ଟିଆଗାବିନ
From Wikipedia, the free encyclopedia
ଟିଆଗାବିନ, ଗାବିଟ୍ରିଲ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ଅପସ୍ମାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] ନିର୍ଦ୍ଦିଷ୍ଟ ଭାବରେ ଏହା ଆଂଶିକ ବାତ (partial seizure) ପାଇଁ ବ୍ୟବହୃତ ହୁଏ ଯାହା ଅନ୍ୟ ପଦକ୍ଷେପଦ୍ୱାରା ନିୟନ୍ତ୍ରିତ ହୋଇନଥାଏ ।[4] ଅନ୍ୟାନ୍ୟ ବ୍ୟାଧି ପାଇଁ ବ୍ୟବହାର ଉତ୍ସାହ ଜନକ ନୁହେଁ ।[4] ଏହା ପାଟିରେ ଦିଆଯାଏ, ସାଧାରଣତଃ ଦିନରେ ଖାଦ୍ୟ ସହିତ ବିଭାଜିତ ମାତ୍ରାରେ ଦିଆଯାଏ ଓ ଏକ ଛୋଟ ମାତ୍ରାରୁ ଆରମ୍ଭ କରି ଧୀରେ ଧୀରେ ବୃଦ୍ଧି କରାଯାଇଥାଏ ।[5]
Clinical data | |
---|---|
Pronunciation | /taɪˈæɡəbiːn/ |
Trade names | Gabitril |
AHFS/Drugs.com | monograph |
MedlinePlus | a698014 |
Pregnancy category |
|
Routes of administration | By mouth (tablets) |
Legal status | |
Legal status |
|
Pharmacokinetic data | |
Bioavailability | 90–95%[1] |
Protein binding | 96%[1] |
Metabolism | Liver (CYP450 system,[1] primarily CYP3A)[2] |
Elimination half-life | 5–8 hours[3] |
Excretion | Fecal (63%) and kidney (25%)[2] |
Identifiers | |
IUPAC name
| |
Chemical and physical data | |
Formula | C20H25NO2S2 |
Molar mass | ୩୭୫.୫୫ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଳାନ୍ତି, ନିଦ୍ରା, ଅଇ, ବିରକ୍ତି ଭାବ, ଯନ୍ତ୍ରଣା ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[4] କେତେକ ପ୍ରକାରର ଅପସ୍ମାରରେ ବାତ ବାରମ୍ବାର ହୋଇପାରେ ।[6] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆତ୍ମହତ୍ୟା ଏବଂ ସ୍ଟିଭେନ୍ସ-ଜନସନ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ ।[4] ଗର୍ଭାବସ୍ଥାରେ ନିରାପତ୍ତା ଅସ୍ପଷ୍ଟ ଥିବାବେଳେ ଶିଶୁର କ୍ଷତି ହୋଇପାରେ ବୋଲି ଚିନ୍ତା କରାଯାଉଛି। ।[4] ଏହା ୱାଇ- ଆମିନୋବ୍ୟୁଟିରିକ୍ ଏସିଡ୍କୁ (GABA) ପ୍ରଭାବିତ କରି କାମ କରେ ବୋଲି ବିଶ୍ୱାସ କରାଯାଏ ।[4]
୧୯୯୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଟିଆଗାବିନ ଅନୁମୋଦିତ ହୋଇଥିଲା ।[4] ଯୁକ୍ତରାଜ୍ୟରେ ୧୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୧୦୪ ପାଉଣ୍ଡ ଥିଲା ।[6] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୩୦୦ ଡଲାର ଅଟେ ।[4] [7]