ଭାରତୀୟ ରାଜନୀତିଜ୍ଞ From Wikipedia, the free encyclopedia
କୁମୁଦବେନ ମଣିଶଙ୍କର ଯୋଶୀ (୩୧ ଜାନୁଆରୀ ୧୯୩୪ - ୧୪ ମାର୍ଚ୍ଚ ୨୦୨୨) ଜଣେ ଭାରତୀୟ ରାଜନେତା ଥିଲେ ।
କୁମୁଦବେନ ଯୋଶୀ | |
---|---|
ସଂସଦର ସଦସ୍ୟ, ରାଜ୍ୟସଭା | |
କାର୍ଯ୍ୟକାଳ ୧୫ ଅକ୍ଟୋବର ୧୯୭୩ – ୨୫ ନଭେମ୍ବର ୧୯୮୫ | |
୧୪ତମ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ | |
କାର୍ଯ୍ୟକାଳ ୨୬ ନଭେମ୍ବର ୧୯୮୫ – ୭ ଫେବ୍ରୁଆରୀ ୧୯୯୦ | |
ପୂର୍ବ ଅଧିକାରୀ | ଶଙ୍କର ଦୟାଲ ଶର୍ମା |
ପର ଅଧିକାରୀ | କ୍ରୀଷ୍ଣା କାନ୍ତ |
ସୂଚନା ଓ ପ୍ରସାରଣ ମନ୍ତ୍ରୀ | |
କାର୍ଯ୍ୟକାଳ ଅକ୍ଟୋବର ୧୯୮୦ – ଜାନୁଆରୀ ୧୯୮୨ | |
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ | |
କାର୍ଯ୍ୟକାଳ ଜାନୁଆରୀ ୧୯୮୨ – ଡ଼ିସେମ୍ବର ୧୯୮୪ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | କୁମୁଦବେନ ମଣିଶଙ୍କର ଯୋଶୀ ୩୧ ଜାନୁଆରୀ ୧୯୩୪ ବ୍ରିଟିଶ ଭାରତ |
ମୃତ୍ୟୁ | ୧୪ ମାର୍ଚ୍ଚ ୨୦୨୨ (ବୟସ ୮୮) ଚାଙ୍ଗା ଧାନୋରୀ, ନାଭସାରି ଜିଲ୍ଲା, ଗୁଜରାଟ, ଭାରତ |
ସେ ୨୬ ନଭେମ୍ବର ୧୯୮୫ରୁ ୭ ଫେବୃଆରୀ ୧୯୯୦ ମସିହା ପର୍ଯ୍ୟନ୍ତ ଭାରତ, ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଥିଲେ । ସେ ଶାରଦା ମୁଖାର୍ଜୀଙ୍କ ପରେ ରାଜ୍ୟର ଦ୍ୱିତୀୟ ମହିଳା ରାଜ୍ୟପାଳ ଥିଲେ ।[1] ସେ ସୂଚନା ଏବଂ ପ୍ରସାରଣ ବିଭାଗର ଡେପୁଟି ମନ୍ତ୍ରୀ (ଅକ୍ଟୋବର ୧୯୮୦ - ଜାନୁୟାରୀ ୧୯୮୨) ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ (ଜାନୁୟାରୀ ୧୯୮୨ - ଡିସେମ୍ବର ୧୯୮୪) ମଧ୍ୟ ହୋଇଥିଲେ ।[2]
ଯୋଶୀ ୧୫ ଅକ୍ଟୋବର ୧୯୭୩ରୁ ୨ ଏପ୍ରିଲ ୧୯୭୬, ୩ ଏପ୍ରିଲ ୧୯୭୬ରୁ ୨ ଏପ୍ରିଲ ୧୯୮୨ ଏବଂ ୩ ଏପ୍ରିଲ ୧୯୮୨ରୁ ୨୫ ନଭେମ୍ବର ୧୯୮୫ ପର୍ଯ୍ୟନ୍ତ ତିନି ଥର ରାଜ୍ୟସଭାର ସଦସ୍ୟ ଥିଲେ । ସେ ମଧ୍ୟ ଗୁଜରାଟ ପି.ସି.ସି.ର ସାଧାରଣ ସଂପାଦକ ଥିଲେ ।
ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ସେ ରାଜ୍ୟର ୨୩ଟି ଜିଲ୍ଲାକୁ ଯାଇ ଅନେକ ସମୟ ବାହାରେ ରହି ଏକ ରେକର୍ଡ ସୃଷ୍ଟି କରିଥିଲେ - ଯାହା ହାଇଦ୍ରାବାଦର ରାଜ ଭବନରେ ୧୩ ଜଣଙ୍କ ଅପେକ୍ଷା ତାଙ୍କର ଅଧିକ ସକ୍ରିୟ ଥିଲା । ୨୬ ନଭେମ୍ବର ୧୯୮୫ରୁ ୩୦ ସେପ୍ଟେମ୍ବର ୧୯୮୭ ମଧ୍ୟରେ ସେ ୧୦୮ ଥର ଜିଲ୍ଲା ପରିଦର୍ଶନ କରିଥିଲେ ଏବଂ ୨୨ ଥର ରାଜ୍ୟ ବାହାରେ ଯାତ୍ରା କରିଥିଲେ ।
ହାଇଦ୍ରାବାଦର ସ୍ଥାନୀୟ ଖବରକାଗଜକୁ ଅନେକ ସାକ୍ଷାତକାର ଦେଇ ଯୋଶୀ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହି ଅଭିଯୋଗକୁ "ଅଳିଆ" ବୋଲି ଖାରଜ କରି କହିଛନ୍ତି ଯେ, "ଏଭଳି ସମାଲୋଚନାର ଉତ୍ତର ଦେବା ମୋର ସମ୍ମାନର ତଳେ ।"[3]
କୁମୁଦବେନ ୧ ମାର୍ଚ୍ଚ ୨୦୨୨ ମସିହାରେ ୮୮ ବର୍ଷ ବୟସରେ ଗଣଦେବୀ ନିକଟସ୍ଥ ଚାଙ୍ଗା ଧାନୋରୀ ଗ୍ରାମରେ ମୃତ୍ୟୁ ବରଣ କରିଥିଲେ ।[4][5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.