କ୍ଷୀଣ ଦୃଷ୍ଟି
From Wikipedia, the free encyclopedia
କ୍ଷୀଣ ଦୃଷ୍ଟି, (ଇଂରାଜୀ ଭାଷାରେ ଆମ୍ବ୍ଲିଓପିଆ (Amblyopia) ବା lazy eye), ରୋଗ ଏକ ଦୃଷ୍ଟି ଶକ୍ତିର ବେମାରୀ ଯେଉଁଥିରେ ମସ୍ତିଷ୍କ ଓ ଆଖିର ମିଳିତ କାମରେ ତୃଟି ଥାଏ । ଏହା ଫଳରେ ଏକ ଆଖିରେ ନ୍ୟୁନ ଦୃଷ୍ଟି ହୁଏ ଯାହା ଦେଖିବାକୁ ସାଧାରଣ ଥାଏ । ପିଲା ଓ ଅଳ୍ପ ବୟସ୍କ ଯୁବକମାନଙ୍କର ଗୋଟିଏ ଆଖିରେ କ୍ଷୀଣ ଦୃଷ୍ଟି ହେବାର ଏହି ରୋଗ ଏକ ମୂଖ୍ୟ କାରଣ ।[1]
କ୍ଷୀଣ ଦୃଷ୍ଟି | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Ophthalmology |
ଆଇସିଡ଼ି-୧୦ | H53.0 |
ଆଇସିଡ଼ି-୯-ସିଏମ୍ | 368.0 |
ରୋଗ ଡାଟାବେସ | 503 |
ମେଡ଼ିସିନ-ପ୍ଲସ | 001014 |
ଇ-ମେଡ଼ିସିନ | oph/316 |
Patient UK | କ୍ଷୀଣ ଦୃଷ୍ଟି |
MeSH | D000550 |
ପ୍ରାକ୍ ଶୈଶବ କାଳରେ ଅନେକ କାରଣ ଯୋଗୁ ଦୃଷ୍ଟି ଫୋକସ୍ ବା କେନ୍ଦ୍ରିଭୁତ କରି ହୁଏନି ।[1][2] ସ୍ଟ୍ରାବିସମସ୍/ଟେରା ଦୋଷ ବା ଦୁଇ ଆଖି ଡୋଳା କେନ୍ଦ୍ରୀଭୁତ ନ ହେଲେ, ଗୋଟିଏ ଆଖିରେ ଆସ୍ଟିଗମାଟିଜ୍ମ/ଦୃଷ୍ଟି ବୈଷମ୍ୟ ଥିଲେ ଓ ଗୋଟିଏ ଆଖିର ଦୂରଦୃଷ୍ଟି ବା ସମୀପଦୃଷ୍ଟି ଥିଲେ ଓ ଗୋଟିଏ ଆଖିରେ ପରଳ ଥିଲେ ଏହି କ୍ଷୀଣ ଦୃଷ୍ଟି ରୋଗର ଅନ୍ତର୍ଭୁକ୍ତ ହୋଇଯାଏ ।[1] ଦୃଷ୍ଟି ଦୋଷ ନିରାକରଣ ପରେ ମଧ୍ୟ ଦୃଷ୍ଟି ଶକ୍ତି ସମ୍ପୁର୍ଣ୍ଣ ଫେରିପାରେନି, କାରଣ ଏଥିରେ ମସ୍ତିଷ୍କର ସମ୍ବନ୍ଧ ଥାଏ ।[2][3] ଏଥି ନିମନ୍ତେ ସମସ୍ତ ପିଲାଙ୍କୁ୪ରୁ ୫ ବର୍ଷ ବୟସ ବେଳକୁ ଆଖି ପରୀକ୍ଷା କରି ଏହି ଦୋଷ ଚିହ୍ନଟ କରିବାକୁ ହୁଏ । [4]
ଶୀଘ୍ର ଚିହ୍ନଟ କଲେ ଚିକିତ୍ସା ସଫଳ ହୁଏ ।[4] କେତେକ ପିଲାଙ୍କର ଚଷମାଦ୍ୱାରା ଚିକିତ୍ସା ସଫଳ ହୋଇଯାଏ ।[5][4] ଏହା ଯଥେଷ୍ଟ ନ ହେଲେ ଦୁର୍ବଳ ଆଖି ବ୍ୟବହାର କରିବାକୁ ପଡ଼େ । ଭଲ ଆଖିରେ ପ୍ୟାଚ୍ (patch) ବ୍ୟବହାର କରି ବା ଆଟ୍ରୋପିନ ପକାଇ ଚିକିତ୍ସା କରାଯାଏ । ଚିକିତ୍ସିତ ନ କଲେ ବଡ଼ ହେଲେ ମଧ୍ୟ ରହିଯାଏ । ଯୁବକମାନଙ୍କର ଚିକିତ୍ସା ଫଳ ଭଲ ନୁହେଁ । [1]
କ୍ଷୀଣ ଦୃଷ୍ଟି ପ୍ରଥମେ ସନ ୧୬୦୦ରେ ପ୍ରଥମେ ବର୍ଣ୍ଣନା କରାଯାଇଥିଲା ।[6] ପାଞ୍ଚ ବର୍ଷ ବୟସରେ ଏହି ରୋଗ ଆରମ୍ଭ ହୁଏ ।[4] ଜନସଂଖ୍ୟାର ୧-୫% ଲୋକଙ୍କୁ ଏହି ରୋଗ ହେବାର ହିସାବ କରାଯାଇଛି ।[7] ପ୍ରଭାବିତ ଆଖିର ଦୃଷ୍ଟି ଶକ୍ତି ଚିକିତ୍ସାଦ୍ୱାରା ଉନ୍ନତି ହୁଏ କିନ୍ତୁ ସାଧାରଣ ଅବସ୍ଥାକୁ ଆସିପାରେନାହିଁ ।[4] ଏହି ରୋଗ ଯୋଗୁ ପାଇଲଟ ବା ପୋଲିସ ଅଫିସର ହେବାର ଯୋଗ୍ୟତା କଟିଯାଏ ।[4] ଇଂରାଜୀ ଭାଷାର ଆମ୍ବ୍ଲିଓପିଆ ଶବ୍ଦଟି ଗ୍ରୀକ୍ ଭାଷାର αμβλυωπία ଶବ୍ଦରୁ ଆସିଛି ଯାହାର ଅର୍ଥ ସେହି ଭାଷାରେ ସ୍ଥୁଳ ଦୃଷ୍ଟି । [6]