କାଲାଜିଅନ
ଆଖିପତାର ରୋଗ / From Wikipedia, the free encyclopedia
କାଲାଜିଅନ (ଇଂରାଜୀ ଭାଷାରେ Chalazion) ଏକ ପୁଟୀ ବା ସିସ୍ଟ (cyst) ଯାହା ଆଖିପତାର (eyelid) ତେଲ ଗ୍ରନ୍ଥି ଅବରୋଧ ହେବା କାରଣରୁ ତିଆରି ହୋଇଯାଏ ।[2] ଏହି ରୋଗ ଆଖିପତାର ଠିକ ମଝି ସ୍ଥାନରେ ହୁଏ । ଏଗୁଡ଼ିକ ଧୀରେ କିଛି ସପ୍ତାହ ଧରି ତିଆରି ହୁଅନ୍ତି ।[3]
କାଲାଜିଅନ | |
---|---|
ଇଂରାଜୀ ପ୍ରତିଶବ୍ଦ - meibomian gland lipogranuloma[1] | |
![]() ଆଖିରେ କାଲାଜିଅନ ଚିତ୍ର | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /kəˈleɪziən/ |
ସ୍ପେଶାଲିଟି | ଚକ୍ଷୁ ରୋଗ ବିଜ୍ଞାନ (Ophthalmology) |
ଆଇସିଡ଼ି-୧୦ | H00.1 |
ଆଇସିଡ଼ି-୯-ସିଏମ୍ | 373.2 |
ରୋଗ ଡାଟାବେସ | 6009 |
ମେଡ଼ିସିନ-ପ୍ଲସ | 001006 |
ଇ-ମେଡ଼ିସିନ | emerg/94 oph/243 |
Patient UK | କାଲାଜିଅନ |
MeSH | D017043 |
କାଲାଜିଅନ ରୋଗ ଆଖିରେ ଆଗରୁ ହୋଇଥିବା ସ୍ଟାଇ ରୋଗ ପରେ ହୋଇପାରେ ବା ତେଲ ଗ୍ରନ୍ଥିରୁ ତେଲ ବାହାରି ଶକ୍ତ ହୋଇଯାଏ ଗ୍ରନ୍ଥିର ପଥ ଅବରୋଧ କରିବାଦ୍ୱାରା ହୁଏ ।[3] ମେବୋମିଆନ ଗ୍ରନ୍ଥି (meibomian gland) ଅବରୁଦ୍ଧ ହୋଇ ସାଧାରଣତଃ ଏ ରୋଗ ହୁଏ କିନ୍ତୁ ଜିସ ଗ୍ରନ୍ଥି (gland of Zeis) ଅବରୁଦ୍ଧ ହୋଇ ମଧ୍ୟ ହୋଇପାରେ ।[4] ଏହି ରୋଗ ଓ ସ୍ଟାଇ ତଥା ପେରିଅର୍ବିଟାଲ ସେଲ୍ୟୁଲାଇଟିସ (cellulitis) ରୋଗ ଦ୍ୱୟ ପ୍ରାୟ ଏକାଭଳି ଦେଖାଯାଆନ୍ତି । ସ୍ଟାଇ କିନ୍ତୁ ହଠାତ ସୃଷ୍ଟି ହୁଏ, କଷ୍ଟଦାୟକ ଥାଏ ଓ ଆଖପତା ଧାରରେ ହୁଏ । ସେଲ୍ୟୁଲାଇଟିସ ରୋଗ ମଧ୍ୟ ଯନ୍ତ୍ରଣାଦାୟକ । [3]
ଏହି ରୋଗ ହେଲେ ଉଷୁମ ସେକ (warm compresses) ପ୍ରଥମେ ଦିଆଯାଏ । ସେକରେ କିଛି ଉପକାର ନ ହେଲେ ରୋଗ ସ୍ଥାନରେ ସ୍ଟିରଏଡ (steroids) ଇଞ୍ଜେକସନ ଦିଆଯାଏ । ଆକାର ବଡ଼ ହୋଇଥିଲେ ଇନସାଇଜ (କାଟିବାର ଡାକ୍ତରୀ ନାମ) ଓ ନିସ୍କାଷନ କରାଯାଏ ।[3] ଏହା ଏକ ସାଧାରଣ ରୋଗ ହୋଇଥିଲେ ମଧ୍ୟ ଏହି ରୋଗର ଜନସଂଖ୍ୟା ଅନୁସାରେ ଆନୁପାତିକ ହାର ଜଣାନାହିଁ ।[5] କାଲାଜିଅନ ଶବ୍ଦଟି ଗ୍ରୀକ ଭାଷାର ଖାଲାଜିଅନ ("khalazion") ଶବ୍ଦରୁ ନିଆଯାଇଛି ଯାହାର ଅର୍ଥ ସେହି ଭାଷାରେ ଛୋଟ କୁଆପଥର ।[6]