ସୁନ୍ଦର ପିଚାଇ
ଗୁଗଲର ମୁଖ୍ୟ କାର୍ଯ୍ୟ ପରିଚାଳକ / From Wikipedia, the free encyclopedia
ପିଚାଇ ସୁନ୍ଦରରାଜନ୍ (ଜନ୍ମ: ୧୨ ଜୁଲାଇ ୧୯୭୨, ସୁନ୍ଦର ପିଚାଇ ନାମରେ ପରିଚିତ) ଭାରତୀୟ ବଂଶୋଦ୍ଭବ ଆମେରିକୀୟ ବ୍ୟବସାୟ କାର୍ଯ୍ୟନିର୍ବାହୀ । ସେ ଆଲଫାବେଟ୍ ଇନକର୍ପୋରେଟେଡ୍ ଏବଂ ଏହାର ସହାୟକ ସଂସ୍ଥା ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ।
Sundar Pichai பிச்சை சுந்தரராஜன் | |
---|---|
ଜନ୍ମ | Pichai Sundararajan (1972-07-12) ୧୨ ଜୁଲାଇ ୧୯୭୨ (ବୟସ ୫୧) |
ଶିକ୍ଷାନୁଷ୍ଠାନ | IIT Kharagpur (B.Tech) Stanford University (M.S.) The Wharton School (MBA) |
ବୃତ୍ତି | CEO of Google[1] |
ଚାକିରିକ୍ଷେତ୍ର | Google Inc. |
ବୈବାହିକ-ସାଥୀ | Anjali Pichai |
ସେ ଜଣେ ମ୍ୟାଟେରିଆଲ ଇଞ୍ଜିନିୟର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ମ୍ୟାନେଜମେଣ୍ଟ କନସଲଟିଂ ଫାର୍ମ ମ୍ୟାକିଞ୍ଜି ଆଣ୍ଡ କମ୍ପାନୀରେ ଅଳ୍ପ ସମୟ ରହିବା ପରେ ସେ ୨୦୦୪ରେ ଗୁଗୁଲରେ ଯୋଗ ଦେଇଥିଲେ ।[2] ସେଠାରେ ସେ ଗୁଗୁଲ କ୍ରୋମ ଏବଂ କ୍ରୋମଓଏସ ସମେତ ଗୁଗୁଲର କ୍ଲାଏଣ୍ଟ ସଫ୍ଟୱେର ଉତ୍ପାଦସମୂହର ପରିଚାଳନା ଏବଂ ଉଦ୍ଭାବନର ନେତୃତ୍ୱ ନେଇଥିଲେ ଏବଂ ଗୁଗୁଲ ଡ୍ରାଇଭ ପାଇଁ ମୁଖ୍ୟତଃ ଦାୟୀ ଥିଲେ । ଏହାବ୍ୟତୀତ ସେ ଜିମେଲ ଓ ଗୁଗୁଲ ମ୍ୟାପ୍ସ ଭଳି ଅନ୍ୟନ୍ୟ ଆପ୍ଲିକେସନର ବିକାଶ ତଦାରଖ କରିଥିଲେ । ୨୦୧୦ରେ ପିଚାଇ ଗୁଗୁଲଦ୍ୱାରା ନୂତନ ଭିଡିଓ କୋଡେକ ଭିପି୮ର ଓପନ ସୋର୍ସିଂ ଘୋଷଣା କରିଥିଲେ ଏବଂ ନୂତନ ଭିଡିଓ ଫର୍ମାଟ ୱେବଏମ ଆରମ୍ଭ କରିଥିଲେ । କ୍ରୋମବୁକ ୨୦୧୨ରେ ମୁକ୍ତିଲାଭ କରିଥିଲା । ୨୦୧୩ମସିହାରେ ପିଚାଇ ଗୁଗୁଲ୍ ଉତ୍ପାଦ ତାଲିକାରେ ଆଣ୍ଡ୍ରଏଡ଼କୁ ଯୋଡ଼ିଥିଲେ ।