ଭାରତୀୟ ମିଠା From Wikipedia, the free encyclopedia
ଖଜା (kʰɵd͡ʒaː (help·info)), ଫେଣି pʰeɳi (help·info) ନାମରେ ମଧ୍ୟ ଜଣା) ମଇଦାରୁ ତିଆରି ଓଡ଼ିଶାର ଏକ ପ୍ରକାର ପିଠା [1]। ଏହା ଦେଖିବାକୁ ଲମ୍ବା ଓ ପରସ୍ତ ପରସ୍ତ ହୋଇଥାଏ । ଏହା ଜଗନ୍ନାଥଙ୍କ ସକାଳ ଧୂପରେ ଠାକୁରମାନଙ୍କୁ ଅର୍ପଣ କରାଯାଇଥାଏ । ଖଜା (ଫେଣି) ପୁରୀର ଏକ ପ୍ରସିଦ୍ଧ ମିଠା । ଏହାକୁ ଅନେକ ଦିନ ଧରି ବନ୍ଦ ଡବାରେ ସାଇତି ରଖି ଖିଆଯାଇପାରେ । ଏହା ଝିଅବିଦା ବେଳେ, ପର୍ବପର୍ବାଣିରେ ଓଡ଼ିଆ ଘରେ ବେଭାର ଭାବରେ ପଠାଯାଇଥାଏ ।
ମଇଦାରେ ପାଣି ମିଶାଇ ଗୋଳାଇ ରୁଟି ଗୁଳା ପରି ଗୁଳା ମାନ ତିଆରି କରି କେଇ ମିନିଟ ରଖାଯାଏ । ତାହାପରେ ଏହାକୁ ବେଲି ଗୋଲ ଗୋଲ ମୋଟା ରୁଟି ପରି ଗଢ଼ାଯାଇଥାଏ । ଏହାକୁ ପୁଣି ପରସ୍ତ ପରସ୍ତ କରି ବେଲାଯାଇ ଲମ୍ବା ଲମ୍ବା ଖଜା ତିଆରି କରାଯାଇ ଧିମା ଆଞ୍ଚରେ ତେଲରେ ଛଣାଯାଇଥାଏ । ଚିନିରେ ରାସେଣି ବା ସିରା ତିଆରି କରାଯାଇ ଏହି ଛଣା ଖଜାକୁ ଏଥିରେ କିଛି ସମୟ ପକାଯାଇ ବାହାରକୁ କାଢ଼ି ଆଣି ଥଣ୍ଡା କରାଯାଇଥାଏ
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.