![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/9/96/Symptoms_of_coronavirus_disease_2019_2.0.svg/langor-640px-Symptoms_of_coronavirus_disease_2019_2.0.svg.png&w=640&q=50)
କୋଭିଡ-୧୯
SARS କରୋନାଭୂତାଣୁ ୨ ଦ୍ୱାରା ମଣିଷମାନଙ୍କୁ ହେଉଥିବା ଜୁନୋଟିକ ଶ୍ୱାସକ୍ରିୟା ରୋଗ / From Wikipedia, the free encyclopedia
କରୋନାଭୂତାଣୁ ରୋଗ ୨୦୧୯ ବା (କୋଭିଡ-୧୯) (କରୋନା, କରୋନାଭାଇରସ, କୋଭିଡ ଆଦି ନାମରେ ମଧ୍ୟ ଜଣା) ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ଦ୍ୱାରା(SARS କରୋନାଭାଇରସ ୨ କିମ୍ବା SARS-CoV-2)[8] ବ୍ୟାପୁଥିବା ଏକ ସଂକ୍ରାମକ ରୋଗ । ପ୍ରଥମ କରି ଚୀନର ଉହାନଠାରେ ୨୦୧୯ ଡିସେମ୍ବରରେ ଏହା ବାବଦରେ ଜଣା ପଡ଼ିଥିଲା । କରୋନାଭାଇରସ ୨ SARS ଭୂତାଣୁ ସହିତ ସମ୍ବନ୍ଧିତ ।[9][10][11] ଏହି ରୋଗ ୨୦୧୯-୨୦ କରୋନାଭାଇରସ ବ୍ୟାପିବାର କାରଣ ।[12][13] ପ୍ରଭାବିତ ଲୋକେ ଜ୍ୱର, ଶୁଖିଲା କାଶ, ଥକା ଏବଂ ନିଶ୍ୱାସ ପ୍ରଶ୍ୱାସର ଅସୁବିଧା ଅନୁଭବ କରିପାରନ୍ତି ।[7][14][15]
- ଏହି ଲେଖାଟି ରୋଗ ବାବଦରେ । ଏହି ରୋଗ ସୃଷ୍ଟି କରୁଥିବା ଭୂତାଣୁ ଷ୍ଟ୍ରେନ ବାବଦରେ, ତୀବ୍ର ଗୁରୁତର ଶ୍ୱାସରୋଗ କରୋନାଭାଇରସ ୨ ପ୍ରସଙ୍ଗଟି ଦେଖନ୍ତୁ । ରୋଗର ଆରମ୍ଭ, ୨୦୧୯-୨୦ କରୋନାଭାଇରସ ବ୍ୟାପ୍ତି ପ୍ରସଙ୍ଗଟି ଦେଖନ୍ତୁ ।
କରୋନାଭୂତାଣୁ ରୋଗ ୨୦୧୯ (COVID-19) | |
---|---|
![]() ଲକ୍ଷଣ | |
ଉଚ୍ଚାରଣ |
|
ବିଭାଗ | ତୀବ୍ର ଶ୍ୱାସକ୍ରିୟା ସଂକ୍ରମଣ (Acute respiratory infection)[6] |
ଲକ୍ଷଣ | ଜ୍ୱର, କାଶ, ଅଣନିଶ୍ୱାସୀ [7] |
କାରଣ | SARS-CoV-2 |
ରୋଗ ନିର୍ଣ୍ଣୟ ପଦ୍ଧତି | ରିଭର୍ସ ଟ୍ରାନ୍ସକ୍ରିପସନ ପଲିମରେଜ ଚେନ ରିଆକସନ (rRT-PCR testing), ଇମ୍ମୁନୋଆସେ (immunoassay), ସିଟି ସ୍କାନ (CT scan) |
ପ୍ରତିକାର | ହସ୍ତ ପ୍ରକ୍ଷାଳନ (Hand washing), ମୁହଁ ଘୋଡ଼େଇ କାଶିବା, ରୋଗୀଙ୍କ ସଂସ୍ପର୍ଶରୁ ଦୂରରେ ରହିବା |
ଚିକିତ୍ସା | ଲକ୍ଷଣର ଚିକିତ୍ସା (Symptomatic) ଓ ସାହାଯ୍ୟକାରୀ ଚିକିତ୍ସା (supportive) |
ମୃତ୍ୟୁ ସାନ୍ଦ୍ରତା | ଛାଞ୍ଚ:Cases in 2019–20 coronavirus outbreak |
ଗଳା ଯନ୍ତ୍ରଣା, ସିଂଘାଣୀ ନାକ କିମ୍ବା ଛିଙ୍କିବା ସେତେ ହୁଏନାହିଁ ।[16] ରୋଗର ପ୍ରଭାବ ବଢ଼ିଲେ ଏହା ନିମୋନିଆ ଏବଂ ବହୁ-ଅଙ୍ଗ ଅକାମୀ ଆଡ଼କୁ ଗତି କରିପାରେ ।[12][13]
ସଂକ୍ରମଣ କାଶ କିମ୍ବା ଛିଙ୍କିବା ସମୟରେ ନାକପୁଡ଼ାରୁ ଶ୍ୱାସଦେଇ ନିର୍ଗତ ବୁନ୍ଦା ମାଧ୍ୟମରେ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟକୁ ବ୍ୟାପିଥାଏ । ସଂସର୍ଗ ହେବାଠାରୁ ରୋଗର ଲକ୍ଷଣ ଆରମ୍ଭ ହେବା ଯାଏ ସମୟ ସାଧାରଣତଃ ୨ରୁ ୧୪ ଦିନ ମଧ୍ୟରେ ଓ ହାରାହାରି ୫ ଦିନ ଧରି ହୋଇଥାଏ ।[17][18][19] ରୋଗ ନିର୍ଣ୍ଣୟର ମାନକ ପଦ୍ଧତି ହେଉଛି ନାସୋଫାରିଞ୍ଜିଆଲ ସ୍ୱାବ କିମ୍ବା ସ୍ପୁଟମ ନମୁନାରୁ ରିଭର୍ସ ଟ୍ରାନ୍ସକ୍ରିପସନ ପଲିମେରେଜ ଚେନ ରିଆକସନ (rRT-PCR) । ଫଳାଫଳ କିଛି ଘଣ୍ଟାରୁ ୨ ଦିନ ମଧ୍ୟରେ ମିଳିଥାଏ । ରକ୍ତ ସେରମ ନମୁନା ବ୍ୟବହାର କରି ଆଣ୍ଟିବଡି ଅନୁଧ୍ୟାନ (ଇମ୍ୟୁନୋଆସେ) ମଧ୍ୟ ବ୍ୟବହାର କରାଯାଇପାରେ ଓ ଫଳାଫଳ କିଛି ଦିନ ମଧ୍ୟରେ ମିଳିପାରିବ ।[20] ନିମୋନିଆର ବୈଶିଷ୍ଟ୍ୟ ଦେଖାଉଥିବା ଲକ୍ଷଣ, ବିପଦ କାରଣ ଏବଂ ଛାତି ସିଟି ସ୍କାନର ମିଶ୍ରଣରୁ ଏହି ସଂକ୍ରମଣ ମଧ୍ୟ ନିର୍ଣ୍ଣୟ କରାଯାଇପାରେ ।[21][22]