ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ
From Wikipedia, the free encyclopedia
ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ (ଇଂରାଜୀ ଭାଷାରେ Tricyclic antidepressant overdose) ଏକ ବିଷକ୍ରିୟା poisoning ଯାହା ଅତ୍ୟଧିକ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ (tricyclic antidepressant ବା TCA)) ଟାଇପର ଔଷଧ ସେବନ କଲେ ଦେଖାଯାଏ । ଏହାର ଲକ୍ଷଣ: ଅତିରିକ୍ତ ଜ୍ୱର, ଝାପସା ଦୃଷ୍ଟି, ବିସ୍ଫାରିତ ଆଖି ପୁତଳା (dilated pupils), ନିଦୁଆ ଭାବ, ଦ୍ୱନ୍ଦ, ବାତ (seizures), ଟାକିକାର୍ଡ଼ିଆ (rapid heart rate) ଓ ହୃଦ୍ରୋଧ । [1] ଔଷଧ ସେବନର ୬ଘଣ୍ଟା ମଧ୍ୟରେ କିଛି ଲକ୍ଷଣ ନ ବାହାରିଲେ ତା'ପରେ କିଛି ହେବା ସମ୍ଭାବନା କମ୍ ରହେ । [2]
ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ | |
---|---|
ଇଂରାଜୀ ପ୍ରତିଶବ୍ଦ - TCA poisoning, TCA overdose, TCA toxicity | |
ବିଭାଗ | ଆପତକାଳୀନ ଭେଷଜ ବିଭାଗ (emergency medicine) |
ଲକ୍ଷଣ | ହାଇପରଥର୍ମିଆ ବା ଅତିରିକ୍ତ ଜ୍ୱର (elevated body temperature), ବିସ୍ଫାରିତ ଆଖି ପିତୁଳା, ଅନିୟମିତ ହୃତ୍ ସ୍ପନ୍ଦନ, ବାତ (seizures)[1] |
ଆକ୍ରାନ୍ତ ସମୟ | ୬ ଘଣ୍ଟା ମଧ୍ୟରେ । [2] |
କାରଣ | ସ୍ୱେଚ୍ଛାକୃତ ବା ଦୁର୍ଘଟଣା ।[2][3] |
ଚିକିତ୍ସା | ସାହାଯ୍ୟକାରୀ ଚିକିତ୍ସା (supportive), ସୋଡ଼ିଅମ ବାଇକାର୍ବୋନେଟ (sodium bicarbonate), ଲିପିଡ ଇମଲସନ (lipid emulsion)[2] |
ପୁନଃପୌନିକ | ସାଧାରଣ କେଶ୍ [1][4] |
ମୃତ୍ୟୁ ସାନ୍ଦ୍ରତା | ଇଂଲଣ୍ଡରେ ବର୍ଷକୁ ପ୍ରାୟ ୨୭୦ କେଶ୍ ।[1] |
ଆତ୍ମହତ୍ୟା ବା ଦୁର୍ଘଟଣା କାରଣରୁ ଟିସିଏ ମାତ୍ରାଧିକ ହୋଇପାରେ । ଟକ୍ସିକ ଡୋଜ ବା ବିଷାକ୍ତ ମାତ୍ରା ନିର୍ଦ୍ଦିଷ୍ଟ ଟିସିଏ ଉପରେ ନିର୍ଭର କରେ । [2] ଡେସିପ୍ରାମିନ (desipramine), ନରଟ୍ରିପ୍ଟିଲିନ nortriptyline, ଓ ଟ୍ରିମିପ୍ରାମିନ trimipramine ଔଷଧ ଗୁଡ଼ିକ ୨.୫ ମିଗ୍ରା/କେଜିରୁ କମ ଥିଲେ ବିଷସମ୍ପନ୍ନ ହୁଏ ନାହିଁ, ବାକି ଅଧିକାଂଶ ଔଷଧ ପ୍ରାୟ ୫ମିଗ୍ରା/କେଜିରେ ମଧ୍ୟ ବିଷସମ୍ପନ୍ନ ହୁଏନାହିଁ । [5][2] ଛୋଟ ପିଲା ଗୋଟିଏ ବା ଦୁଇଟି ବଟିକା ଖାଇଲେ ଘାତକ ହୋଇପାରେ । [6] କେଶ ଅନୁଶୀଳନ କଲାବେଳେ ମାତ୍ରାଧିକ ହେବା ସମ୍ଭାବନା ଥିଲେ ଇସିଜି (electrocardiogram) କରିବା ଆବଶ୍ୟକ ।[2]
ଏହି ବିଷକ୍ରିୟାରେ ସକ୍ରିୟ ଚାରକୋଲ (activated charcoal) ଦେବାକୁ ସୁପାରିସ କରାଯାଏ । [1] ଲୋକଙ୍କୁ ବାନ୍ତି କରିବାକୁ ପ୍ରବର୍ତ୍ତେଇବା ଆବଶ୍ୟକ ନୁହେଁ । ଚଉଡ଼ା କ୍ୟୁଆରଏସ କମ୍ପ୍ଲେକ୍ସ (>୧୦୦ଏମଏସ) ଥିଲେ ସୋଡ଼ିଅମ ବାଇକାର୍ବୋନେଟ ଦିଆଯାଏ । ବାତ ମାରୁଥିଲେ ବେଞ୍ଜୋଡାଏଜେପିନ (benzodiazepines) ଦିଆଯାଏ । [2] ନିମ୍ନ ରକ୍ତଚାପ ଥିଲେ ଶିରାଭ୍ୟନ୍ତର ତରଳ ପଦାର୍ଥ ଓ ନରଏପିନେଫ୍ରିନ norepinephrine ଦିଆଯାଏ । [1] ଶିରାଭ୍ୟନ୍ତର ଲିପିଡ ଇମଲସନ (intravenous lipid emulsion) ପରୀକ୍ଷା କରାଯାଇପାରେ । [3]
ଶତାବ୍ଦୀ ୨୦୦୦ର ପ୍ରଥମ ଭାଗରେ ବିଷକ୍ରିୟା ସମ୍ପନ୍ନ ରୋଗୀଙ୍କ ମଧ୍ୟରେ ସର୍ବାଧିକ ସାଧାରଣ କାରଣ ଟିସିଏ ଥିଲା । [1] ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦୪ ମସିହାରେ ୧୨,୦୦୦ରୁ ଅଧିକ କେଶ ଥିଲେ । [2] ଏହା ଯୋଗୁ ଇଂଲଣ୍ଡରେ ବର୍ଷକୁ ୨୭୦ ମୃତ୍ୟୁ ହେଉଥିଲା । ସନ ୧୯୫୯ରେ ପ୍ରଥମେ ଟ୍ରାଇସାଇକ୍ଲିକ ଆଣ୍ଟଡିପ୍ରେସାଣ୍ଟ ଓଭରଡୋଜ ବିଷୟ ରିପୋର୍ଟ ହୋଇଥିଲା । [1]