ଓଣ୍ଡାନ୍ସେଟ୍ରନ୍
From Wikipedia, the free encyclopedia
ଓଣ୍ଡାନ୍ସେଟ୍ରନ୍, ବିକ୍ରୟ ନାମ ଜୋଫ୍ରାନ୍, ଏକ ଔଷଧ ଯାହା କେମୋଥେରାପି, ରାଡିଏସନ୍ ଥେରାପି ଓ ଅପରେଶନ ପରେ ହେଉଥିବା ଅଇ ଓ ବାନ୍ତି ପ୍ରତିରୋଧ କରିବାକୁ ଦିଆଯାଏ ।[1] ଗାସ୍ଟ୍ରୋଏଣ୍ଟେରାଇଟିସ (ପାକସ୍ଥଳୀ-ଅନ୍ତନଳୀ ପ୍ରଦାହ) ରୋଗରେ ମଧ୍ୟ ଏହା ଦେଲେ ଉପକାରରେ ଆସେ । [2][3] ମୋସନ ସିକ୍ନେସ (ଯାତ୍ରାକାଳୀନ ଅସୁସ୍ଥତା) ଯୋଗୁ ହେଉଥିବା ବାନ୍ତିରେ ଏହାର କିଛି ପ୍ରଭାବ ପଡ଼େନାହିଁ ।[4] ଏହା ପାଟିରେ ଓ ମାଂସପେଶୀ ବା ଶିରାଭ୍ୟନ୍ତରରେ ଇଞ୍ଜେକସନ୍ ଆକାରରେ ଦିଆଯାଇପାରେ ।[1]
Clinical data | |
---|---|
Trade names | Zofran, Ondisolv, others |
AHFS/Drugs.com | monograph |
MedlinePlus | a601209 |
Pregnancy category |
|
Routes of administration | Oral, rectal, IV, IM |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ~60% |
Protein binding | 70%-76% |
Metabolism | Liver (CYP3A4, CYP1A2, CYP2D6) |
Elimination half-life | 5.7 hours |
Excretion | Kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEMBL |
|
ECHA InfoCard | 100.110.918 |
Chemical and physical data | |
Formula | C18H19N3O |
Molar mass | 293.4 g/mol |
3D model (JSmol) | |
SMILES
| |
InChI
| |
(verify) |
ଓଣ୍ଡାନ୍ସେଟ୍ରନ୍ର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ମୁଣ୍ଡବଥା, ନିଦ୍ରାହୀନତା ଓ ଗଲୁ ଲାଗିବା ଇତ୍ୟାଦି ଦେଖାଯାଏ । ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟି ଓ ଆନାଫାଇଲାକ୍ସିସ ହୋଇପାରେ । ଗର୍ଭାବସ୍ଥାରେ ଏହା ନିରାପଦ ପ୍ରତେ ହେଲେ ମଧ୍ୟ ଏହା ବିଷୟରେ ବିଶେଷ ଅନୁଶୀଳନ ହୋଇନାହିଁ । ଏହା ଏକ ସେରୋଟୋନିନ୍ ୫-ଏଚଟି୩ ରିସେପ୍ଟର ବିରୋଧୀ.[1] ଡୋପାମିନ ରିସେପ୍ଟର ବା ମସ୍କାରିନିକ୍ ରିସେପ୍ଟର ସମୂହ ଉପରେ ଓଣ୍ଡାନ୍ସେଟ୍ରନ୍ର ପ୍ରଭାବ ନାହିଁ ।[5]
ଓଣ୍ଡାନ୍ସେଟ୍ରନ୍ ପ୍ରଥମେ ସନ ୧୯୯୦ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହୃତ ହୋଇଥିଲା ।[6] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[7] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଇଞ୍ଜେକସନ ଆକାରରେ ମିଳୁଥିବା ଓଣ୍ଡାନ୍ସେଟ୍ରନ୍ର ହୋଲସେଲ ମୁଲ୍ୟ ପ୍ରାୟ ୦.୧୦ରୁ ୦.୭୬ ଆମେରିକୀୟ ଡଲାର । [8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ବଟିକାର ମୂଲ୍ୟ ପ୍ରାୟ ୧.୩୭ ଡଲାର ।[1]