![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/89/Dog_with_rabies.jpg/640px-Dog_with_rabies.jpg&w=640&q=50)
ଜଳାତଙ୍କ
ଗୋଟିଏ ଭୁତାଣୁ ଜନିତ ରୋଗ, ଏହା ଦ୍ଵାରା ମନୁଷ୍ୟ ତଥା ଉଷ୍ମରକ୍ତ ପ୍ରାଣୀମାନଙ୍କର ମସ୍ତିଷ୍କରେ ପ୍ରଦାହ ହୁଏ / From Wikipedia, the free encyclopedia
ଜଳାତଙ୍କ (ଇଂରାଜୀରେ Rabies / ଲାଟିନ ଭାଷାରେ ˈreɪbiːz; ଯାହାର ଅର୍ଥ ପାଗଳାମି) ଗୋଟିଏ ଭୁତାଣୁ ଜନିତ ରୋଗ, ଏହାଦ୍ୱାରା ମନୁଷ୍ୟ ତଥା ଉଷ୍ମରକ୍ତ ପ୍ରାଣୀମାନଙ୍କର ମସ୍ତିଷ୍କରେ ପ୍ରଦାହ ହୁଏ ।ଆରମ୍ଭରେ ଜ୍ୱର ଓ ଦେହର ଅଘୋଡ଼ା ସ୍ଥାନରେ ଝିମ୍ଝିମ୍ ହୁଏ । [1] ଏହି ଲକ୍ଷଣ ପରେ ପରେ କ୍ରମଶଃ ପ୍ରଚଣ୍ଡ ଅଙ୍ଗପ୍ରତ୍ୟଙ୍ଗ ଚଳନ, ଅଣାୟତ ଉତ୍ତେଜନା, ଜଳ ପ୍ରତି ଭୟ, ବିଭିନ୍ନ ଅଙ୍ଗ ଚଳେଇବାକୁ ଅକ୍ଷମତା, ଦ୍ୱନ୍ଦ(confusion) ଓ ଚେତନଶୂନ୍ୟତା (loss of consciousness) ହୁଏ । [1] ଲକ୍ଷଣ ଦେଖାଯିବା ପରେ ପ୍ରାୟ ମୃତ୍ୟୁ ହୁଏ ।[1] ଭୁତାଣୁ ପ୍ରବେଶ ସମୟଠାରୁ ଲକ୍ଷଣ ଆରମ୍ଭ ହେବାକୁ ସାଧାରଣତଃ ୧ରୁ ୩ ମାସ ଲାଗେ । କିନ୍ତୁ ସ୍ଥଳ ବିଶେଷରେ ଏହି ସମୟ ଏକ ସପ୍ତାହରୁ ଏକ ବର୍ଷ ହୋଇପାରେ ।[1] କାମୁଡ଼ା ସ୍ଥାନଠାରୁ ଭୁତାଣୁ କେନ୍ଦ୍ରୀୟ ସ୍ନାୟୁମଣ୍ଡଳକୁ ଯିବା ନିମନ୍ତେ ଲାଗୁଥିବା ସମୟ ଉପରେ ଏହା ନିର୍ଭର କରେ ।[2]
Rabies | |
---|---|
![]() Dog with rabies in the paralytic (post-furious) stage | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | ସଂକ୍ରାମକ ରୋଗ[*], veterinary medicine[*] |
ଆଇସିଡ଼ି-୧୦ | A82. |
ରୋଗ ଡାଟାବେସ | 11148 |
ମେଡ଼ିସିନ-ପ୍ଲସ | 001334 |
ଇ-ମେଡ଼ିସିନ | med/1374 eerg/493 ped/1974 |
Patient UK | ଜଳାତଙ୍କ |
MeSH | D011818 |
ପଶୁମାନଙ୍କ ଦେହରୁ ଜଳାତଙ୍କ ସଞ୍ଚାରିତ ହୁଏ । ସଂକ୍ରମିତ ପଶୁ ଅନ୍ୟ ସୁସ୍ଥ ପଶୁ ବା ମଣିଷକୁ କାମୁଡ଼ିଲେ ବା ରାମ୍ପୁଡ଼ିଲେ ଭୁତାଣୁ ସଞ୍ଚାରିତ ହୁଏ । [1] ସଂକ୍ରମିତ ପ୍ରାଣୀର ଲାଳ ଅନ୍ୟ ପ୍ରାଣୀର ଝିଲ୍ଲୀ ସଂସ୍ପର୍ଶରେ ଆସିଲେ ରୋଗ ଡିଏଁ ।[1] କୁକୁର କାମୁଡ଼ା ଯୋଗୁ ଅଧିକାଂଶ ଜଳାତଙ୍କ ମଣିଷ ଦେହରେ ହୁଏ ।[1] ଅନେକ ଦେଶମାନଙ୍କରେ ଜଳାତଙ୍କ ରୋଗଗ୍ରସ୍ତ କୁକୁର ଥିଲେ ଏମାନଙ୍କ କାମୁଡ଼ିବାଦ୍ୱାରା ୯୯% ରୋଗ ହୁଏ ।[3] ଆମେରିକା ଦେଶମାନଙ୍କରେ ବାଦୁଡ଼ି କାମୁଡ଼ାଦ୍ୱାରା ଜଳାତଙ୍କ ହୁଏ, କୁକୁର କାମୁଡ଼ା ଯୋଗୁ ୧ %ରୁ କମ ରୋଗ ହୁଏ ।[1][3] ମୂଷା ବା ଗୁଣ୍ଡୁଚି ଜାତୀୟ ଜୀବ କ୍ୱଚିତ ସଂକ୍ରମିତ ହୁଅନ୍ତି ।[3] କାମୁଡ଼ା ସ୍ଥାନରୁ ଜଳାତଙ୍କ ଭୁତାଣୁ ପ୍ରାନ୍ତୀୟ ସ୍ନାୟୁ ମଣ୍ଡଳ ମାଧ୍ୟମରେ ଯାଇ ମସ୍ତିଷ୍କରେ ପହଞ୍ଚନ୍ତି । ଲକ୍ଷଣ ଆରମ୍ଭ ହେବାପରେ ହିଁ ଏହି ରୋଗ ନିର୍ଣ୍ଣୟ ହେବା ସମ୍ଭବ ହୁଏ ।[1]
ପଶୁ ନିୟନ୍ତ୍ରଣ ଓ ଟିକାକରଣ ପ୍ରୋଗ୍ରାମ ଯୋଗୁ ପୃଥିବୀର ଆନେକ ସ୍ଥାନରେ କୁକୁରବାହିତ ଜଳାତଙ୍କ ସଙ୍କଟ ଦୂର ହୋଇଛି ।[1] ଅତି ସଙ୍କଟରେ ଥିବା ଲୋକଙ୍କୁ ଟିକା ଦେବାକୁ ଉପଦେଶ ଦିଆଯାଏ । ଯେଉଁମାନେ ବାଦୁଡ଼ି ସହ କାମକରନ୍ତି ଓ ଯେଉଁମାନେ ବହୁତ ସମୟ ଧରି ଜଳାତଙ୍କ ରୋଗ ବହୁଳ ସ୍ଥାନରେ ରହନ୍ତି ସେମାନଙ୍କୁ 'ଉଚ୍ଚ ସଙ୍କଟମୟ' ବୋଲି କୁହାଯାଏ ।[1] ଜଳାତଙ୍କ ପ୍ରଭାବିତ ଲୋକଙ୍କୁ ଲକ୍ଷଣ ପ୍ରକାଶ ପାଇବା ପୂର୍ବରୁ ଟିକା ଓ ଇମ୍ମ୍ୟୁନୋଗ୍ଲୋବିନ ଦେଲେ ରୋଗ ପ୍ରତିରୋଧ-ସାପେକ୍ଷ ହୁଏ ।[1] କାମୁଡ଼ା ବା ରାମ୍ପୁଡ଼ା କ୍ଷତ ସ୍ଥାନକୁ ସାବୁନ ପାଣିରେ ଭଲରୁପେ ୧୫ ମିନିଟ ଧୋଇଲେ ବା ପୋଭିଡନ୍ ଆୟୋଡିନ କିମ୍ବା ଡିଟର୍ଜେଣ୍ଟ ବ୍ୟବହାରଦ୍ୱାରା ଭୁତାଣୁ ମରି ପାରନ୍ତି ବା ସଞ୍ଚାରଣ ପ୍ରତିରୋଧ ହୋଇପାରେ ।[1] ଲକ୍ଷଣ ଆରମ୍ଭ ପରେ ଅଳ୍ପ କେତେକ ଲୋକ ବଞ୍ଚନ୍ତି । ଏହା ସମ୍ଭବ ହୁଏ ଅତି ଖର୍ଚ୍ଚସାପେକ୍ଷ ମିଲଅକି ପ୍ରୋଟୋକୋଲ ଚିକିତ୍ସା ନେଲେ ।[4]
ପୃଥିବୀରେ ବାର୍ଷିକ ୨୬୦୦୦ରୁ ୫୫୦୦୦ ମୃତ୍ୟୁ ଜଳାତଙ୍କ ରୋଗଯୋଗୁ ହୁଏ ।[1][5] ଏହାର ୯୫ %ରୁ ଅଧିକ ମୃତ୍ୟୁ କେବଳ ଏସିଆ ଓ ଆଫ୍ରିକାରେ ହୁଏ ।[1] ଆଣ୍ଟାର୍କଟିକା ବ୍ୟତୀର ଅନ୍ୟ ସବୁ ମହାଦେଶର ୧୫୦ରୁ ଅଧିକ ଦେଶରେ ଜଳାତଙ୍କ ରୋଗ ହୁଏ ।[1] ୩ ଶହ କୋଟିରୁ ଅଧିକ ଲୋକ ଏହି ରୋଗପ୍ରବଣ ଇଲାକାରେ ରହନ୍ତି ।[1] ଅଧିକାଂଶ ୟୁରୋପ ଓ ଅଷ୍ଟ୍ରେଲିଆସ୍ଥିତ ଦେଶମାନଙ୍କରେ ବାଦୁଡ଼ି ଦେହରେ ଜଳାତଙ୍କ ଥାଏ ।[6] ଅନେକ ଛୋଟ ଦ୍ୱୀପରେ ଜଳାତଙ୍କ ଆଦୌ ନ ଥାଏ ।[7]