ୍ତ ଜମାଟ ପ୍ରତିରୋଧକ ଓ ଚିକିତ୍ସା ନିମନ୍ତେ ଦିଆଯାଏ ଏବଂ ଆଟ୍ରିଆଲ୍ ଫାଇବ୍ରିଲେସନ୍ ରୋଗୀଙ୍କଠାରେ ଷ୍ଟ୍ରୋକ୍ ରୋକିବା ପାଇଁ ବ୍ୟବହୃତ ହୁଏ | [3] [4] ବିଶେଷତଃ ହିପ ଓ ଆଣ୍ଠୁ ପ୍ରତିସ୍ଥାପନ ପରବର୍ତ୍ତୀ କାଳରେ ଏହା ରକ୍ତ ଜମାଟ ପ୍ରତିରୋଧ ପାଇଁ ଓ ଜମାଟର ଇତିହାସ ଥିଲେ ବ୍ୟବହୃତ ହୁଏ । [3] ଏହା ୱାର୍ଫାରିନର ବିକଳ୍ପ ଭାବରେ ବ୍ୟବହୃତ ହୁଏ ଏବଂ ରକ୍ତ ପରୀକ୍ଷାଦ୍ୱାରା ମନିଟରିଂ ଆବଶ୍ୟକ ହୁଏ ନାହିଁ। [3] ଏହା ପାଟିରେ ଦିଆଯାଏ | [3]
Clinical data | |
---|---|
Trade names | Pradaxa, Pradax, Prazaxa, others |
Synonyms | Dabigatran etexilate (USAN US) |
AHFS/Drugs.com | monograph |
MedlinePlus | a610024 |
data |
|
Pregnancy category |
|
Routes of administration | By mouth |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 3–7%[3] |
Protein binding | 35%[3] |
Elimination half-life | 12–17 hours[3] |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG | |
ChEBI | |
ChEMBL | |
Chemical and physical data | |
Formula | C34H41N7O5 |
Molar mass | ୬୨୭.୭୫ g·mol−1 |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ ଏବଂ ପାକସ୍ଥଳୀ ପ୍ରଦାହ ହୋଇପାରେ | [3] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମେରୁଦଣ୍ଡରୁ ରକ୍ତସ୍ରାବ ଓ ଆନାଫାଇଲାକ୍ସିସ ପରି ଆଲର୍ଜି ପ୍ରତିକ୍ରିୟା ଦେଖାଯାଏ ।[3] ପ୍ରବଳ ରକ୍ତସ୍ରାବ ହେଲେ ଏହା ଇଡାରୁସିଜୁମାବ ଆଣ୍ଟିଡୋଟ୍ ଦେଲେ ବନ୍ଦ ହୋଇପାରେ। [3] ଗର୍ଭଧାରଣ କିମ୍ବା ସ୍ତନ୍ୟପାନ ସମୟରେ ବ୍ୟବହାର ସୁପାରିଶ କରାଯାଏ ନାହିଁ | [3] ୱାରଫାରିନ ତୁଳନାରେ ଏହାର ଅନ୍ୟାନ୍ୟ ଔଷଧ ସହିତ ଅଳ୍ପ ପ୍ରତିକ୍ରିୟା ହୁଏ । [5] ଏହା ଏକ ଥ୍ରୋମ୍ବିନ ଇନହିବିଟର ।[6]
ଯୁକ୍ତରାଷ୍ଟ୍ରରେ ୨୦୧୦ ମସିହାରେ ଡାକ୍ତରୀ ବ୍ୟବହାର ପାଇଁ ଡାବିଗାଟ୍ରାନ୍ ଅନୁମୋଦିତ ହୋଇଥିଲେ। [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଜରୁରୀ ଔଷଧ ତାଲିକାରେ ଅଛି ।[7] ଯୁକ୍ତରାଜ୍ୟରେ ୨୦୧୯ ମସିହାରେ ଏକ ମାସ ଯୋଗାଣ ମୁଲ୍ୟ ୫୧ ପାଉଣ୍ଡ ଥିଲା । [6] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ହୋଲସେଲ ମୂଲ୍ୟ ପ୍ରାୟ ୪୧୬ ଡଲାର ଥିଲା । [8] ୨୦୧୭ ମସିହାର ଏହା ଯୁକ୍ତରାଷ୍ଟ୍ରରେ ୩୦୨ତମ ସାଧାରଣ ପ୍ରେସକ୍ରିପସନ ଔଷଧ ଥିଲା, ଯେଉଁଥିରେ ଏକ ମିଲିୟନରୁ ଅଧିକ ପ୍ରେସକ୍ରିପସନ୍ ରହିଥିଲା | [9]