![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/80/%25D8%25AC%25D8%25A8%25D9%2584_%25D8%25A7%25D9%2584%25D8%25B3%25D9%2588%25D8%25AF%25D8%25A9.jpg/640px-%25D8%25AC%25D8%25A8%25D9%2584_%25D8%25A7%25D9%2584%25D8%25B3%25D9%2588%25D8%25AF%25D8%25A9.jpg&w=640&q=50)
ଆସିର ପର୍ବତମାଳା
ଆସିର ପର୍ବତମାଳା ଦକ୍ଷିଣ-ପଶ୍ଚିମ ସାଉଦି ଆରବରେ ଲୋହିତ ସାଗର ସହିତ ସମାନ୍ତରାଳ ଭାବେ ଦଣ୍ଡାୟମାନ । ସାଉଦି ଆରବର / From Wikipedia, the free encyclopedia
ଆସିର ପର୍ବତମାଳା (ଇଂରାଜୀରେ Asir Mountains[1] ଆରବୀୟ ଭାଷାରେ جِبَال ٱلْعَسِيْر}}, ଜିବାଲ୍ ଅଲ୍ ଆସିର୍) ଦକ୍ଷିଣ-ପଶ୍ଚିମ ସାଉଦି ଆରବରେ ଲୋହିତ ସାଗର ସହିତ ସମାନ୍ତରାଳ ଭାବେ ଦଣ୍ଡାୟମାନ । ସାଉଦି ଆରବର ଆସିର ଅଞ୍ଚଳ ସହିତ ଏହି ପର୍ବତମାଳାର କିଛି ଅଂଶ ୟେମେନ ସୀମା ପର୍ଯ୍ୟନ୍ତ ବ୍ୟାପ୍ତ । ପର୍ବତଶ୍ରେଣୀର କ୍ଷେତ୍ରଫଳ ଆନୁମାନିକ ୧ ଲକ୍ଷ ବର୍ଗ କିଲୋମିଟର । ଏହି ଅଞ୍ଚଳ ମଧ୍ୟରେ ପର୍ବତ, ସମଭୂମି, ଉପତ୍ୟକା ଓ ମାଳଭୂମି ରହିଛି ।[2] କହିବାକୁ ଗଲେ, ଆସିର ପର୍ବତମାଳା ସରୱାତ ପର୍ବତମାଳାର ଅଂଶ ।[3] ସରୱାତ ପର୍ବତମାଳା ଲୋହିତ ସାଗର ସହ ସମାନ୍ତରାଳ ଭାବେ ସାଉଦି ଆରବ ଓ ୟେମେନରେ ଆରବୀୟ ଉପଦ୍ୱୀପର ପଶ୍ଚିମାଂଶରେ ଅବସ୍ଥିତ ।[4][5][6] ଏହି ପର୍ବତମାଳାର ଆରବୀୟ ନାମର ଅର୍ଥ ହେଉଛି ‘କଷ୍ଟକର’ । ଉତ୍ତର-ଦକ୍ଷିଣ ଦିଗରେ ଏହି ପର୍ବତଶ୍ରେଣୀ ବ୍ୟାପି ରହିଛି ।
Quick Facts ଆସିର ପର୍ବତମାଳା جِبَال ٱلْعَسِيْر, Location ...
ଆସିର ପର୍ବତମାଳା جِبَال ٱلْعَسِيْر | |
---|---|
جِبَال ٱلْعَسِيْر (ଆରବୀୟ ଭାଷା) | |
![]() ଜବାଲ ସୌଦାଃ ଶିଖରରୁ ପର୍ବତମାଳାର ଦୃଶ୍ୟ | |
Location | |
Coordinates | 21.6°N 39.8°E / 21.6; 39.8 |
Close