![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a0/Kiran_Bedi%252C_Lec_Dems.jpg/640px-Kiran_Bedi%252C_Lec_Dems.jpg&w=640&q=50)
କିରଣ ବେଦୀ
ରାଜନେତ୍ରୀ, ସମାଜସେବୀ, ପ୍ରଥମ ମହିଳା ଏସ୍ ପି / From Wikipedia, the free encyclopedia
କିରଣ ବେଦୀ (ଜନ୍ମ:୯ ଜୁନ୍ ୧୯୪୯) ଜଣେ ଅବସର ପ୍ରାପ୍ତ ଭାରତୀୟ ପୋଲିସ ଅଫିସର, ସମାଜସେବୀ, ପୂର୍ବବର୍ତ୍ତୀ ଟେନିସ୍ ଖେଳାଳୀ ଓ ରାଜନେତ୍ରୀ ଏବଂ ବର୍ତ୍ତମାନ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ନର୍ ଅଟନ୍ତି। ସେ ହେଉଛନ୍ତି ଭାରତର ପ୍ରଥମ ଆଇ ପି ଏସ୍ ଅଫିସର। ୩୫ ବର୍ଷ ପରେ ୨୦୦୭ ମସିହାରେ ବ୍ୟୁରୋ ଅଫ୍ ପୋଲିସ୍ ରିସର୍ଚ ଆଣ୍ଡ ଡେଭଲପ୍ମେଣ୍ଟର ଜେନେରାଲ୍ ଡାଇରେକ୍ଟର ଭାବେ କିରଣ ତାଙ୍କ ପୋଲିସ୍ ଚାକିରିରୁ ଅବସର ନେଇଥିଲେ।
କିରଣ ବେଦୀ | |
---|---|
![]() ୨୦୧୪ ମସିହାରେ ଆଇ ଆଇ ଟି ମାଡ୍ରାସ୍ଠାରେ ବେଦୀ କହୁଛନ୍ତି | |
ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ନର୍ | |
Incumbent | |
Assumed office 29 May 2016 [1] | |
ପୂର୍ବ ଅଧିକାରୀ | ଏ କେ ସିଙ୍ଗ୍ |
Officer, Indian Police Service ![]() | |
କାର୍ଯ୍ୟକାଳ ୧୯୭୨-୨୦୦୭ | |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Kiran Peshawaria (1949-06-09) ୯ ଜୁନ ୧୯୪୯ (ବୟସ ୭୪) ଅମୃରସର, ପଞ୍ଜାବ, ଭାରତ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ବ୍ରିଜ ବେଦୀ (୧୯୭୨-୨୦୧୭; ତାଙ୍କ ମୃତ୍ୟୁ)[2] |
ସନ୍ତାନ | ସାଇନା (ଜନ୍ମ ସୁକ୍ରୀତି), ଝିଅ |
ବାପା/ବୋଉ | ପ୍କାଶ ଲାଲ ଓ ପ୍ରେମ ଲତା |
ଘର | ପୁଡୂଚେରୀ |
ଶିକ୍ଷା | ବିଏ (ଅନର୍ସ) ଇଂରାଜୀ, ୧୯୬୮ ଏମ୍ ଏ ରାଜନୀତି ବିଜ୍ଞାନ, ୧୯୭୦ ଓକିଲାତି, ୧୯୮୮ ପି ଏଚ ଡି, ୧୯୯୩ |
ଶିକ୍ଷାନୁଷ୍ଠାନ | ପଞ୍ଜାବ ବିଶ୍ୱବିଦ୍ୟାଳୟ, ଚଣ୍ଡୀଗଡ଼ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଆଇ ଆଇ ଟି, ଦିଲ୍ଲୀ |
ବୃତ୍ତି | ରାଜନୀତି, ସମାଜସେବୀ, ଅବସର ପ୍ରାପ୍ତ ପୋଲିସ୍ ଅଫିସର୍ |
ପୁରସ୍କାର | ୟୁନାଇଟେଡ ନେସନ୍ ମେଡାଲ, ୨୦୦୪ ରାମୋନ ମାଗସେସେ, ୧୯୯୪ ପ୍ରେସିଡେଣ୍ଟ୍ସ୍ ପୋଲିସ୍ ମେଡାଲ୍, ୧୯୭୯ |
ୱେବସାଇଟ | kiranbedi |
୧୯୬୬ ମସିହାରେ କିରଣ ତାଙ୍କ ତରୁଣ ବୟସରେ ଜାତୀୟ ଟେନିସ୍ ଖେଳରେ ବିଜୟୀ ହୋଇଥିଲେ। ୧୯୬୫ରୁ ୧୯୭୮ ମସିହା ମଧ୍ୟରେ ସେ ଜାତୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ଚାମ୍ପିୟାନ ହୋଇ ବହୁତ ଉପାଧି ପାଇସାରିଥିଲେ। ବେଦୀ ଆଇ ପି ଏସ୍ରେ ଯୋଗ ଦେବା ପରେ ଦିଲ୍ଲୀ, ଗୋଆ,ଚଣ୍ଡୀଗଡ଼ ଓ ମିଜୋରାମରେ ପୋଲିସ୍ ଅଫିସର୍ ଭାବେ କାର୍ଯ୍ୟ କରିଛନ୍ତି। ଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ସେ ପ୍ରଥମେ ଆସିସ୍ଷ୍ଟାଣ୍ଟ ସୁପରିଟେଣ୍ଟ ଅଫ୍ ପୋଲିସ୍ ହିସାବରେ ଯୋଗ ଦେଇ ତାଙ୍କ ଭବିଷ୍ୟତର ଶୁଭାରମ୍ଭ କରିଥିଲେ ଓ ୧୯୮୯ ମସିହାରେ ସେ ପ୍ରେସିଡେଣ୍ଟ୍ସ୍ ପୋଲିସ୍ ମେଡାଲ ପାଇଥିଲେ। ଏହାପରେ ସେ ପଶ୍ଚିମ ଦିଲ୍ଲୀ ଆଡକୁ ମୁହାଁଇ ମହିଳାମାନଙ୍କ ପ୍ରତି ହେଉଥିବା ଅପରାଧକୁ କମାଇଥିଲେ। ପରବର୍ତ୍ତୀକାଳରେ ସେ ଟ୍ରାଫିକ ପୋଲିସ ଅଫିସର୍ ହିସାବରେ ଦିଲ୍ଲୀରେ ୧୯୮୨ ଏସିଆନ୍ ଗେମ୍ ଓ ଗୋଆର ୧୯୮୩ CHOGMରେ ଟ୍ରାଫିକ ବ୍ୟବସ୍ଥାର ଆୟୋଜନ କରିଥିଲେ। ଡିସିପି ହିସାବରେ ଉତ୍ତର ଦିଲ୍ଲୀରେ ସେ ଔଷଧ ଅପବ୍ୟବାହାରକୁ ନେଇ ଏକ ପ୍ରଚାର କଲେ।
୧୯୯୩ ମସିହା ମେ' ମାସରେ ସେ ଇନ୍ସପେକ୍ଟର ଜେନେରାଲ୍ ହିସାବରେ ଯୋଗ ଦେଇଥିଲେ। ସେ ତିହାର ଜେଲ୍ରେ ବହୁ ସୁଧାର ଆଣିଥିଲେ ଯେଉଁଟାକି ତାଙ୍କୁ ବହୁତ ପ୍ରଶଂସାର ପାତ୍ର କରିଥିଲା ଓ ସେଥିପାଇଁ ସେ ରାମୋନ ମାଗସେସେ ପୁରସ୍କାର ମଧ୍ୟ ପାଇଥିଲେ। ୨୦୦୩ ମସିହାରେ ବେଦୀ ସେକ୍ରେଟାରୀ ଜେନେରାଲ ଅଫ୍ ୟୁନାଇଟେଡ ନେସନ୍ରେ ଭାରତର ପ୍ରଥମ ମହିଳା ପୋଲିସ ଉପଦେଶଦାତା ସାଜିଥିଲେ। ୨୦୦୭ ମସିହାରେ ସେ ସାମାଜିକ କାର୍ଯ୍ୟ ପ୍ରତି ଓ ଲେଖାଲେଖି ପ୍ରତି ମନବଳାଇ ପୋଲିସ୍ ଚାକିରିରୁ ଅବସର ନେଇଥିଲେ। ୨୦୦୮ରୁ ୨୦୧୧ ମସିହା ମଧ୍ୟରେ ସେ ଏକ କୋର୍ଟ ସୋ ଆୟୋଜନ କରିଥିଲେ ଯାହାର ନାଁ ଆପ୍କି କଚେରୀ। ୨୦୧୧ ମସିହାରେ ଦୁର୍ନୀତି ବୋରଧରେ ସେ ଜଣେ ଟାଣୁଆ ନେତ୍ରୀ ଥିଲେ ଓ ୨୦୧୫ ମସିହାରେ ଭାରତୀୟ ଜନତା ପାର୍ଟି ସେ ଯୋଗଦାନ ଦେଇଥିଲେ। ୨୦୧୫ ଦିଲ୍ଲୀ ବିଧାନ ସଭା ନିର୍ବାଚନରେ ସେ ଦଳର ମନ୍ତ୍ରୀପଦ ପାଇ ପ୍ରତିଯୋଗିତା ପରାଜିତ ହୋଇଥିଲେ। ଏହାପରେ ୨୦୧୬ ମସିହା ମେ' ୨୨ ତାରିଖରେ ସେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ନର୍ ହିସାବରେ ନିଯୁକ୍ତି ପାଇଥିଲେ।