From Wikipedia, the free encyclopedia
ଖୋରଖୋଗ ଏକ ମଙ୍ଗୋଲୀୟ ବାର୍ବେକ୍ୟୁ ଖାଦ୍ୟ ଅଟେ । ଖୋରଖୋଗ ଏକ ମଧ୍ୟ ଏସୀୟ ଭୋଜନ ହିସାବରେ ଜଣାଯାଏ । ଏହାକୁ ମଙ୍ଗୋଲୀୟ ଭାଷାରେ କ୍ଜୋପକ୍ଜୋର ମଧ୍ୟ କୁହାଯାଏ । ମାଂସ ଟୁକୁଡାମାନଙ୍କୁ ଏକ ପାତ୍ରରେ ଭରାଯାଏ ଯେଉଁଥିରେ ଗରମ ପଥର ଖଣ୍ଡ ମାନ ଏବଂ ଗରମ ପାଣି ରହିଥାଏ ଏବଂ ପ୍ରାୟତଃ ଏହାକୁ ବାହାରୁ ମଧ୍ୟ ଗରମ କରାଯାଇଥାଏ ।[1][2]
ଖୋରଖୋଗକୁ ପ୍ରସ୍ତୁତ କରିବା ପାଇଁ ମେଣ୍ଢା ଛୁଆ ମାଂସ(ଏହା ବଦଳରେ ଛେଳିର ମାଂସର ମଧ୍ୟ ବ୍ୟବହାର କରାଯାଇ ପାରିବ) ବ୍ୟବହାର କରାଯାଏ । ପ୍ରଥମେ ମାଂସକୁ ସମାନ ମଧ୍ୟମ ଟୁକୁଡାରେ କଟା ଯାଏ ଯେଉଁଥିରେ ମାଂସ ସହିତ ହାଡ ମଧ୍ୟ ରହିଥାଏ । ଏହାପରେ ୧୦ରୁ ୨୦ଟି ହାତ ମୁଠା ଆକାରର ପଥରକୁ ନିଆଁ ଉପରେ ଗରମ କରାଯାଏ । ଯେତେବେଳେ ପଥରଗୁଡ଼ିକ ଅତ୍ୟଧିକ ଗରମ ହୋଇ ଯାଆନ୍ତି ଏହା ପରେ ଏକ ପାତ୍ରରେ ଗରମ ପଥର ଏବଂ ମାଂସକୁ ଏକାଠି ରଖାଯାଏ। ପରମ୍ପରା ଅନୁସାରେ ଧାତବ କ୍ଷୀର ପାତ୍ରରେ ଏହାର ପ୍ରସ୍ତୁତି ହୋଇଥାଏ । ଏହି ଧାତବ କ୍ଷୀର ପାତ୍ରର ଆକାର ବଡ଼ ହୋଇଥାଏ ଜେପରିକି ସେଥିରେ ଆବଶ୍ୟକ ମୁତାବକ ମାଂସ ରହିପାରିବ । ଏହି ଧାତବ କ୍ଷୀର ପାତ୍ରରେ ପଥର ଭଲରେ ରହିଥାଏ ଏବଂ ଖାଦ୍ୟ ସହଜରେ ପ୍ରସ୍ତୁତ ହୋଇଥାଏ ।
ଏହାପରେ ରୋଷେୟା ସେହି ପାତ୍ରରେ ଅନ୍ୟ ସାମଗ୍ରୀମାନ ତଥା ଗାଜର, କୋବି, ଆଳୁ ପକାଇ ରାନ୍ଧନ୍ତି ।ଏହାପରେ ସେଥିରେ ଲୁଣ ଏବଂ ଅଲଗା ମସଲା ସାମଗ୍ରୀ ପକାଇ ତାକୁ ରାନ୍ଧନ୍ତି । ସମସ୍ତ ସାମଗ୍ରୀକୁ ପାତ୍ରରେ ସ୍ତର କରି ରଖାଯାଏ ଏବଂ ଏହାର ଉପର ସ୍ତରରେ ପନିପରିବା ରଖାଯାଏ ।[3] ସର୍ବଶେଷରେ ସେଥିରେ ପର୍ଯ୍ୟାପ୍ତ ପାଣି ପକାଇ ବାମ୍ଫ ଦିଆଯାଏ । ଏହାପରେ ସେହି ଧାତବ ପାତ୍ରରେ ଢାଙ୍କୁଣି ଦିଆଯାଏ ।
ପଥରର ଉତ୍ତାପ ଏବଂ ପାଣିର ବାମ୍ଫ ପାତ୍ର ମଧ୍ୟରେ ମାଂସକୁ ରାନ୍ଧିଥାଏ । ଯଦି ପଥରର ଉତ୍ତାପଦ୍ୱାରା ପାତ୍ର ଗରମ ନ ହୁଏ ଏହା ବଦଳରେ ପାତ୍ରକୁ ନିଆଁ କିମ୍ବା ସ୍ଟୋବରେ ମଧ୍ୟ ଏହାକୁ ପ୍ରସ୍ତୁତ କରାଯାଇ ପାରିବ । ଏହପରେ ପଥର ଗରମ ହୋଇ ଏବଂ ମାଂସରୁ ଚର୍ବି ଅଂଶ ଗ୍ରହଣ କରି କଳା ପଡିଯାଏ । ଏହାପରେ ପାତ୍ରର ଢାଙ୍କୁଣି କାଢି ଦେଖାଯାଏ ମାଂସ ପ୍ରସ୍ତୁତ ହୋଇଛି କି ନାହିଁ । ପଥରରେ ଖୋରଖୋଗ ପ୍ରସ୍ତୁତ କରିବା ପାଇଁ ପ୍ରାୟତଃ ୧ ଘଣ୍ଟାରୁ ୧ ଘଣ୍ଟା ୩୦ ମିନିଟ ସମୟ ଲାଗେ।ଏହାପରେ ପାତ୍ରରୁ ମାଂସ ସହିତ ପଥର ଗୁଡିକୁ କଢା ଯାଏ ଏବଂ ଦୁଇ ହାତର ବ୍ୟବହାର କରି ମାଂସ ଓ ପଥରକୁ ଅଲଗା କରାଯାଇ ପରସା ଯାଏ ।[4][5]
ଏହାକୁ ହାତରେ ଖାଆନ୍ତି । ଖାଇବା ସମୟରେ ମାଂସ ଓ ହାଡକୁ ଅଲଗା କରିବା ପାଇଁ ଛୁରୀର ମଧ୍ୟ ବ୍ୟବହାର ହୋଇଥାଏ ।
ଖୋରଖୋଗ ଏକ ମଧ୍ୟ ଏସୀୟ ଖାଦ୍ୟ ହିସାବରେ ଲୋକପ୍ରିୟ ଅଟେ କିନ୍ତୁ ଏହା ସାଧାରଣତଃ ଭାବରେ ରେସ୍ତୋରାଁ ମାନଙ୍କରେ ପରସା ଯାଏନାହିଁ ।.[6]
ଟିପ୍ପଣୀ :- ଏଥିରେ ପନିପରିବାର ବ୍ୟବହାରରୁ ଏହାର ସ୍ୱାଦ ବଢିଥାଏ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.