ଦକ୍ଷିଣ କୋରିଆ
ପୂର୍ବ ଏସୀୟ ଦେଶ / From Wikipedia, the free encyclopedia
ଦକ୍ଷିଣ କୋରିଆ, ଆନୁଷ୍ଠାନିକ ଭାବରେ କୋରିଆ ରିପବ୍ଲିକ୍, ପୂର୍ବ ଏସିଆର ଏକ ଦେଶ, କୋରିଆ ଉପଦ୍ୱୀପର ଦକ୍ଷିଣ ଭାଗରେ ସ୍ଥିତ। ଏହାର ଉତ୍ତର ସୀମାରେ ଉତ୍ତର କୋରିଆ ସୀମା ବାଣ୍ଟିଥାଏ | ଏହାର ରାଜଧାନି ସିଓଲ ପୃଥିବୀର ପଞ୍ଚମ ବୃହତ୍ତମ ମହାନଗର ନିଗମ ।ଦେଶର ଜନସଂଖ୍ୟା ୫୧ ନିୟୁତରୁ ଅଧିକ । ଏଥିରୁ ଅର୍ଧାଧିକ ସିଓଲ ମହାନଗର ଅଞ୍ଚଳରେ ବାସ କରନ୍ତି।
ଦକ୍ଷିଣ କୋରିଆ ଏକ ଉଚ୍ଚ ବିକଶିତ ଦେଶ। ଏସିଆର ମାନବ ବିକାଶ ସୂଚକାଙ୍କରେ ଏହା ତୃତୀୟ ସର୍ବୋଚ୍ଚ ଦେଶ ଭାବରେ ସ୍ଥାନିତ ହୋଇଛି । ଏହାର ଅର୍ଥନୀତି ବିଶ୍ୱର ଦଶମ ବୃହତ୍ତମ ଓ ଏଠାରେ ବିଶ୍ୱର ସବୁଠାରୁ ଘନ ଉଚ୍ଚ ବେଗବାନ ରେଳ ନେଟୱାର୍କ ଅବସ୍ଥିତ । ଦେଶ ହେଉଛି ବିଶ୍ୱର ପଞ୍ଚମ ବୃହତ୍ତମ ରପ୍ତାନିକାରୀ ଏବଂ ଅଷ୍ଟମ ବୃହତ୍ତମ ଆମଦାନୀକାରୀ ଦେଶ ।