From Wikipedia, the free encyclopedia
ରେନଡ ସିଣ୍ଡ୍ରୋମ (Raynaud's) ଏକ ମେଡିକାଲ ରୋଗ ଯେଉଁଥିରେ ରକ୍ତନଳୀର ସ୍ପାଜ୍ମ (spasm of arteries) ଯୋଗୁ ସ୍ୱଳ୍ପ ରକ୍ତ ସରବରାହ ଘଟଣା ବାରମ୍ବାର ହୁଏ । ସ୍ୱାଭାବିକ ଭାବରେ ହାତ ଆଙ୍ଗୁଠି ପ୍ରଭାବିତ ହୁଏ ଓ ଅଳ୍ପ ଘଟଣାରେ ଗୋଡ଼ ଆଙ୍ଗୁଠି ପ୍ରଭାବିତ ହୁଏ । କ୍ୱଚିତ ନାକ, କାନ ବା ଓଠ ମଧ୍ୟ ପ୍ରଭାବିତ ହୁଏ । [1] ରକ୍ତ ସରବରାହ କମିଯିବା ଯୋଗୁ ପ୍ରଭାବିତ ସ୍ଥାନ ଧଳା ଦେଖାଯାଏ ଓ ତା ପରେ ନୀଳ ଦେଖାଯାଏ । ସେ ସ୍ଥାନ କାଲୁଆ ହୋଇଯାଏ ବା ସେଠାରେ ଯନ୍ତ୍ରଣା ହୁଏ । ରକ୍ତ ସରବାରହ ସଠିକ ହୋଇଗଲେ ପ୍ରଭାବିତ ସ୍ଥାନ ଲାଲ ଦେଖାଯାଏ ଓ ଜଳାପୋଡ଼ା ହୁଏ । ଏହି ରେନଡ ଘଟଣା କିଛି ମିନିଟ ନିମନ୍ତେ ହୁଏ କିନ୍ତୁ କେତେକ ଘଣ୍ଟା ଧରି ହୋଇପାରେ ।[2]
ରେନଡ ସିଣ୍ଡ୍ରୋମ | |
---|---|
ଇଂରାଜୀ ପ୍ରତିଶବ୍ଦ - Raynaud's disease, Raynaud's phenomenon, Raynaud's syndrome[1] | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଉଚ୍ଚାରଣ | /reɪˈnoʊz/ ray-NOHZ |
ସ୍ପେଶାଲିଟି | Rheumatology |
ଆଇସିଡ଼ି-୧୦ | I73.0 |
ଆଇସିଡ଼ି-୯-ସିଏମ୍ | 443.0 |
ଓଏମ୍ଆଇଏମ୍ | 179600 |
ରୋଗ ଡାଟାବେସ | 25933 |
ମେଡ଼ିସିନ-ପ୍ଲସ | 000412 |
ଇ-ମେଡ଼ିସିନ | med/1993 |
Patient UK | ରେନଡ ସିଣ୍ଡ୍ରୋମ |
MeSH | D011928 |
ଥଣ୍ଡା ଓ ମାନସିକ ଚାପ ଯୋଗୁ ଏହି ରେନଡ ଘଟଣା ଘଟିପାରେ ।[2] ଏହା ଦୁଇ ପ୍ରକାର ଅଛି: ପ୍ରାଥମିକ ରେନଡ ଯାହାର କାରଣ ଅଜ୍ଞାତ ଥାଏ ଓ ସେକେଣ୍ଡାରୀ ରେନଡ ଯାହା ଅନ୍ୟ କୌଣସି କାରଣ ବଶତଃ ହୁଏ ।[3] କନେକ୍ଟିଭ ଟିସୁ ବେମାରୀ (connective tissue disorder) ଯେପରିକି ସ୍କ୍ଲେରୋଡର୍ମା (scleroderma) ବା ଲୁପସ (lupus), ଆଙ୍ଗୁଠି ଆଘାତ, ଧୂମ୍ରପାନ ଓ କେତେକ ପ୍ରକାରର ଜନ୍ମ ନିରୋଧ ବଟିକା (birth control pills) ଯୋଗୁ ସେକେଣ୍ଡାରୀ ରେନଡ ହୁଏ ।[4] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [3]
ଥଣ୍ଡା ଏଡ଼େଇବା ଏହାର ପ୍ରଥମ ଚିକିତ୍ସା । ଧୂମ୍ରପାନ ବନ୍ଦ କରିବାଦ୍ୱାରା ଓ ଉତ୍ତେଜକ ବ୍ୟବହାର ନ କରିବାଦ୍ୱାରା ଏହାକୁ ଏଡେଇ ହୁଏ । କୌଣସି ଉନ୍ନତି ନ ହେଉଥିବା କେଶ୍ରେ କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଓ ଇଲୋପ୍ରୋଷ୍ଟ (iloprost) ଦିଆଯାଇପାରେ । ଅଲଟରନେଟିଭ ମେଡ଼ିସିନ (alternative medicine) ଉପକାର କରିବାର କୌଣସି ପ୍ରମାଣ ମିଳୁନି ।[3] ରୋଗ ସାଂଘାତିକ ଥିଲେ ଘାଆ (skin sores) ବା ଗାଙ୍ଗ୍ରିନ (gangrene) ହୋଇଯାଇପାରେ ।[2]
ଜନସଂଖ୍ୟାର ପ୍ରାୟ ୪% ଲୋକଙ୍କର ଏହି ରୋଗ ଥାଏ ।[3] ବୟସ ୧୫ରୁ ୩୦ ମଧ୍ୟରେ ପୁଅଙ୍କ ଅପେକ୍ଷା ଝିଅମାନଙ୍କର ଏହି ରୋଗ ଅଧିକ ରୋଗ ହୁଏ ।[3][5] ସାଧାରଣତଃ ବୟସ୍କ ଲୋକଙ୍କୁ ସେକେଣ୍ଡାରୀ ରୋଗ ଅଧିକ ହୁଏ । ଥଣ୍ଡା ଜଳବାୟୁରେ (climate) ଉଭୟ ପ୍ରକାରର ରୋଗ ଅଧିକ ହୁଏ ।[5] ସନ ୧୮୬୨ରେ ଏହି ରୋଗ ବିଷୟରେ ବର୍ଣ୍ଣନା କରିଥିବା ଫରାସୀ ଚିକିତ୍ସକ ମରିସ ରେନଡଙ୍କ (Maurice Raynaud) ନାମାନୁସାରେ ଏହି ରୋଗର ନାମକରଣ ହୋଇଛି ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.