![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/ae/Irrawaddy_dolphin-Orcaella_brevirostris_by_2eight.jpg/640px-Irrawaddy_dolphin-Orcaella_brevirostris_by_2eight.jpg&w=640&q=50)
ଈରାବତୀ ଡଲ୍ଫିନ୍
From Wikipedia, the free encyclopedia
ଈରାବତୀ ଡଲ୍ଫିନ୍ ବା ଶିଶୁମାର ବା ଭୁଆସୁଣୀ ମାଛ (ଜୀବବିଜ୍ଞାନ ନାମ Orcaella Brevirostris) ଏକ ପ୍ରକାରର ସାମୁଦ୍ରିକ ଡଲ୍ଫିନ୍ ମାଛ । ବଙ୍ଗୋପସାଗର ଓ ଦକ୍ଷିଣ-ପୂର୍ବ ଏସିଆର ନଦୀ, ନଦୀ ମୁହାଣ, ଜୁଆରିଆ ମୁହାଣ ଇତ୍ୟାଦି ସ୍ଥାନରେ ଏମାନେ ଦେଖିବାକୁ ମିଳନ୍ତି । ଏମାନେ ସବୁ ମାନର କ୍ଷାରୀୟ ବା ଲୁଣିଆ ପାଣିରେ ବସବାସ କରିବା ଦେଖାଯାଇଛି ।
Quick Facts ଈରାବତୀ ଡଲ୍ଫିନ୍ ବା ଶିଶୁମାର ବା ଭୁଆସୁଣୀ ମାଛ, Conservation status ...
ଈରାବତୀ ଡଲ୍ଫିନ୍ ବା ଶିଶୁମାର ବା ଭୁଆସୁଣୀ ମାଛ | |
---|---|
![]() | |
କାମ୍ବୋଡିଆରେ ଦିଶୁଥିବା ଈରାବତୀ ଡଲ୍ଫିନ୍ର ଏକ ଉପପ୍ରଜାତିର ଚିତ୍ର | |
![]() | |
ମନୁଷ୍ୟ ଓ ଈରାବତୀ ଡଲ୍ଫିନ୍ର ଆକାରର ତୁଳନା | |
Conservation status | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଲଘୁଗଣ: | କେଟାସିଆ |
Family: | Delphinidae |
Genus: | Orcaella |
ଜାତି: | O. brevirostris |
ବାଇନୋମିଆଲ ନାମ | |
Orcaella brevirostris (ଜନ୍ ଏଡ୍ୱାର୍ଡ୍ ଗ୍ରେର ରିଚାର୍ଡ୍ ଓୱେନ୍, ୧୮୬୬)[2] | |
Orcaella ପ୍ରଜାତିର ବ୍ୟାପ୍ତି ମାନଚିତ୍ର See: Irrawaddy dolphin geographic range map | |
Synonyms | |
List
|
Close
ଡଲ୍ଫିନ୍ମାନେ ସ୍ତନପାୟୀ ପ୍ରାଣୀ ହୋଇଥିବାରୁ ଅନ୍ୟ ଜଳଚର ଜୀବଙ୍କ ବିପରୀତ ଏମାନଙ୍କୁ ବାରମ୍ବାର ଜଳପତ୍ତନ ଉପରକୁ ଆସି ପ୍ରଶ୍ୱାସ ନେବାକୁ ହୁଏ । ଡଲ୍ଫିନ୍ମାନଙ୍କ ମନର ଭୟ ସଞ୍ଚାର ହେଲେ ସେମାନେ ଗଭୀର ପାଣିକୁ ଡେଇଁଯାନ୍ତି, ତେଣୁ ସେମାନେ ନିଶ୍ୱାସପ୍ରଶ୍ୱାସ ନେଇ ନପାରି ବୁଡିଯିବାର ସମ୍ଭାବନା ବଢିଯାଏ ।