ଅକ୍ସାଜେପାମ
ଏହା ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଉଦ୍ବେଗ, ଶୋଇବାରେ ଅସୁବିଧା ଏବଂ ମଦ୍ୟପାନ ପ୍ରତ୍ୟାହାର ରୋଗମାନଙ / From Wikipedia, the free encyclopedia
ଅକ୍ସାଜେପାମ ହେଉଛି ଏକ ପ୍ରକାର ବେଞ୍ଜୋଡାଏଜେପିନ ଔଷଧ ଯାହା ଉଦ୍ବେଗ, ଶୋଇବାରେ ଅସୁବିଧା ଏବଂ ମଦ୍ୟପାନ ପ୍ରତ୍ୟାହାର ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[5] [6] ଏହା ପାଟିରେ ଦିଆଯାଏ ।[6] ଏହାର ପ୍ରଭାବ ଅପେକ୍ଷାକୃତ ଧୀରେ ଆରମ୍ଭ ହୁଏ କିନ୍ତୁ ଦୀର୍ଘସ୍ଥାୟୀ ପ୍ରଭାବ ରହେ ।[7]
Clinical data | |
---|---|
Trade names | Serax, Alepam, others |
AHFS/Drugs.com | monograph |
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 92.8% |
Metabolism | Liver (glucuronidation) |
Elimination half-life | 6–9 h[1][2][3] |
Excretion | Kidney |
Identifiers | |
IUPAC name
| |
ECHA InfoCard | 100.009.161 |
Chemical and physical data | |
Formula | C15H11ClN2O2 |
Molar mass | ୨୮୬.୭୧ g·mol−1 |
3D model (JSmol) | |
Melting point | 205 to 206 °C (401 to 403 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ, ମୁଣ୍ଡ ବୁଲାଇବା ଏବଂ ମୁଣ୍ଡବିନ୍ଧା ହୋଇପାରେ ।[6] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅପବ୍ୟବହାର, ଉତ୍ତେଜନା, ସ୍ମୃତି ଶକ୍ତି ହ୍ରାସ, ଆତ୍ମହତ୍ୟା ପ୍ରବଣତା ଏବଂ ଅସ୍ପଷ୍ଟ କଥାବାର୍ତ୍ତା ହୋଇପାରେ ।[5] ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ବ୍ୟବହାର କରିବାକୁ ସୁପାରିଶ କରାଯାଏ ନାହିଁ ।[6] ଓପିଓଏଡ୍ ସହିତ ବ୍ୟବହାର କରିବାକୁ ସାଧାରଣତଃ ସୁପାରିଶ କରାଯାଏ ନାହିଁ ।[6] ଏହା ଜିଏବିଏ (GABA) ନ୍ୟୁରୋଟ୍ରାନ୍ସମିଟର ମାଧ୍ୟମରେ କାମ କରେ ବୋଲି ବିଶ୍ୱାସ କରାଯାଏ ।[6]
ଅକ୍ସାଜେପାମ ୧୯୬୨ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୬୪ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[8] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[5] ଯୁକ୍ତରାଜ୍ୟରେ ୧୫ମିଗ୍ରାର ୨୮ଟି ବଟିକାର ମୂଲ୍ୟ ୨୦୨୧ ମସିହାରେ ପ୍ରାୟ £୬ ଥିଲା ।[5] ଯୁକ୍ତରାଷ୍ଟ୍ରରେ ଏହି ପରିମାଣ ଔଷଧର ମୂଲ୍ୟ ପ୍ରାୟ ୩୦ ଡଲାର ଅଟେ। ।[9]