ଜାହାଁଆରା ବେଗମ
ମୋଗଲ ସାମ୍ରାଜ୍ୟର ରାଜକୁମାରୀ / From Wikipedia, the free encyclopedia
ଜାହାଁଆରା ବେଗମ (୨୩ ମାର୍ଚ୍ଚ ୧୬୧୪ - ୧୬ ସେପ୍ଟେମ୍ବର ୧୬୮୧) ଜଣେ ମୋଗଲ ରାଜକୁମାରୀ ଥିଲେ ଏବଂ ପରେ ୧୬୩୧ରୁ ୧୬୫୮ ମସିହା ପର୍ଯ୍ୟନ୍ତ ଏବଂ ପୁନର୍ବାର ୧୬୬୮ରୁ ମୃତ୍ୟୁ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ପାଦଶାହ ବେଗମ ହୋଇଥିଲେ । ସେ ସମ୍ରାଟ ଶାହଜାହାନ ଏବଂ ମୁମତାଜ ମହଲଙ୍କ ଦ୍ୱିତୀୟ ତଥା ଜ୍ୟେଷ୍ଠ ସନ୍ତାନ ଥିଲେ । ୧୬୩୧ ମସିହାରେ ମୁମତାଜ ମହଲଙ୍କ ଅକାଳ ମୃତ୍ୟୁ ପରେ, ୧୭ ବର୍ଷୀୟ ଜାହାଁଆରାଙ୍କୁ ରାଜକୀୟ ମୋହରର ଦାଇତ୍ୱଭାର ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ପିତାଙ୍କର ତିନିଜଣ ଜୀବିତ ପତ୍ନୀ ଥିବା ସତ୍ତ୍ୱେ ମୋଗଲ ସାମ୍ରାଜ୍ୟର ପାଦଶାହ ବେଗମ (ପ୍ରଥମ ମହିଳା)ର ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା । ସେ ଶାହଜାହାନଙ୍କ ପ୍ରିୟ ଝିଅ ଥିଲେ । ତାଙ୍କ ପିତାଙ୍କ ଶାସନ କାଳରେ ସେ ପ୍ରମୁଖ ରାଜନୈତିକ ପ୍ରଭାବ ପ୍ରଦର୍ଶନ କରିଥିଲେ ଏବଂ ସେହି ସମୟରେ ତାଙ୍କୁ "ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ମହିଳା" ଭାବରେ ବିବେଚନା କରାଯାଇଥିଲା ।[2]
ଜାହାଁଆରା ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ | |
୧୮ ବର୍ଷ ବୟସରେ ବେଗମଙ୍କ ଚିତ୍ର, ଚିତ୍ରକଳା ୧୬୩୨ | |
ପ୍ରଥମ ଶାସନ | ୧୭ ଜୁନ ୧୬୩୧ – ୩୧ ଜୁନ ୧୬୫୮ |
ପୂର୍ବାଧିକାରୀ | ମୁମତାଜ ମହଲ |
ଉତ୍ତରାଧିକାରୀ | ରୋଶନାରା ବେଗମ |
Reign | ୧୬୬୯ – ୧୬ ସେପ୍ଟେମ୍ବର ୧୬୮୧ |
Predecessor | ରୋଶନାରା ବେଗମ |
Successor | ଜିନତ-ଉନ-ନିସା |
Posthumous name | |
ସାହିବତ-ଉଜ-ଜମାନି | |
[[Royal house|]] | ତିମୁରିଦ ରାଜବଂଶ |
ବାପା | ଶାହଜାହାନ |
ମାଆ | ମୁମତାଜ ମହଲ |
ଜନ୍ମ | ୨୩ ମାର୍ଚ୍ଚ ୧୬୧୪[1] ଅଜମେର, ମୋଗଲ ସାମ୍ରାଜ୍ୟ |
ମୃତ୍ୟ | ୧୬ ସେପ୍ଟେମ୍ବର ୧୬୮୧(1681-09-16) (ବୟସ ୬୭) ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ |
ସମାଧି | ନିଜାମୁଦ୍ଦିନ ଦର୍ଗା, ଦିଲ୍ଲୀ |
ଧର୍ମ | ସୁନ୍ନୀ ଇସ୍ଲାମ |
ଜାହାଁଆରା ତାଙ୍କ ଭାଇ ଦାରା ଶିଖୋଙ୍କର ଜଣେ ଦୃଢ ସମର୍ଥକ ଥିଲେ ଏବଂ ତାଙ୍କୁ ପିତାଙ୍କ ମନୋନୀତ ଉତ୍ତରାଧିକାରୀ ଭାବରେ ସମର୍ଥନ କରିଥିଲେ । ୧୬୫୭ ମସିହାରେ ଶାହଜାହାନଙ୍କ ଅସୁସ୍ଥତା ପରେ ଉତ୍ତରାଧିକାରୀ ନିମନ୍ତେ ହେଉଥିବା ଯୁଦ୍ଧ ସମୟରେ ଜାହାଁଆରା ଉତ୍ତରାଧିକାରୀ ଦାରାଙ୍କ ପକ୍ଷ ନେଇ ଆଗ୍ରା ଦୁର୍ଗରେ ତାଙ୍କ ପିତାଙ୍କ ସହ ଯୋଗ ଦେଇଥିଲେ, ଯେଉଁଠାରେ ଆଉରଙ୍ଗଜେବ ତାଙ୍କୁ ବନ୍ଦୀଗୃହକୁ ନେଇଗଲେ । ଜଣେ ନିଷ୍ଠାପର ଝିଅ ଭାବେ ସେ ୧୬୬୬ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଶାହଜାହାନଙ୍କ ଯତ୍ନ ନେଇଥିଲେ । ଆଉରଙ୍ଗଜେବଙ୍କ ଶାସନ କାଳରେ ଜାହାଁଆରାଙ୍କର ମୃତ୍ୟୁ ହୋଇଥିଲା । ଜାହାଁଆରା 'ମୁନିସ୍ ଅଲ ଅରୱା' (ଆତ୍ମାର ବିଶ୍ୱାସୀ) ଲେଖିଥିଲେ ଯାହା ଶେଖ ମୁଇନୁଦ୍ଦିନ ଚିସ୍ତିଙ୍କ ଜୀବନୀ ଥିଲା ।