କାପ୍ଟୋପ୍ରିଲ
ଏହା ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ, ମଧୁମେହ ବୃକ୍କ ରୋଗର ଚିକିତ୍ସା ପାଇଁ ଏବଂ ହୃଦଘାତ ପରେ ଅଳ୍ପ ସମୟ / From Wikipedia, the free encyclopedia
କାପ୍ଟୋପ୍ରିଲ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ କ୍ୟାପୋଟେନ, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପ, ହୃଦ୍ପାତ, ମଧୁମେହ ବୃକ୍କ ରୋଗର ଚିକିତ୍ସା ପାଇଁ ଏବଂ ହୃଦଘାତ ପରେ ଅଳ୍ପ ସମୟ ପାଇଁ ବ୍ୟବହୃତ ହୁଏ । [3] ଉଚ୍ଚ ରକ୍ତଚାପ ପାଇଁ ଏହା ପ୍ରଥମ ଧାଡି ବିକଳ୍ପଗୁଡ଼ିକ ମଧ୍ୟରୁ ଗୋଟିଏ । [4] ଏହା ତରଳ ବା ଟାବଲେଟ୍ ଭାବରେ ପାଟିରେ ଦିଆଯାଏ । [5] କଳା ଲୋକଙ୍କ କ୍ଷେତ୍ରରେ ଏହା କାମ କରିନପାରେ । [4]
Clinical data | |
---|---|
Pronunciation | /ˈkæptəprɪl/ |
Trade names | Capoten, others |
AHFS/Drugs.com | monograph |
MedlinePlus | a682823 |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 70–75% |
Metabolism | Liver |
Elimination half-life | 2.2 hours[2] |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.057.806 |
Chemical and physical data | |
Formula | C9H15NO3S |
Molar mass | ୨୧୭.୨୮ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶୋଇବାରେ ଅସୁବିଧା ଏବଂ ପାକସ୍ଥଳି ଘାଆ ହୋଇପାରେ । [5] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଭୋକ କମିବା, ଲାଲ ପଡ଼ିବା,, ଥକ୍କାପଣ, ସ୍ୱାଦର ପରିବର୍ତ୍ତନ, ଉଚ୍ଚ ପୋଟାସିୟମ୍, ଏବଂ ରେନଡ ଅନ୍ତର୍ଭୁକ୍ତ ହୋଇପାରେ, ଯେଉଁଠାରେ ଗୋଡ଼ ଆଙ୍ଗୁଠି ଏବଂ ହାତ ଆଙ୍ଗୁଠି ଧଳା ଏବଂ ନୀଳ ହୋଇଯାଏ । [6] [3] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବାଦ୍ୱାରା ଶିଶୁର କ୍ଷତି ହୋଇପାରେ | [6] [4] ଏହା ଏକ ଆଞ୍ଜିଓଟେନସିନ-ପରିବର୍ତ୍ତନକାରୀ ଏଞ୍ଜାଇମ ଯାହା ରେନିନ-ଆଞ୍ଜିଓଟନସିନ ପ୍ରଣାଳୀକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ । [7]
କ୍ୟାପ୍ଟୋପ୍ରିଲ୍ ୧୯୭୬ରେ ପେଟେଣ୍ଟ୍ ହୋଇଥିଲା ଏବଂ ୧୯୮୦ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା । [8] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [9] ଯୁକ୍ତରାଜ୍ୟରେ ଦିନକୁ ଦୁଇଥର ୧୨.୫ରୁ ୫୦ ମିଗ୍ରା ମଧ୍ୟରେ ଏହି ଔଷଧର ମୂଲ୍ୟ ୨୦୨୧ ସୁଦ୍ଧା ୨ ପାଉଣ୍ଡ ଅଟେ। [10] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୫ ଡଲାର ଅଟେ। [11]