From Wikipedia, the free encyclopedia
କାଠଚମ୍ପା ଏକ ଦ୍ରୁମ ଜାଦୀୟ ଉଦ୍ଭିଦ। ବଡ଼ ହେଲେ ବି ଏହା ଚମ୍ପା ଗଛ ପରି ବଡ଼ ହୁଏ ନାହିଁ । ଏହାର ପତ୍ର ଅଳ୍ପକେ ଓଉ ପତ୍ର ପରି । ଫୁଲର ରଙ୍ଗ ଭେଦରେ ଏହା ନାଲି ଓ ଧଳା, ଦୁଇପ୍ରକାରର ହୋଇଥାଏ। ଏହି ଗଛରେ ଫଳ କମ ଫଳେ, ଏହାର ଡାଳକୁ ମାଟିରେ ପୋତିଲେ ନୂଆଗଛ ଜନ୍ମ ହୁଏ।
କାଠଚମ୍ପା | |
---|---|
କାଠଚମ୍ପା ଫୁଲ | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Gentianales |
କୁଳ: | Apocynaceae |
ଉପକୁଳ: | Rauvolfioideae |
ଗୋଷ୍ଠୀ: | Plumerieae |
ପ୍ରଜାତି: | Plumeria L.[1] |
Species | |
Plumeria alba |
ଭାଷା | ନାମ |
---|---|
ଓଡ଼ିଆ | କାଠଚମ୍ପା, ଗୋଳଚି |
ସଂସ୍କୃତ | କ୍ଷୀରଚମ୍ପା, ସ୍ଥିରଗନ୍ଧକ, ସୌଗନ୍ଧିକ, କାଷ୍ଠଚମ୍ପକ |
ହିନ୍ଦୀ | ଗୋଲାଇଞ୍ଚି गोलाइंचि |
ଅସିମୀୟା | ଗୁଳଞ୍ଚି গুলঞ্চি |
କନ୍ନଡ଼ | ଦେବ ଗାଣିଗିଲେ ದೇಬ ಗಾಣಿಗಿಲೇ |
ଗୁଜରାଟୀ | ରାଧା ଚମ୍ପା રાધાચમ્પા |
ତେଲୁଗୁ | ନାରୁ ୱରାହାଲ୍ଲୁ నారు వరాహాల్లు |
ବଙ୍ଗଳା | ଡାଲାନ ଫୁଲ୍ ডালান ফুল |
ମରାଠି | କ୍ଷୀର ଚମ୍ପା क्षिर चम्पा |
ମାଲୟାଲମ | ଆରାଇଲ୍ ആരാഇല് |
ସାଁତାଳି | ଚମ୍ପା ପୁଙ୍ଗର |
ବର୍ମିଜ | ଟା-ୟୋକେ-ସା-କା |
ଇଂରାଜୀ | Temple Tree |
ତିକ୍ତ କଟୁ କଷାୟ ରସ, ଶୀତୋଷ୍ଣ ମିଶ୍ରିତ ବୀର୍ଯ୍ୟ। ସିଝୁପରି ଏଥିରେ କିଛି ଉପବିଷ ରହିଥିବାରୁ ଏହାକୁ କେବଳ ବାହ୍ୟ ବ୍ୟବହାର କରାଯାଏ। ଏହାର ଆନ୍ତରିକ ବ୍ୟବହାର ହେଉ ନ ଥିବାରୁ, ଅର୍ଥାତ୍ ଏହାକୁ ସେବନ ନ କରାଯାଉଥିବାରୁ ଏହାର କୌଣସି ମାତ୍ରା ନିର୍ଦ୍ଧାରଣ କରାଯାଇ ନାହିଁ। ଆବଶ୍ୟକତା ଅନୁସାରେ ବାହ୍ୟ ପ୍ରୟୋଗ କରା ଯାଇଥାଏ।
ଏହା ଚକ୍ଷୁର ହିତକର, କଣ୍ଡୁ, କୁଷ୍ଠ, ବାଗୀ, ବ୍ରଣ ଆଦିର ବିନାଶକ ଅଟେ।
ସକାଳୁ କାଠ ଚମ୍ପାଫୁଲକୁ ଶୁଙ୍ଘିଲେ ଚକ୍ଷୁ ବଢେ ବୋଲି ବିଶ୍ୱାସ ରହିଛି।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.