କୋଣାର୍କ ସଂଗ୍ରହାଳୟ
From Wikipedia, the free encyclopedia
କୋଣାର୍କ ସଂଗ୍ରହାଳୟ ଭାରତୀୟ ପ୍ରତ୍ନତତ୍ତ୍ୱ୍ ବିଭାଗଦ୍ୱାରା ୧୯୬୮ ମସିହାରେ ନିର୍ମାଣ ହୋଇଥିଲା କୋଣାର୍କର ଏହି ପ୍ରତ୍ନତତ୍ତ୍ୱ୍ ସଂଗ୍ରାହାଳୟ। [1] ଦେଶବିଦେଶର କଳା ସ୍ଥାପତ୍ୟ ସ୍ଥାନ ପାଇଛି ଏହି ସଂଗ୍ରାହାଳୟରେ। ବିଶେଷ ଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଭଗ୍ନାବଶେଷ ସ୍ଥାପତ୍ୟଗୁଡ଼ିକ ଏଠାରେ ସ୍ଥାନ ପାଇଛି। ଏହି ସଂଗ୍ରାହାଳୟରେ ବର୍ତ୍ତମାନ ରହିଛି ତ୍ରୟୋଦସଶ ଶତାବ୍ଦୀର ଅଶୋକଙ୍କର ପ୍ରତିମୂର୍ତ୍ତୀ ଓ ବ୍ରାହ୍ମୀ ଲିପି଼। ସେହିପରି ସୂର୍ଯ୍ୟ ଦେବତଙ୍କ ପ୍ରସ୍ତର ମୂର୍ତ୍ତୀ ,ଗୋଟିଏ ପୁନଃନିର୍ମିତ ରଥର ଚକ୍ର ଏବଂ ବରାହ ଓ ନରସିଂହଙ୍କର ପ୍ରସ୍ତର ମୂର୍ତ୍ତୀ ମଧ୍ୟ ଏହି ଗ୍ୟାଲେରୀରେ ସ୍ଥାନ ପାଇଛି଼। ସେହିପରି ପୁନଃନିର୍ମିତ ମନ୍ଦିର କାନ୍ଥ ସହିତ ଦୁଇଜଣ ସଂଗୀତଜ୍ଞ,କେତେକ ପଶୁମାନଙ୍କ ପ୍ରସ୍ଥର ନିର୍ମିତ ମୁଣ୍ଡ ଏବଂ ମୁଣ୍ଡ ବିହିନ ସ୍ଥାପତ୍ୟଗୁଡ଼ିକ ଦ୍ୱିତୀୟ ଗ୍ୟାଲେରୀର ମୁଖ୍ୟ ଆକର୍ଷଣ ହୋଇଛି। ତୃତୀୟ ଗ୍ୟଲେରୀର ସ୍ଥାନ ପାଇଛି ମୁଣ୍ଡ ବିହିନ ମହିଳାଙ୍କ ପ୍ରତିମୂର୍ତ୍ତୀ ସହ ଦୁଇଟି ପଶୁଙ୍କ ପ୍ରତିମୂର୍ତ୍ତୀ ଯାହା ସୂର୍ଯ୍ୟନାରାୟଣଙ୍କୁ ପୂଜା କରୁଥିବାର ଜଣା ଯାଇଛି। ଏହାଛଡା ଏଠାରେ ଗଜଲକ୍ଷ୍ମୀଙ୍କ ପ୍ରତିମୂର୍ତ୍ତୀ ଓ ନରସିଂହଦେବଙ୍କ ଶିବଲିଙ୍ଗ ,ପ୍ରଭୁ ଜଗନ୍ନାଥ ଏବଂ ଦେବୀ ଦୁର୍ଗାଙ୍କୁ ପୂଜା କରୁଥିବାର ପ୍ରତିମୂର୍ତ୍ତୀ ଶୋଭା ପଉଅଛି଼।ସେହିପରି ଚତୁର୍ଥ ଗ୍ୟାଲେରୀରେ ନୃତ୍ୟାଙ୍ଗନାଙ୍କଦ୍ୱାରା ନୃତ୍ୟରତ ରାଜସଭାର ପ୍ରତିମୂର୍ତ୍ତୀ ରହିଛି। ସୂର୍ଯ୍ୟ ଦେବ ଚାଲୁଥିବା ହାତୀ ଏବଂ ବିଭିନ୍ନ ଭଙ୍ଗୀରେ ଥିବା କନ୍ୟାମାନଙ୍କର ପ୍ରତିମୂର୍ତ୍ତୀ ଏଠାରେ ପର୍ଯ୍ୟଟକମାନଙ୍କୁ ବିଶେଷ ଭାବରେ ଆକୃଷ୍ଟ କରିଥାଏ।[2][3]