ଜୀବସାର
From Wikipedia, the free encyclopedia
ପ୍ରତିଶବ୍ଦ- ଭିଟାମିନ, ଜୀବନିକା, ଖାଦ୍ୟପ୍ରାଣ ।
ଜୀବସାର ଗୋଟିଏ ଇରାଂଜୀ ଶବ୍ଦ ଯାହାକୁ ସମସ୍ତେ ବୁଝି ପାରନ୍ତି । ଭିଟା ଶବ୍ଦର ଅର୍ଥ ପ୍ରାଣ (Life) ଓ ଏହା ଏକ ଆମିନ ଧରଣର ଜୈବ (Organic) ପଦାର୍ଥ ବୋଲି ଧରାଯାଉ ଥିବାରୁ ଆମିନ ନାମ ଦେଇ ଭିଟାମିନ ନାମ କରଣ କରାଯାଇ ଥିଲା । ସୁତରାଂ ଭିଟାମିନ ଜୀବମାନଙ୍କ ନିମନ୍ତେ ସ୍ୱଳ୍ପ ପରିମାଣର ଏକ ଅତ୍ୟାବଶ୍ୟକ ଜୈବିକ ପଦାର୍ଥ ।[1] ଯେତେବେଳେ ଜୈବିକ ରାସାୟନିକ ପଦାର୍ଥ ଜୀବ ଶରୀରରେ ଯଥେଷ୍ଟ ପରିମାଣରେ ପ୍ରସ୍ତୁତ ହୋଇ ପାରେ ନାହିଁ ଓ ତାହାକୁ ବାହାରୁ ସଂଗ୍ରହ କରିବାକୁ ପଡ଼େ ସେତେବେଳେ ତାହାକୁ ଭିଟାମିନ କୁହାଯାଏ । ତେଣୁ ଏହା ଏକ ସର୍ତ୍ତ ମୂଳକ ଶବ୍ଦ ।
ଭିଟାମିନ ଗୁଡ଼ିକ ମଧ୍ୟରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ (ଖାଦ୍ୟ ଖଣିଜ ଲବଣ, ଫ୍ୟାଟି ଏସିଡ ବା ଆମିନୋ ଏସିଡ) ପୋଷକ ଅନ୍ତର୍ଭୁକ୍ତ ନୁହେଁ ଓ ଅନ୍ୟ ବହୁତ କଦବା ଆବଶ୍ୟକ ହେଉଥିବା ପୋଷକ ମଧ୍ୟ ଅନ୍ତର୍ଭୁକ୍ତ ନୁହେଁ ।[2] ଅଧୂନା ତେରଟି ଭିଟାମିନ ଚିହ୍ନଟ ହୋଇଛି ।
ଗଠନ (Structure) ଅନୁସାରେ ନ ହୋଇ ଜୈବିକ(Biological) ଓ ରାସାୟନିକ କ୍ରିୟା (Chemical activity) ଅନୁସାରେ ଭିଟାମିନର ବର୍ଗୀକରଣ କରା ଯାଇଥାଏ । ପ୍ରତ୍ୟେକ ଭିଟାମିନ ଅଲଗା ପ୍ରକାର ଜୈବିକ ପ୍ରକ୍ରିୟା ପ୍ରଦର୍ଶନ କରନ୍ତି ଓ ଏମାନଙ୍କୁ ଅକ୍ଷର ଅନୁସାରେ ନାମ ଦିଆ ଯାଇଥାଏ । ଉଦାହରଣ ସ୍ୱରୁପ ଭିଟାମିନ 'ଏ' (ବା 'କ') ଦଳରେ ରେଟିନଲ, ରେଟିନାଲ ଓ ଚାରି ପ୍ରକାର କ୍ୟାରୋଟିନଏଡ ଅଛନ୍ତି । ଶରୀରରେ ଭିଟାମିନ ବ୍ୟବହାରିକ ରୁପକୁ ରୁପାନ୍ତରିତ ହୁଏ ଓ ନିଜ ମଧ୍ୟରେ ରୁପାନ୍ତର ହୁଏ ।
ଭିଟାମିନମାନଙ୍କର ବହୁଧା ଜୈବ ରାସାୟନିକ କ୍ରିୟା ଥାଏ । ଉଦାହରଣ ସ୍ୱରୁପ ଭିଟାମିନ ଡି ମିନେରାଲ ମେଟାବୋଲିଜ୍ମରେ ହରମୋନ ଭଳି କାମ କରେ ଓ ଭିଟାମିନ ଏ ତନ୍ତୁ ବୃଦ୍ଧି ଓ ବିଭେଦନ (Differntiation) କରେ । ଭିଟାମିନ ଇ ଓ ସି ଆଣ୍ଟିଅକ୍ସିଡାଣ୍ଟ କାମ କରେ[3] । ସଂଖ୍ୟାଧିକ ଥିବା ବି କମ୍ପ୍ଲେକ୍ସ ଏଞ୍ଜାଇମ କୋ-ଫ୍ୟାକ୍ଟର ପୂର୍ବ ରୁପରେ ଥାଏ ଯାହା ଏଞ୍ଜାଇମ କାଟାଲିସ୍ଟ ଭାବରେ କାମ କରେ । ଫ୍ୟାଟି ଏସିଡ ତିଆରି କରିବା ନିମନ୍ତେ ଏନଜାଇମର ଅଂଶ ରୂପେ ବାୟୋଟିନ କାମ କରେ । ଏହା କୋଏନଜାଇମ ରୁପେ ମଧ୍ୟ କାମ କରେ, ଉଦାହରଣ: ଫୋଲିକ ଏସିଡ କୋଷ ମଧ୍ୟରେ ମେଥାଇଲ, ଫର୍ମିଲ ଓ ମେଥିଲିନ ବହନ କରେ । ଏଗୁଡ଼ିକା ଭିଟାମିନର ସୁପରିଚିତ କର୍ମ କିନ୍ତୁ ଏହା ବ୍ୟତିତା ଅନ୍ୟ ପ୍ରମୂଖ କାରଣ ଅଛି ।
୧୯୩୦ ଦଶନ୍ଧିରେ ସେମିସିନ୍ଥେଟିକ ଭିଟାମିନ ସି ଓ ଇଷ୍ଟରୁ ଭିଟାମିନ ବି କମ୍ପ୍ଲେକ୍ସ ଉତ୍ପାଦନ କରାଗଲା । ଅଧୁନା ରାସାୟନିକ ଦ୍ରବ୍ୟ ରୁପେ ଭିଟାମିନ ତିଆରି ଶସ୍ତାରେ ତିଆରି ହୋଇ ବିକ୍ରି କରାଯାଉଛି ।