ଶିକ୍ଷାନୁଷ୍ଠାନ From Wikipedia, the free encyclopedia
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, କଳା, ସଙ୍ଗୀତକୁ ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟକରୁଥିବା ଏକ ଶିକ୍ଷାନୁଷ୍ଠାନ । ଏହା ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ଅବସ୍ଥିତ ଓ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ସହ ଅନୁବନ୍ଧିତ ।[1] ଏହି ଅନୁଷ୍ଠାନରେ +୨, +୩ ଓ ବି-ମ୍ୟୁଜିକ ପାଠ୍ୟକ୍ରମରେ ଶିକ୍ଷାଦାନ କରାଯାଏ ।
ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ୧୯୬୪[2] ମସିହା ବିଷୁବ ସଂକ୍ରାନ୍ତି ଦିନ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯାଇଥିଲା । ବିନା ଅଧ୍ୟକ୍ଷରେ, ଅଳ୍ପ କେତୋଟି ପିଲାଙ୍କୁ ନେଇ, ଭୁବନେଶ୍ୱରର ରବୀନ୍ଦ୍ରମଣ୍ଡପ ପରିସରରେ ଶିକ୍ଷାଦାନ ଆରମ୍ଭ କରାଯାଇଥିଲା । ପ୍ରତିଷ୍ଠା ହେବାର ୩ ମାସ ପରେ, ଧିରେନ୍ଦ୍ରନାଥ ପଟ୍ଟନାୟକ ଏହି ଅନୁଷ୍ଠାନର ପ୍ରଥମ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଥିଲେ । ସେ ୧୯୬୬ ମସିହା ପର୍ଯ୍ୟନ୍ତ ଏହି ଦାୟିତ୍ୱରେ ରହିଥିଲେ । ୧୯୬୬ ମସିହାରେ ମିନତି ମିଶ୍ର ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରି ୧୯୯୦ ମସିହା ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ୧୯୭୫ ମସିହାରେ, ମହାବିଦ୍ୟାଳୟଟି, ନିଜସ୍ୱ କ୍ୟାମ୍ପସକୁ ଆସିଥିଲା । ଆରମ୍ଭରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଅଧିନରେ ଥିବା ଏହି ଅନୁଷ୍ଠାନଟି କ୍ରମେ ଉତ୍କଳ ବିଶ୍ୱବିଦ୍ୟାଳୟ ଓ ୧୯୯୯ ମସିହାରୁ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଅଧିନକୁ ଯାଇଥିଲା ।[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.