କାବୋଜାଣ୍ଟିନିବ
ଏହା ଏକ ଔଷଧ ଯାହା ମେଡୁଲାରୀ ଥାଇରଏଡ କର୍କଟ, ବୃକ୍କ କୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକ / From Wikipedia, the free encyclopedia
କାବୋଜାଣ୍ଟିନିବ, ଅନ୍ୟମାନଙ୍କ ମଧ୍ୟରେ ବିକ୍ରୟ ନାମ କୋମେଟ୍ରିକ (Cometriq) ଏବଂ କାବୋମରଟିକ୍ସ (Cabometyx), ଏକ ଔଷଧ ଯାହା ମେଡୁଲାରୀ ଥାଇରଏଡ କର୍କଟ, ବୃକ୍କ କୋଷ କର୍କଟ ଏବଂ ହେପାଟୋସେଲୁଲାର୍ କର୍କଟ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [9] [10] ଏହା ଉନ୍ନତ ରୋଗ କିମ୍ବା ଅନ୍ୟାନ୍ୟ ଚିକିତ୍ସାରେ ବିଫଳ ହୋଇଥିବା କ୍ଷେତ୍ରରେ ବ୍ୟବହୃତ ହୁଏ । [11] ଏହା ପାଟିରେ ଦିଆଯାଏ | [11]
Clinical data | |
---|---|
Pronunciation | ka" boe zan' ti nib[1] |
Trade names | Cometriq, Cabometyx, others |
Synonyms | XL184, BMS907351 |
AHFS/Drugs.com | monograph |
MedlinePlus | a613015 |
data |
|
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | ≥99.7% |
Metabolism | Liver (CYP3A4-mediated) |
Elimination half-life | 110 hours |
Excretion | Feces (54%), urine (27%) |
Identifiers | |
IUPAC name
| |
ECHA InfoCard | 100.221.147 |
Chemical and physical data | |
Formula | C28H24FN3O5 |
Molar mass | ୫୦୧.୫୧ g·mol−1 |
3D model (JSmol) | |
SMILES
| |
InChI
|
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଥକାପଣ, ଉଚ୍ଚ ରକ୍ତଚାପ, ବାନ୍ତି, ଏବଂ ଓଜନ ହ୍ରାସ ହୁଏ । [10] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ରକ୍ତସ୍ରାବ, ଫିଷ୍ଟୁଲା, ରକ୍ତ ଜମାଟ ବାନ୍ଧିବା, ଯକୃତ ସମସ୍ୟା ଏବଂ ରିଭର୍ସିବଲ୍ ପୋଷ୍ଟୋରିଅର୍ ଲ୍ୟୁକୋଏନସେଫାଲୋପାଥି ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ ହୋଇପାରେ। [11] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [11] ଏହା ଏମଇଟ, (MET), ଭିଇଜିଏଫଆର (VEGFR), ଏବଂ ଏଏକ୍ସଏଲ (AXL)ମାନଙ୍କର ଟାଇରୋସିନ୍ କାଇନେଜ ଇନହିବିଟର । [11]
୨୦୧୨ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୧୪ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ କାବୋଜାଣ୍ଟିନିବ ଅନୁମୋଦିତ ହୋଇଥିଲା [9][10] ୨୦୨୧ରେ ଯୁକ୍ତରାଜ୍ୟରେ ୬୦ମିଗ୍ରା ଔଷଧର ଏକ ମାସର ମୂଲ୍ୟ ୫୧୫୦ ପାଉଣ୍ଡ ଥିଲା । [12] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୨,୬୦୦ ଡଲାର ଅଟେ । [13]