ବ୍ରହ୍ମପୁର
ଓଡ଼ିଶାର ଏକ ସହର ଓ ନଗର ନିଗମ / From Wikipedia, the free encyclopedia
English: Brahmapur
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
ବ୍ରହ୍ମପୁର
ରେଶମ ସହର | |
---|---|
ମହାନଗର ନିଗମ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | ଗଞ୍ଜାମ |
Government | |
• ନଗରପାଳ | କେ . ମାଧବୀ |
Population (୨୦୧୧) | |
• Total | ୩,୫୫,୮୨୩ |
• Rank | ୧୨୬ (ଭାରତରେ) |
ଭାଷା | |
• ସରକାରୀ | ଓଡ଼ିଆ |
Time zone | UTC+୫:୩୦ (ଭାରତୀୟ ମାନକ ସମୟ) |
ଡାକ କୋଡ଼ | ୭୬୦ ୦୦୧- ୭୬୦ ୦୧୦ |
ଦୂରଭାଷ କୋଡ଼ | ୦୬୮୦ |
ଯାନବାହାନ ପଞ୍ଚୀକରଣ | OD-07 , OR-07(୨୦୧୩ ପର୍ଯ୍ୟନ୍ତ) |
ବ୍ରହ୍ମପୁର ଗଞ୍ଜାମ ଜିଲ୍ଲା ଓ ଦକ୍ଷିଣ ଓଡ଼ିଶାର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ ଭୁବନେଶ୍ୱରଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ ବଙ୍ଗୋପ ସାଗର କୂଳରେ ଥିବା ଗୋପାଳପୁର ବନ୍ଦର ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା “ଓଡ଼ିଶାର ରେଶମ ସହର” ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । ଭୁବନେଶ୍ୱର ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ୱର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ ଏହା ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର) ଏବଂ ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟ ମଧ୍ୟ ରହିଛି ।