କୁଶାଣ ସାମ୍ରାଜ୍ଯ
From Wikipedia, the free encyclopedia
କୁଶାଣ ସାମ୍ରାଜ୍ଯ (ପ୍ରାଚୀନ ଗ୍ରୀକ: Βασιλεία Κοσσανῶν; ଛାଞ୍ଚ:Lang-xbc, Kushano; ବ୍ରାହ୍ମୀ ସଂସ୍କୃତ: ; ଦେବନାଗରୀ ସଂସ୍କୃତ: कुषाण राजवंश, (କୁଷାଣ ରାଜବଂଶ); ବୌମିସଂ: (ଗୁଷାଣ-ବମ୍ସ); ଛାଞ୍ଚ:Lang-xpr, Kušan-xšaθr; Chinese: 貴霜[10]), ୟୁହେଜୀମାନଙ୍କଦ୍ୱାରା ପ୍ରଥମ ଶତାବ୍ଦୀରେ ବାକ୍ତ୍ରିଆରେ ସ୍ଥାପିତ ଏକ ସାମ୍ରାଜ୍ଯ ଥିଲା । ଆଧୁନିକ ଆଫଗାନିସ୍ତାନ, ପାକିସ୍ଥାନ ତଥା ଉତ୍ତର ଭାରତରେ[11] ଏହି ସାମ୍ରାଜ୍ଯ ବିସ୍ତାର ଲାଭ କରିଥିଲା । ଏପରିକି ବାରାଣସୀ ନିକଟସ୍ଥ ସକେତ ଓ ସାରନାଥ ନିକଟରୁ କୁଶାଣ ସମ୍ରାଟ ମହାନ କନିଶ୍କଙ୍କ ସମୟର ଶୀଳାଲେଖ ପ୍ରାପ୍ତ ହୋଇଛି, ଅର୍ଥାତ୍ ଏହି ଅଞ୍ଚଳ ମଧ୍ଯ ତାଙ୍କ ଅଧିନରେ ଥିବାର ଅନୁମାନ କରାଯାଇ ପାରେ ।[12]
କୁଶାଣ ସାମ୍ରାଜ୍ଯ Κυϸανο (Bactrian) Βασιλεία Κοσσανῶν (ଗ୍ରୀକ୍) | |||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|
୩୦–୩୭୫ | |||||||||||||||||||
ଖ୍ରୀଷ୍ଟୀୟ ଦ୍ୱିତୀୟ ଶତାବ୍ଦୀରେ କନିଶ୍କଙ୍କ ଶାସନକାଳରେ କୁଶାଣ ସାମ୍ରାଜ୍ଯର (ହଳଦିଆ) ବିସ୍ତାର ପ୍ରଦର୍ଶନ କରୁଥିବା ଭାରତର ଏକ ମାନଚିତ୍ର । | |||||||||||||||||||
Status | ଯାଯାବର ସାମ୍ରାଜ୍ଯ | ||||||||||||||||||
ରାଜଧାନୀ | ବାଗ୍ରାମ (କପିସୀ) ପେଶାବର (ପୁରୁଷପୁର) ତକ୍ଷଶୀଳା ମଥୁରା | ||||||||||||||||||
ସାଧାରଣ ଭାଷା | ଗ୍ରୀକ୍ (ପ୍ରାୟ ୧୨୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆଧିକାରିକ ଭାଷା)[1] ବାକ୍ତ୍ରୀୟ[2] (ପ୍ରାୟ ୧୨୭ରୁ ଆଧିକାରିକ ଭାଷା) ସଂସ୍କୃତ[3] | ||||||||||||||||||
ଧର୍ମ | ବୌଦ୍ଧଧର୍ମ[4] ହିନ୍ଦୁ ଧର୍ମ[5] ଜୋରାଷ୍ଟ୍ରୀୟ[6] | ||||||||||||||||||
Government | ରାଜତନ୍ତ୍ର | ||||||||||||||||||
ସମ୍ରାଟ | |||||||||||||||||||
• ୩୦–୮୦ | କୁଜୁଲା କାଡଫିସେସ | ||||||||||||||||||
• ୩୫୦–୩୭୫ | କିପୁନଦ | ||||||||||||||||||
Historical era | ଶାସ୍ତ୍ରୀୟ ପ୍ରାଚୀନ | ||||||||||||||||||
• କୁଜୁଲା କାଡଫିସେସ, ୟୁଏଝି ଜାତିଗୁଡ଼ିକୁ ଏକତ୍ରୀତ କରି ସଙ୍ଘରେ ପରିଣତ କଲେ | ୩୦ | ||||||||||||||||||
୩୭୫ | |||||||||||||||||||
କ୍ଷେତ୍ରଫଳ | |||||||||||||||||||
ଅନୁମାନିକ ୨୦୦[8] | [convert: invalid number] | ||||||||||||||||||
ଅନୁମାନିକ ୨୦୦[9] | [convert: invalid number] | ||||||||||||||||||
ମୁଦ୍ରା | କୁଶାଣ ଦ୍ରାଚ୍ମା | ||||||||||||||||||
|
କୁଶାଣମନେ ସମ୍ଭବତଃ ୟୁହେଜୀ ସଙ୍ଘର କୌଣସି ଏକ ଶାଖା ହୋଇପାରନ୍ତି[13][14] ଯେଉଁମାନେ ଉତ୍ତର-ପଶ୍ଚିମ ଚୀନରୁ (ଜିଞ୍ଜିଆଂ ଓ ଗାଁଶୁ) ପ୍ରବ୍ରଜନ କରି ପ୍ରାଚୀନ ବାକ୍ତ୍ରିଆରେ ରହିବା ଆରମ୍ଭ କରିଥିବୋ ।[14] ଏହି ସାମ୍ରାଜ୍ଯର ସ୍ଥାପକ କୁଜୁଲା କାଡଫିସେସ, ଗ୍ରୀସୀୟ ଧାର୍ମିକ ଚିନ୍ତାଧାରା ସହ ହିନ୍ଦୁ ଧାର୍ମିକ ଚିନ୍ତାଧାରାର ଅନୁସରଣ କରୁଥିଲେ ଏବଂ ସେ ଶିବଙ୍କର ଏକ ଭକ୍ତ ଥିଲେ ।[15][16][17] ସାଧାରଣତଃ କୁଶାଣମାନେ ବୌଦ୍ଧଧର୍ମର ପୃଷ୍ଠପୋଷକ ଥିଲେ, ଏବଂ କନିଶ୍କଙ୍କ କାଳରୁ ତାଙ୍କ ଦେବତାଙ୍କ ସୂଚୀରେ ଜୋରାଷ୍ଟ୍ରୀୟ ଧର୍ମର କେତେକ ସଙ୍କେତ ମିଳେ ।[18] କେନ୍ଦ୍ରୀୟ ଏସିଆ ଓ ଚୀନରେ ବୌଦ୍ଧଧର୍ମର ପ୍ରସାରରେ ସେମାନେ ମୁଖ୍ଯ ଭୂମିକା ଗ୍ରହଣ କରିଥିଲେ ।
ପ୍ରଥମେ ଗ୍ରୀକ୍ ଭାଷାରେ କାର୍ଯ୍ୟ କରୁଥିବା କୁଶାଣମାନେ କ୍ରମେ ବାକ୍ତ୍ରୀୟ ଭାଷାର ବ୍ୟବହାର ଆରମ୍ଭ କଲେ ।[2] କନିଶ୍କ ନିଜର ସୈନ୍ଯବାହିନୀକୁ କାରାକୋରମ ପର୍ବତମାଳାର ଉତ୍ତରକୁ ପଠେଇଥିଲେ । ପ୍ରାୟ ଏକ ଶତାବ୍ଦୀ ଧରି ଗାନ୍ଧାରଠାରୁ ଚୀନ ପର୍ଯ୍ୟନ୍ତ ଥିବା ଏକ ପଥ କୁଶାଣମାନଙ୍କ ଅଧିନରେ ରହିଥିଲା । ଫଳରେ କାରାକୋରମ ମଧ୍ଯ ଦେଇ ଯାତାୟତର ସୁବିଧା ହେଲା ଏବଂ ଚୀନରେ ମହାଯାନ ବୌଦ୍ଧଧର୍ମର ପ୍ରସାର ହେଲା । ରୋମୀୟ ସାମ୍ରାଜ୍ଯ, ସାସାନୀୟ ପାରସ୍ଯ ଆକ୍ଷୁମୀୟ ସାମ୍ରାଜ୍ଯ ଓ ଚୀନର ହାନ୍ ରାଜବଂଶ ସହିତ କୂଟନୈତିକ ସମ୍ପର୍କ ରହିଥିଲା । କୁଶାଣ ସାମ୍ରାଜ୍ଯ ରୋମ ଓ ଚୀନ ମଧ୍ଯସ୍ଥ ବାଣିଜ୍ଯ ବ୍ୟବସାୟର କେନ୍ଦ୍ରସ୍ଥଳ ହୋଇ ରହିଥିଲା: ଆଲେନ ଡାନିଏଲୌଙ୍କ ମତରେ , "ଏକ ସମୟରେ, କୁଶାଣ ସାମ୍ରାଜ୍ଯ, ମୁଖ୍ଯ ସଭ୍ଯତାମାନଙ୍କର କେନ୍ଦ୍ରବିନ୍ଦୁ ସାଜିଥିଲା ।[19]
ଖ୍ରୀଷ୍ଟୀୟ ତୃତୀୟ ଶତାବ୍ଦୀ ବେଳକୁ ପଶ୍ଚିମରୁ ସାସାନୀୟମାନଙ୍କ ଆକ୍ରମଣ ଯୋଗୁଁ କୁଶାଣ ସାମ୍ରାଜ୍ଯ ବିଭିନ୍ନ ସ୍ୱଳ୍ପ-ସ୍ୱାଧୀନ ରାଜ୍ଯମାନଙ୍କରେ ଖଣ୍ଡବିଖଣ୍ଡିତ ହୋଇଗଲା । ଏଥିଯୋଗୁଁ ସୋଗ୍ଡିନିଆ, ବାକ୍ତ୍ରିଆ ତଥା ଗାନ୍ଧାର ଅଞ୍ଚଳରେ କୁଶାଣ-ସାସାନୀୟ ରାଜ୍ୟ ସ୍ଥାପନ ହେଲା । ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀରେ ଏକ ଭାରତୀୟ ରାଜବଂଶ ଗୁପ୍ତ ରାଜବଂଶ ପୂର୍ବ ଆଡୁ ଆକ୍ରମଣ କଲେ । କୁଶାଣ ଓ କୁଶାଣ-ସାସାନୀୟ ରାଜ୍ୟଗୁଡ଼ିକ ଶେଷରେ କିଦାରୀୟ ଓ ପରେ ହେପ୍ଥାଲୀୟମାନଙ୍କଦ୍ୱାରା ଧ୍ବଂସ ହେଲା ।