ପାକସ୍ଥଳୀ କର୍କଟ
ଏକ କର୍କଟ ରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ / From Wikipedia, the free encyclopedia
ପାକସ୍ଥଳୀ କର୍କଟ (ଇଂରାଜୀରେ Stomach cancer କିମ୍ବା gastric cancer), ଏକ କର୍କଟ ରୋଗ ଯାହା ପାକସ୍ଥଳୀର ଭିତର ସ୍ତରରୁ ଜାତ ହୁଏ ।[1] ପାକସ୍ଥଳୀର ଯେ କୌଣସି ଭାଗରେ କର୍କଟ ରୋଗ ହେଲେ ପାକସ୍ଥଳୀ କର୍କଟ କହନ୍ତି । ଏହାର ପ୍ରାରମ୍ଭ ଲକ୍ଷଣ ସମୂହ: ଛାତି ଜଳାପୋଡ଼ା, ଉପରପେଟରେ କଷ୍ଟ, ଓକାଳ ଓ କ୍ଷୁଧାହାନୀ । ପଶ୍ଚାତ ଲକ୍ଷଣ ମଧ୍ୟରେ: ଓଜନ ହ୍ରାସ, ହଳଦିଆ ଚମ, ବାନ୍ତି, ଗିଳିବାରେ କଷ୍ଟ ଓ ଝାଡ଼ାରେ ରକ୍ତ ପଡ଼ିବା ।[2] ପାକସ୍ଥଳୀ କର୍କଟ ଦେହର ଅନ୍ୟ ସ୍ଥାନମାନଙ୍କୁ ବ୍ୟାପିପାରେ (ମେଟାସ୍ଟାସିସ) ଯେପରିକି ଯକୃତ, ଫୁସଫୁସ, ହାଡ଼, ପେରିଟୋନିଅମ ଓ ଲସିକାଗ୍ରନ୍ଥି ।[3]
ପାକସ୍ଥଳୀ କର୍କଟ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | oncology[*], gastroenterology[*] |
ଆଇସିଡ଼ି-୧୦ | C16. |
ଆଇସିଡ଼ି-୯-ସିଏମ୍ | 151.9 |
ଓଏମ୍ଆଇଏମ୍ | 137215 |
ରୋଗ ଡାଟାବେସ | 12445 |
ମେଡ଼ିସିନ-ପ୍ଲସ | 000223 |
ଇ-ମେଡ଼ିସିନ | med/845 |
MeSH | D013274 |
ଏହି ରୋଗ ସାଧାରଣତଃ ହେଲିବାବାକ୍ଟର ପାଇଲୋରି ଜୀବାଣୁଦ୍ୱାରା ହୁଏ ଯାହା ୬୦ %ରୁ ଅଧିକ କ୍ଷେତ୍ରରେ ଦେଖାଯାଏ ।[4][5] ଏହି ଜୀବାଣୁ ମଧ୍ୟରୁ କେତେକ ପ୍ରଜାତି ଜୀବାଣୁ ଅଧିକ ସଙ୍କଟ ଜନକ । ଅନ୍ୟାନ୍ୟ କାରଣ ମଧ୍ୟରେ ପରିବା ଆଚାର ଓ ଧୁମ୍ରପାନ ଉଲ୍ଲେଖଯୋଗ୍ୟ । ପ୍ରାୟ ୧୦ % ରୋଗ ପରିବାରରେ ଚାଲେ, ୧ %ରୁ ୩ % ପିତାମାତାଙ୍କଠାରୁ ଜୀନଦ୍ୱାରା ଯାଏ ଯାହାର ଉଦାହରଣ ହେରେଡିଟାରି ଡିଫ୍ୟୁଜ ଗ୍ୟାସ୍ଟ୍ରିକ କର୍କଟ । ପାକସ୍ଥଳୀ କର୍କଟ ମଧ୍ୟ ଅନେକ ପ୍ରକାର ଅଛି । ସେଥିରୁ ଅଧିକାଂଶ ଗ୍ୟାସ୍ଟ୍ରିକ କର୍କଟ । ଲିମ୍ଫୋମା ଓ ମେସେନ୍କାଇମାଲ ଟ୍ୟୁମର ମଧ୍ୟ ପାକସ୍ଥଳିରେ ହୁଏ । ଅଧିକାଂଶ ସମୟରେ ପାକସ୍ଥଳୀ କର୍କଟ ବିଭିନ୍ନ ସ୍ଟେଜ ମଧ୍ୟରେ ଅନେକ ବର୍ଷ ଧରି ଗତି କରନ୍ତି । [5] ଏଣ୍ଡୋସ୍କୋପି କଲାବେଳେ ବାୟୋପ୍ସି ନିଆଯାଇ ରୋଗ ନିର୍ଣ୍ଣୟ କରାଯାଏ । ଏହା ପରେ ମେଡିକାଲ ଇମେଜିଙ୍ଗ କରି ଅନ୍ୟ ସ୍ଥନରେ ଥିବା ମେଟାସ୍ଟାସିସକୁ ଚିହ୍ନଟ କରାଯାଏ । [2] ଜାପାନ ଓ ଦକ୍ଷିଣ କୋରିଆ, ଏହି ଦୁଇ ଦେଶରେ ସର୍ବାଧିକ ସଂଖ୍ୟକ ପାକସ୍ଥଳୀ କର୍କଟ ଥିବା ସ୍କ୍ରନିଙ୍ଗ କରି ଦେଖାଯାଏ । [5]
ଧୁମ୍ରପାନ ବନ୍ଦ କଲେ ଓ ମେଡିଟେରାନିଆନ ଖାଦ୍ୟ ଖାଇଲେ (ଇଂରାଜୀରେ Mediterranean diet] କର୍କଟ ସଙ୍କଟ କମିଯାଏ । ଏଚ. ପାଇଲୋରି ଜୀବାଣୁ ଚିକିତ୍ସା କଲେ ଭବିଷ୍ୟତ କର୍କଟ ସଙ୍କଟ କମିଯାଏ ।[5][6] ଶୀଘ୍ର ଚିକିତ୍ସା କଲେ ଅନେକ ରୋଗୀ ଆରୋଗ୍ୟ ଲାଭ କରନ୍ତି । [5] ଅପରେଶନ, କେମୋଥେରାପି, ଓ ଟାର୍ଗେଟେଡ ଥେରାପିର କିଛି ମିଶ୍ରିତ ଚିକିତ୍ସା କରାଯାଏ । [2] ବିଳମ୍ବ ହୋଇଥିଲେ ପାଲିଏଟିଭ ଯତ୍ନ କରାଯାଏ ।[5] ପୃଥିବୀରେ ପାଞ୍ଚ ବର୍ଷିଆ ଆୟୁଷ ହାର ୧୦ %ରୁ କମ୍ । ବିଳମ୍ବରେ ଚିହ୍ନଟ ଏହାର ଖରାପ ଫଳର କାରଣ ।[7] ଆମେରିକାରେ ପାଞ୍ଚ ବର୍ଷିଆ ଆୟୁଷ ହାର ୨୮ % ।[8] ଦକ୍ଷିଣ କୋରିଆରେ ଏହା ୬୫ % । [5]
ପୃଥିବୀରେ ହେଉଥିବା କର୍କଟ ରୋଗରେ ପାକସ୍ଥଳୀ କର୍କଟ ପଞ୍ଚମ ସ୍ଥାନ (୭ %), ମୃତ୍ୟୁ ସଂଖ୍ୟାରେ ତୃତୀୟ ସ୍ଥାନ (୩ %) ଅଧିକାର କରିଛି ।[9] ସନ ୨୦୧୨ରେ ୯୫୦,୦୦୦ ଲୋକଙ୍କୁ ଏହି ରୋଗ ହୋଇଥିଲା ଓ ୭୨୩,୦୦୦ ମୃତ୍ୟୁ ହୋଇଥିଲା । [9] ୧୯୩୦ ଦଶନ୍ଧି ପୂର୍ବରୁ ଆମେରିକା ଓ ଇଂଲଣ୍ଡରେ ଏହା ସର୍ବାଧିକ ମୃତ୍ୟୁର କାରଣ ଥିଲା ।[10][11][12] ମୃତ୍ୟୁ ହାର ତାହାପରଠାରୁ କମି ଚାଲିଛି । [5] ରେଫ୍ରିଜେଟର ବାହାରିବା ପରେ ଅଧିକ ଲବଣ ଓ ଆଚାର ଖାଦ୍ୟ ଗ୍ରହଣ କରିବା କମେଇବାରୁ ଏହି ମୃତ୍ୟୁ ହାର କମିବା ବିଶ୍ୱାସ କରାଯାଏ ।[13] ସାଧାରଣତଃ ପୂର୍ବ ଏସିଆ ଓ ପୂର୍ବ ୟୁରୋପରେ ପାକସ୍ଥଳୀ କର୍କଟ ଅଧିକ ଦେଖାଯାଏ ଓ ପୁରୁଷମାନଙ୍କର ମହିଳାମାନଙ୍କ ଅପେକ୍ଷା ୨ ଗୁଣ ଅଧିକ ରୋଗ ହୁଏ । [5] ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୭ ଲକ୍ଷ ଲୋକ ମୃତ୍ୟୁ ବରଣ କରନ୍ତି ।[14]। ଏହି ରୋଗ ହେଲେ ୫ ବର୍ଷ ବଞ୍ଚିବା ରୋଗୀ ସଂଖ୍ୟା ୧୫ %ରୁ କମ, କାରଣ ରୋଗୀ ବହୁତ ଡେରିରେ ଆସି ଡାକ୍ତରଙ୍କୁ ଦେଖାନ୍ତି ।