ଏକତାର ପ୍ରତିମୂର୍ତ୍ତି
ଗୁରୁଜାଟରେ ନର୍ମଦା ଡ୍ୟାମ ପାଖରେ ନିର୍ମିତ ସର୍ଦାର ପଟେଲଙ୍କର ପ୍ରତିମୂର୍ତ୍ତୀ / From Wikipedia, the free encyclopedia
ଏକତାର ପ୍ରତିମୂର୍ତ୍ତି (English: Statue of Unity) ହେଉଛି ଭାରତର ସ୍ୱାଧୀନତା ସଂଗ୍ରାମୀ ବଲ୍ଲଭ ଭାଇ ପଟେଲଙ୍କର (୧୮୭୫-୧୯୫୦) ଗୁଜରାଟର ନର୍ମଦା ଜିଲ୍ଲାରେ ଥିବା ଏକ ପ୍ରତିମୂର୍ତ୍ତି । ଏହି ୧୮୨ ମିଟର (୫୯୭ ଫୁଟ) ଉଚ୍ଚ ପ୍ରତିମୂର୍ତ୍ତି ବର୍ତ୍ତମାନ ବିଶ୍ୱର ସର୍ବୋଚ୍ଚ ପ୍ରତିମୂର୍ତ୍ତି ଅଟେ । [1][2] ପଟେଲଜୀ ସ୍ୱାଧୀନ ଭାରତର ପ୍ରଥମ ଉପ-ପ୍ରଧାନମନ୍ତ୍ରୀ ଥିଲେ । ପ୍ରତିମୂର୍ତ୍ତିଟି ସର୍ଦାର ସରୋବର ଡ୍ୟାମ ବା ନର୍ମଦା ଡ୍ୟାମ ଆଡ଼କୁ ମୁହଁ କରି ଏକ ନଦୀ ଟାପୁ ଉପରେ ନିର୍ମିତ୍ତ ହୋଇଛି । ଏହା ବଡୋଦରାର ଦକ୍ଷିଣ-ପୂର୍ବରେ ରାଜପି୍ପଲା ନିକଟରେ ଅବସ୍ଥିତ ।
ଏହି ପ୍ରତିମୂର୍ତ୍ତି ଏବଂ ଏହାର ଆଖପାଖ ଜାଗାକୁ ମିଶାଇ ମୋଟ ଦୁଇ ହେକ୍ଟର (୪'୯ ଏକର) ଜାଗାରେ ହୋଇଛି । ପାଖାପାଖି ୧୨୨ କିଲୋମିଟର (୩୦୦୦ ଏକର) କ୍ଷେତ୍ରଫଳ ବିଶିଷ୍ଟ ଏକ କୁତ୍ରିମ ହ୍ରଦ ଏହାର ଚାରିପାଖରେ ରହିଛି । ହ୍ରଦଟି ଲାର୍ସନ ଆଣ୍ଡ ଟଉବ୍ରୋ କମ୍ପାନୀଦ୍ୱାରା 29.89 billion (US$୬୬୩.୫୬ million) ବା ୨୯୮୯ କୋଟି ଟଙ୍କାରେ ହୋଇଥିଲା । ଭାରତୀୟ ଯନ୍ତ୍ରୀ ରାମ ଭି ସୁତାର ଏହାର ରଚନା କରିଥିଲେ [3][4] ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କର ଉଦ୍ଦେଶ୍ୟରେ ପଟେଲଜୀଙ୍କର ୧୪୩ତମ ଜନ୍ମବାର୍ଷିକୀରେ ୩୧ ଅକ୍ଟୋବର ୨୦୧୮ରେ ସମର୍ପଣ କରିଥିଲେ । [5][6][7][8]