![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/fd/Acetic-acid-2D-flat.png/640px-Acetic-acid-2D-flat.png&w=640&q=50)
ଆସେଟିକ ଏସିଡ (ଡାକ୍ତରୀ ବ୍ୟବହାର)
ଡାକ୍ତରୀ ବ୍ୟବହାର / From Wikipedia, the free encyclopedia
ଆସେଟିକ ଏସିଡ (ଇଂରାଜୀ ଭାଷାରେ Acetic acid, ଅନ୍ୟ ନାମ ଭିନିଗର/ vinegar) ଔଷଧ ଭାବରେ ଅନେକ କ୍ଷେତ୍ରରେ ବ୍ୟବହାର କରାଯାଏ । ବହିଃ କର୍ଣ୍ଣ ସଂକ୍ରମଣରେ (infections of the ear canal) ଏହା କାନ ଟୋପା ବା ଇଅର ଡ୍ରପ ଭାବରେ ପକେଇ ଚିକିତ୍ସା କରାଯାଏ ।[1] କାନ ୱିକ (ear wick) ସାହାଯ୍ୟରେ ଏହା ବ୍ୟବହାର କରାଯାଏ ।[2] ୟୁରିନାରି କାଥେଟର (urinary catheter) ଲାଗିଥିବା ରୋଗୀଙ୍କର ନଳୀ ଅବରୋଧ ହୋଇଥିଲେ ଓ ମୂତ୍ରାଶୟ ଫ୍ଲସିଙ୍ଗ (ଧୋଇବା) କରି ସଂକ୍ରମଣ ପ୍ରତିରୋଧ ନିମନ୍ତେ ଏହା ତରଳ ପଦାର୍ଥ ଆକାରରେ ବ୍ୟବହାର କରାଯାଏ ।[3] ଯୋନୀପଥର (vagina) ପିଏଚ (pH) ସ୍ଥିର ରଖିବାକୁ ଏହା ଜେଲ ଆକାରରେ ବ୍ୟବହାର କରାଯାଏ ।[4] ଜରାୟୁ କର୍କଟ (cervical cancer) ଚିହ୍ନଟ କରିବାକୁ ଜରାୟୁ ମୁଖ ସ୍କ୍ରିନିଙ୍ଗ (screening) କରିବା ବେଳେ ଏହା ଜରାୟୁ ମୁଖରେ (cervix) ଲଗାଯାଏ ।[5]
![]() Chemical formula of acetic acid | |
Clinical data | |
---|---|
Pronunciation | a-SEE-tik |
Trade names | Acetasol, Vasotate, Acid Jelly, Domeboro Otic, others |
Synonyms | vinegar |
AHFS/Drugs.com | monograph |
Routes of administration | ear drops |
ATC code |
|
Legal status | |
Legal status |
|
Identifiers | |
CAS Number | |
PubChem CID | |
DrugBank | |
ChemSpider | |
Chemical and physical data | |
Formula | C2H4O2 |
Molar mass | 60.052 |
3D model (JSmol) | |
SMILES
| |
InChI
|
ଏହି ଔଷଧ ଲଗେଇବା ସ୍ଥାନରେ ପୋଡ଼ାଜଳା ହୁଏ । କ୍ୱଚିତ ଆଲର୍ଜି ପ୍ରତିକ୍ରିୟା ହୋଇପାରେ ।[6] କଣା କାନ ପରଦା (hole in the eardrum) ଥିଲେ ଏହି ଔଷଧ କାନରେ ପକାଯାଏନାହିଁ । ବହିଃ କର୍ଣ୍ଣର ଉଭୟ ଜୀବାଣୁ (bacterial) ଓ କବକ (fungal) ସଂକ୍ରମଣରେ ଏହା କାମକରେ ।[7]
ପୁରାତନ ମିଶର (Ancient Egypt) ରାଜ୍ୟ ଅମଳରୁ ଆସେଟିକ ଏସିଡର ପ୍ରଚଳନ ଚିକିତ୍ସା କ୍ଷେତ୍ରରେ ଚାଲିଆସିଛି ।[8][9] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[10] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ । ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷ ଚିକିତ୍ସାର ଖର୍ଚ୍ଚ ପ୍ରାୟ ୨୫ ଆମେରିକୀୟ ଡଲାରରୁ କମ୍ ।[2] ବିକଶିତ ଦେଶମାନଙ୍କ ଅପେକ୍ଷା ବିକାଶଶୀଳ ଦେଶମାନଙ୍କରେ (developing world) ସାଧାରଣତଃ ବହିଃ କର୍ଣ୍ଣ ସଂକ୍ରମଣରେ ଏହି ଔଷଧ ଅଧିକ ବ୍ୟବହାର କରାଯାଏ । [11]