ଖାଦ୍ୟରେ ଖଣିଜ ଆୟୋଡିନର ଅଭାବ ହୋଇଥାଏ । From Wikipedia, the free encyclopedia
ଆୟୋଡିନ ଅଭାବ ହେଉଛି ଖାଦ୍ୟରେ ଖଣିଜ ଆୟୋଡିନର ଅଭାବ ।[1] ଏହି ଅଭାବ ଯୋଗୁ ଥାଇରଏଡ ଗଏଟର, କମ୍ ଥାଇରଏଡ୍ ସ୍ତର, ବୌଦ୍ଧିକ ଅକ୍ଷମତା ଏବଂ ଜନ୍ମଗତ ଆୟୋଡିନ୍ ଅଭାବ ସିଣ୍ଡ୍ରୋମ ହୋଇପାରେ ।[1] ଗର୍ଭାବସ୍ଥାରେ ଏହା ଯୋଗୁ ସ୍ୱତଃ ଗର୍ଭପାତ କିମ୍ବା ଅପରିପକ୍ୱ ଗର୍ଭ ହୋଇପାରେ ।[1] ଥାଇରଏଡର ବୃଦ୍ଧି ପାଇଁ କିଛି ମାସ କିମ୍ବା ବର୍ଷ ଲାଗିପାରେ ।[1]
ଆୟୋଡିନ ଅଭାବ | |
---|---|
ବିଭାଗ | Endocrinology |
ଲକ୍ଷଣ | Goiter, low thyroid, intellectual disability, congenital iodine deficiency syndrome[1] |
ବିପଦ କାରକ | Living far from the ocean, in mountainous regions, diet high in certain food such as cassava, smoking[2][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Urine iodine levels < 100 ug/L (< 150 ug/L if pregnancy)[1] |
ପ୍ରତିକାର | Iodized salt[2] |
ଚିକିତ୍ସା | Potassium iodide, levothyroxine[1][2] |
ପୁନଃପୌନିକ | 30% (2 billion people)[1] |
ସମୁଦ୍ରଠାରୁ ବହୁତ ଦୂରରେ ଏବଂ ପାର୍ବତ୍ୟ ଅଞ୍ଚଳରେ ବାସ କରୁଥିଲେ, କାସାଭା ଭଳି କିଛି ଅଧିକ ଖାଦ୍ୟ ଏବଂ ଧୂମପାନ କରୁଥିଲେ ଏହି ରୋଗ ସଙ୍କଟ ରହିଥାଏ ।[2] [1]ସାମୁଦ୍ରିକ ଖାଦ୍ୟରେ ସ୍ୱାଭାବିକ ଭାବରେ ଯଥେଷ୍ଟ ଆୟୋଡିନ ଥାଏ, ଯେତେବେଳେ ଅନ୍ୟ ଉତ୍ସଗୁଡ଼ିକରେ ଦୁଗ୍ଧଜାତ ଦ୍ରବ୍ୟ, ଅଣ୍ଡା ଏବଂ ଚିକେନ୍ ଅନ୍ତର୍ଭୁକ୍ତ ହୋଇପାରେ ।[1] ଥାଇରଏଡ୍ ହରମୋନ୍ ଉତ୍ପାଦନ ପାଇଁ ଆୟୋଡିନ୍ ଆବଶ୍ୟକ ହୋଇଥାଏ ।[2] ୧୦୦ ug/ଲିରୁ ପରିସ୍ରା ଆୟୋଡିନ୍ ସ୍ତର କମ୍ ଥିଲେ କିମ୍ବା ଗର୍ଭଧାରଣ ସମୟରେ ୧୫୦ ug/ଲିରୁ କମ୍ ଥିଲେ ରୋଗ ନିର୍ଣ୍ଣୟ କରାଯାଇପାରେ ।[1] [3] ନବଜାତ ଶିଶୁମାନଙ୍କରେ ଟିଏସଏଚ ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[1]
ଜନସଂଖ୍ୟା ସ୍ତରରେ ପ୍ରତିରୋଧ ନିମନ୍ତେ ଟେବୁଲ୍ ଲୁଣରେ ଅଳ୍ପ ପରିମାଣର ଆୟୋଡିନ୍ ମିଶାଯାଏ ।[1] କାନାଡା ଭଳି ଅନେକ ଦେଶରେ ଏହା ବାଧ୍ୟତାମୂଳକ, କିନ୍ତୁ ଆମେରିକାରେ ଏହା ସ୍ୱେଚ୍ଛାକୃତ ।[1] ଅନ୍ୟ ଖାଦ୍ୟ ଯେପରିକି ଚିନି ଏବଂ ଉଦ୍ଭିଦ ତେଲ ମଧ୍ୟ କେତେକ ସ୍ଥାନରେ ଏହା ସହିତ ମିଶ୍ରିତ ହୋଇଛି ।[1] ପ୍ରତିରୋଧ କିମ୍ବା ଚିକିତ୍ସା ପାଇଁ ପୋଟାସିଅମ୍ ଆୟୋଡାଇଡ ଆକାରରେ ସପ୍ଲିମେଣ୍ଟେସନ୍ ଉପଲବ୍ଧ | [1] ଲେଭୋଥାଇରକ୍ସିନ୍ ମଧ୍ୟ ବ୍ୟବହାର କରାଯାଇପାରେ ।[2]
ଆୟୋଡିନ୍ ଅଭାବର କିଛି ପରିମାଣ ପ୍ରାୟ ୩୦% ଲୋକଙ୍କୁ (୨ ବିଲିୟନ) ପ୍ରଭାବିତ କରୁଥିବା ଆକଳନ କରାଯାଇଛି ।[1] ଆୟୋଡିନ୍ ମିଶ୍ରିତ ଲୁଣ ଥିବା ସ୍ଥାନରେ ଏହା ବିରଳ ଅଟେ ।[2] ୨୦୧୦ ମସିହାରେ ବିଶ୍ୱରେ ୧୮୭ ନିୟୁତ ଗଏଟର ରୋଗ ଥିଲା ।[4] ଏହାଦ୍ୱାରା ୧୯୯୦ରେ ୨,୧୦୦ ମୃତ୍ୟୁହୋଇଥିଲା ବେଳେ ୨୦୧୩ ମସିହାରେ ବୃଦ୍ଧି ପାଇ ୨୭୦୦ ମୃତ୍ୟୁ ଘଟିଥିଲା ।[5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.