କୁସୁମ
From Wikipedia, the free encyclopedia
କୁସୁମ (ଉଦ୍ଭିଦ ବିଜ୍ଞାନ ନାମ Carthamus tinctorius କାର୍ଥାମସ ଟିଂଟୋରିୟସ) ହେଉଛି ଏକ ବହୁଶାଶା ଯୁକ୍ତ ଗୁଳ୍ମ ଜାତୀୟ, ସପୁଷ୍ପକ, ଦ୍ୱୀବୀଜପତ୍ରୀ, ବର୍ଷଜୀବୀ ଉଦ୍ଭିଦ। ସଂସ୍କୃତ ଭାଷାରେ ଏହାକୁ କସୁମ୍ଭ ବୋଲି କୁହାଯାଏ। ଏହି ଗଛର ମଞ୍ଜିରୁ ତେଲ ଆହରଣ କରିବାପାଇଁ ମୁଖ୍ୟତଃ ଏହାକୁ ଚାଷ କରାଯାଏ। ଏହି ଗଛ ୩୦ରୁ ୫୦ ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ହୋଇଥାଏ। ଏହାର ଫୁଲ ହଳଦିଆ, କମଳା ବା ଲାଲ ରଙ୍ଗର ହୋଇଥାଏ। ଏହି ଗଛର ପ୍ରତ୍ୟେକ ଶାଖାରେ ୧ରୁ ୫ଟି ଯାଏ ଫୁଲ ହୋଇଥାଏ ଓ ପ୍ରତ୍ୟେକ ଫୁଲରେ ୧୫ରୁ ୨୦ଟି ଲେଖାଁ ମଂଜି ରହିଥାଏ।
Quick Facts କୁସୁମ, ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ...
କୁସୁମ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Asterales |
କୁଳ: | Asteraceae |
ଗୋଷ୍ଠୀ: | Cynareae |
ପ୍ରଜାତି: | Carthamus |
ଜାତି: | C. tinctorius |
ବାଇନୋମିଆଲ ନାମ | |
Carthamus tinctorius | |
Close