From Wikipedia, the free encyclopedia
ଟୁଲାରେମିଆ (ଇଂରାଜୀ ଭାଷାରେ Tularemia, ଅନ୍ୟ ନାମ ରାବିଟ ଫିଭର) ଏକ ସଂକ୍ରାମକ ରୋଗ (Infectious disease) ଯାହା ଫ୍ରାନ୍ସିସେଲା ଟୁଲାରେନସିସ (Francisella tularensis) ନାମକ ଜୀବାଣୁଦ୍ୱାରା (bacterium ) ହୁଏ ।[4] ଏହି ରୋଗରେ ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes) ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[3] କ୍ୱଚିତ ଏହାଦ୍ୱାରା ନିମୋନିଆ ବା ଗଳା ସଂକ୍ରମଣ ହୋଇପାରେ । [3]
ଟୁଲାରେମିଆ (Tularemia) | |
---|---|
Tularaemia, Pahvant Valley plague,[1] rabbit fever,[1] deer fly fever, Ohara's fever[2] | |
ବିଭାଗ | ସଂକ୍ରାମକ ରୋଗ(Infectious disease) |
ଲକ୍ଷଣ | ଜ୍ୱର, ଚର୍ମ ଘାଆ (skin ulcer), ଲିମ୍ଫାଡେନୋପାଥି (large lymph nodes)[3] |
କାରଣ | (Francisella tularensis) (spread by (tick), (deer flies), contact with infected animals)[4] |
ରୋଗ ନିର୍ଣ୍ଣୟ ପଦ୍ଧତି | ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture)[5] |
ପ୍ରତିକାର | କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ, not disturbing dead animals[6] |
ଔଷଧ | ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍ସିସାଇକ୍ଲିନ, ସିପ୍ରୋଫ୍ଲୋକ୍ସାସିନ୍[5] |
Prognosis | ଚିକିତ୍ସାର ଉତ୍ତମ ଫଳ[4] |
ପୁନଃପୌନିକ | ବର୍ଷକୁ ୨୦୦ ରୋଗୀ (US)[7] |
ଏହି ରୋଗର ଜୀବାଣୁ ଟିକ (tick) ବା ଡିଅର ଫ୍ଲାଇଦ୍ୱାରା (deer flies) ବା ସଂକ୍ରମିତ ପଶୁଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ ।[4] ପ୍ରଦୂଷିତ ଜଳ ବା ଧୂଳିଦ୍ୱାରା ମଧ୍ୟ ବ୍ୟାପିଥାଏ । [4] ମଣିଷଠାରୁ ମଣିଷକୁ ବ୍ୟାପେନାହିଁ ।[8] ରକ୍ତ ପରୀକ୍ଷା, ଜୀବାଣୁ କଲଚର (microbial culture) କରି ରୋଗ ନିର୍ଣ୍ଣୟ କରାଯାଏ ।[5][9]
କୀଟ ବିକର୍ଷକ (Insect repellent, ଲମ୍ବା ପ୍ୟାଣ୍ଟ ପରିଧାନ, ଦୃତ ଟିକ ଦୂରୀକରଣ ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[6] ସ୍ଟ୍ରେପ୍ଟୋମାଇସିନ ଦେଇ ସାଧାରଣତଃ ଏହାର ଚିକିତ୍ସା କରାଯାଏ । [9] ଏହା ବ୍ୟତୀତ ସ୍ଟ୍ରେପ୍ଟୋମାଇସିନ, ଜେଣ୍ଟାମାଇସିନ, ଡକ୍ସିସାଇକ୍ଲିନ, ସିପ୍ରୋଫ୍ଲୋକ୍ସାସିନ୍ ଓଷଧ ସାହାଯ୍ୟରେ ମଧ୍ୟ ଚିକିତ୍ସା କରାଯାଏ ।[5]
ସନ ୧୯୭୦ରୁ ୨୦୧୫ ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ୨୦୦ ରୋଗୀ ଚିହ୍ନଟ ହୋଇଥିଲେ ।[7] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରମଣର ଶିକାର ହୋଇଥିଲେ ।[7] ଯୁବକ ଓ ମଧ୍ୟ ବୟସ୍କ ଲୋକଙ୍କୁ ଅଧିକ ରୋଗ ହେବା ଦେଖାଯାଏ ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଗ୍ରୀଷ୍ମ ଦିନେ ରୋଗ ଅଧିକ ହୁଏ ।[7] ଟୁଲାରେ କାଉଣ୍ଟି, କାଲିଫର୍ନିଆରେ ଏହି ରୋଗ ସନ ୧୯୧୧ରେ ଆବିଷ୍କୃତ ହୋଇଥିବାରୁ ଏହାର ନାମ ଟୁଲାରେମିଆ ରଖାଯାଇଛି ।[10] ଠେକୁଆ ଭଳି ଅନେକ ପଶୁମାନଙ୍କୁ ମଧ୍ୟ ଏ ରୋଗ ହୋଇପାରେ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.