ଅଶୋକ (ସମ୍ରାଟ)
ଭାରତର ମୌର୍ଯ୍ୟ ବଂଶର ସମ୍ରାଟ୍ / From Wikipedia, the free encyclopedia
ଅଶୋକ [3](୩୦୪- ୨୩୨ ଖ୍ରୀ: ପୂ ) ଜଣେ ପ୍ରାଚୀନ ଭାରତର ମୌର୍ଯ୍ୟ ବଂଶୀୟ ସମ୍ରାଟ ଥିଲେ ଯିଏ ୨୬୯ ଖ୍ରୀ: ପୂରୁ ୨୩୨ ଖ୍ରୀ: ପୂ ଭିତରେ ସମଗ୍ର ଭାରତୀୟ ଉପମହାଦେଶକୁ ନିଜ ଅଧୀନକୁ ନେଇ ଆସି ଥିଲେ । [4] ତାଙ୍କ ସାମ୍ରାଜ୍ୟ ପଶ୍ଚିମରେ ପାକିସ୍ଥାନ ଓ ଆଫଗାନିସ୍ତାନଠାରୁ ପୂର୍ବରେ ବଙ୍ଗଳାଦେଶ ପର୍ଯ୍ୟନ୍ତ ଏବଂ ଉତ୍ତରରେ ପଞ୍ଜାବଠାରୁ ଦକ୍ଷିଣରେ ପାଖାପାଖି ଆନ୍ଧ୍ର ପ୍ରଦେଶ ଓ କେରଳ ପର୍ଯ୍ୟନ୍ତ ବିସ୍ତୃତ ଥିଲା । ମୌର୍ଯ୍ୟ ସାମ୍ରାଜ୍ୟର ରାଜଧାନୀ ପାଟଳୀପୁତ୍ରଠାରେ ଥିଲା । ସେ ବିଧ୍ୱଂସୀ କଳିଙ୍ଗ ଯୁଦ୍ଧର ତାଣ୍ଡବଲୀଳା ଦେଖିବା ପରେ ଧର୍ମାଶୋକରେ ପରିବର୍ତ୍ତିତ ହୋଇ ଯାଇଥିଲେ ଓ ବୌଦ୍ଧ ଧର୍ମ ଗ୍ରହଣ କରି ଥିଲେ ।
ଅଶୋକ [1][2] | |
---|---|
ମୌର୍ଯ୍ୟ ଶାସକ | |
ଶାସନ କାଳ | 274–232 BCE |
ରାଜ୍ୟାଭିଷେକ | 270 BCE |
ଆଖ୍ୟା | Samraat Chakravartin; other titles include Devanampriya and Priyadarsin |
ଜନ୍ମ | 304 BCE |
ଜନ୍ମସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
ମୃତ୍ୟୁ | 232 BCE (aged 72) |
ମୃତ୍ୟୁସ୍ଥାନ | ପାଟ୍ଟଳୀପୁତ୍ର, ପାଟନା |
Buried | Ashes immersed in the Ganges River, possibly at Varanasi, Cremated 232 BCE, less than 24 hours after death |
ପୂର୍ବାଧିକାରୀ | ବିନ୍ଦୁସାର |
ଉତ୍ତରାଧିକାରୀ | ଦଶରଥ |
ଜୀବନସାଥି | ରାଣୀ କାରୁବାକୀ ରାଣୀ ଦେବୀ ରାଣୀ ପଦ୍ମାବତୀ ରାଣୀ ତିଶ୍ୟରକ୍ଷା |
Offspring | ମହେନ୍ଦ୍ର, ସଂଙ୍ଘମିତ୍ରା, ତ୍ରିବାଳ, କୁନାଳ |
ରାଜବଂଶ | Mauryan dynasty |
ପିତା | ବିନ୍ଦୁସାର |
ମାତା | Maharani Dharma or Shubhadrangi |
ଧର୍ମ | ବୌଦ୍ଧ ଧର୍ମ |
ସଂସ୍କୃତରେ ଅଶୋକର ଅର୍ଥ ହେଉଛି : "ଯନ୍ତ୍ରଣା ହୀନତା" । ଖୀ. ପୂ. ୨୬୦ରେ ଅଶୋକ କଳିଙ୍ଗ (ବର୍ତ୍ତମାନ ଓଡ଼ିଶା) ଆକ୍ରମଣ କରିଥିଲେ । [5] ସେ କଳିଙ୍ଗକୁ ପରାସ୍ତ କରି ନିୟନ୍ତ୍ରଣରେ ରଖିଥିଲେ, ଯାହା ତାଙ୍କର ପୂର୍ବପୁରୁଷ କରିପାରିନଥିଲେ। [6]। "ଅଶୋକଙ୍କ ପ୍ରତିଫଳନରେ କଳିଙ୍ଗ ଯୁଦ୍ଧର,ଫଳାଫଳ୧୦୦,୦୦୦ ମୃତ ଏବଂ୧୫୦,୦୦୦ଆହତ, ଯୁଦ୍ଧ ଶେଷରେ ପ୍ରାୟତଃ ୨୦୦,୦୦୦ ମୃତ୍ୟୁବରଣ କରିଥିଲେ"।[7]। ଅଶୋକ ଖ୍ରୀ. ପୂ. ୨୬୩ରେ ବୌଦ୍ଧ ଧର୍ମକୁ ପରିବର୍ତ୍ତିତ ହେଲେ।[5]। ଅଶୋକ ବୌଦ୍ଧଧର୍ମର ପୃଷ୍ଠପୋଷକତା କରିଥିଲେ ଓ ଭାରତ ବାହାରେ ବୌଦ୍ଧ ଧର୍ମକୁ ପହଞ୍ଚାଇବାରେ ବିଶେଷ ଭୂମିକା ବହନ କରିଥିଲେ"[8]