ଗ୍ରାମ୍-ବିରୋଧୀ ବ୍ୟାକ୍ଟେରିଆ
From Wikipedia, the free encyclopedia
ଗ୍ରାମ୍-ବିରୋଧୀ ବ୍ଯାକ୍ଟେରୀଆମାନେ, ବ୍ଯାକ୍ଟେରୀଆ ବର୍ଗୀକରଣ ପଦ୍ଧତି, ଗ୍ରାମ୍-ରଞ୍ଜନରେ ବ୍ଯବହୃତ କ୍ରିଷ୍ଟାଲ୍-ବାଇଗଣୀ ରଙ୍ଗରେ ରଙ୍ଗିଯାଆନ୍ତି ନାହିଁ। [1] ତାଙ୍କର ବିଶିଷ୍ଟ ଗୁଣଟି ଏକ କୋଷାବରଣ ଅଟେ ଯାହା ଏକ ପତଳା ପେପ୍ଟିଡୋଗ୍ଲାଇକାନ୍ କୋଷଭିତ୍ତି ଏବଂ ଏହାକୁ ଦୁଇ ପାର୍ଶ୍ୱରୁ ଢାକିଥିବା ଅନ୍ତରର କୋଷଜୀବୀୟ ଝିଲ୍ଲୀ ଓ ବାହାରର ବ୍ଯାକ୍ଟେରୀୟ ବାହ୍ଯଝିଲ୍ଲୀଦ୍ୱାରା ଗଠିତ।
ଗ୍ରାମ୍-ବିରୋଧୀ ବୀଜାଣୁ ପୃଥିବୀର ପ୍ରାୟ ସମସ୍ତ ସ୍ଥାନରେ ଦେଖାଯାନ୍ତି। ଗ୍ରାମ୍-ବିରୋଧୀ ବୀଜାଣୁର ଉଦାହରଣ- ଆଦର୍ଶ ଜୀବ ଇସ୍ଚେରିଚିଆ କୋଲାଇ, ରୋଗକାରୀ ଅଣୁଜୀବ ସ୍ଯୁଡୋମୋନାସ୍ ଏରୁଗିନୋସା, କ୍ଲାମାଇଡିଆ ଟ୍ରାକୋମାଟିସ୍ ଏବଂ ୟିର୍ସିନିଆ ପେସ୍ଟିସ୍ ଇତ୍ୟାଦି।