ଟର୍ସାଡେସ ଡି ପଏଣ୍ଟେସ
ଏହି ରୋଗରେ ଅସ୍ୱାଭାବିକ ହୃତ୍ ସ୍ପନ୍ଦନ ହୁଏ । / From Wikipedia, the free encyclopedia
ଟର୍ସାଡେସ ଡି ପଏଣ୍ଟେସ, ଇଂରାଜୀ ଭାଷାରେ Torsades de pointes ( TdP ), ହେଉଛି ଏକ ନିର୍ଦ୍ଦିଷ୍ଟ ଅସ୍ୱାଭାବିକ ହୃତ୍ ସ୍ପନ୍ଦନକୁ ବୁଝାଏ | [2] ପ୍ରାୟ ଅର୍ଦ୍ଧେକ କ୍ଷେତ୍ରରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଅବଶିଷ୍ଟ ରୋଗୀମାନଙ୍କ ମଧ୍ୟରୁ ଅନେକଙ୍କର ଛାତି ଧକ୍ ଧକ୍ ହୁଏ, ମୁଣ୍ଡ ହାଲୁକା ଲାଗେ, କିମ୍ବା ସିଙ୍କୋପ ଥାଏ | [1] ପ୍ରାଟ ୧୦% ରୋଗୀଙ୍କର ଭେଣ୍ଟ୍ରିକୁଲାର ଫିବ୍ରିଲେସନ ଏବଂ ହଠାତ୍ ହୃଦ୍ରୋଗ ଜନିତ ମୃତ୍ୟୁ ଘଟିଥାଏ | [1]
Torsades de pointes | |
---|---|
Torsade de pointes, torsades | |
ଉଚ୍ଚାରଣ |
|
ବିଭାଗ | Cardiology |
ଲକ୍ଷଣ | None, palpitations, lightheadedness, syncope[1] |
ବିପଦ କାରକ | QT prolongation, low potassium, low magnesium, low calcium, low heart rate, heart disease[1] |
ରୋଗ ନିର୍ଣ୍ଣୟ ପଦ୍ଧତି | electrocardiogram (ECG)[1] |
ସଠିକ ରୋଗ ନିର୍ଣ୍ଣୟ | Ventricular tachycardia, ventricular fibrillation[1] |
ପ୍ରତିକାର | Stopping certain medications, correcting electrolytes[1] |
ଚିକିତ୍ସା | Intravenous magnesium, electrical cardioversion, defibrillation[1] |
ପୁନଃପୌନିକ | Rare[1] |
ବିପଦ କାରଣଗୁଡ଼ିକ ମଧ୍ୟରେ ଜ୍ୟୁଟି ବିସ୍ତାର, କମ୍ ପୋଟାସିୟମ୍, କମ୍ ମ୍ୟାଗ୍ନେସିୟମ୍, କମ୍ କ୍ୟାଲସିୟମ୍, କମ୍ ହୃଦସ୍ପନ୍ଦନ ଏବଂ ହୃଦରୋଗ ଅନ୍ତର୍ଭୁକ୍ତ | [2] ଦୀର୍ଘ କ୍ୟୁଟି (QT) ଉତ୍ତରାଧିକାର ସୂତ୍ରରେ ଥାଇପାରେ କିମ୍ବା ଆଣ୍ଟିଆରିଦମିକ ଔଷଧ, ଆଣ୍ଟିସାଇକୋଟିକ୍ସ, ଆଣ୍ଟିଏମେଟିକସ, ଆଣ୍ଟିଫଙ୍ଗାଲ କିମ୍ବା ଆଣ୍ଟିବାୟୋଟିକସ ଭଳି ଔଷଧମାନଙ୍କ ଯୋଗୁ ହୋଇପାରେ | [1] କ୍ୟୁଟି ବିସ୍ତାର କରୁଥିବା ଜେନେଟିକ୍ ରୋଗ ମଧ୍ୟରୁ ଜେରଭେଲ ଓ ଲାଙ୍ଗେ-ନିଲସେନ ସିଣ୍ଡ୍ରୋମ ଏବଂ ରୋମାନୋ-ୱାର୍ଡ଼ ସିଣ୍ଡ୍ରୋମ ଅନ୍ତର୍ଭୁକ୍ତ | [1] ଇସିଜି ଚିତ୍ରରେ ପଲିମର୍ଫିକ ଭେଣ୍ଟ୍ରିକୁଲାର ଟାକିକାର୍ଡିଆ ଦେଖାଯାଏ ଯେଉଁଥିରେ ପରିବର୍ତ୍ତନଶୀଳ ଉଚ୍ଚତାର କ୍ୟୁଆରଏସ କମ୍ପ୍ଲେକସ ଦେଖି ରୋଗ ନିର୍ଣ୍ଣୟ କରାଯାଏ | [1]
ପ୍ରତିଷେଧକ ଭାବରେ ଏଲେକ୍ଟ୍ରୋଲାଇଟ ସଂଶୋଧନ କରିବା ଓ ସୃଷ୍ଟିକାରୀ ଔଷଧଗୁଡିକୁ ଏଡ଼ାଇବା ଆବଶ୍ୟକ ହୁଏ | [2] କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଅନେକ ରୋଗ ଧାରା ସମାପ୍ତ ହୁଏ | [1] ୨ ଗ୍ରାମ ମାତ୍ରାର ଶିରାଭ୍ୟନ୍ତର ମ୍ୟାଗ୍ନେସିୟମ୍ ଇଞ୍ଜେକସନ ଧୀରେ ଧୀରେ ଦିଆଯାଏ | [1] ଯେଉଁମାନଙ୍କର ନିମ୍ନ ରକ୍ତଚାପ ସହିତ ନାଡ଼ି ଥାଏ ତାଙ୍କୁ ୫୦ରୁ ୧୦୦ଜେର ଇଲେକ୍ଟ୍ରିକାଲ କାର୍ଡ଼ିଓଭର୍ସନ କରାଯାଏ । [1] ଯଦି ନାଡ଼ି ଉପସ୍ଥିତ ନଥାଏ ତେବେ ଡିଫିବ୍ରିଲେସନ ସୁପାରିଶ କରାଯାଏ | [1] ହୃଦସ୍ପନ୍ଦନକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ୟ ବିକଳ୍ପଗୁଡ଼ିକ ମଧ୍ୟରେ ଆଇସୋପ୍ରୋଟେନେରୋଲ କିମ୍ବା ଓଭରଡ୍ରାଇଭ ପେସିଙ୍ଗ ଅନ୍ତର୍ଭୁକ୍ତ ଦିଆଯାଇପାରେ | [1]
ଏହା ଏକ ବିରଳ ରୋଗ ଅଟେ | [2] ୟୁରୋପରେ ଏକ ବର୍ଷରେ ଔଷଧ ହେତୁ ପ୍ରାୟ ଏକ ଲକ୍ଷ ଲୋକଙ୍କ ମଧ୍ୟରୁ ଜଣକର ଟିଡିପି ହୁଏ ବୋଲି ଆକଳନ କରାଯାଇଛି। [1] ୬୫ ବର୍ଷରୁ ଅଧିକ ବୟସରେ ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[1] ଫରାସୀ ଚିକିତ୍ସାକ ଫ୍ରାଙ୍କଏସ ଡେସର୍ଟେନ୍ନେ ଏହି ରୋଗ ପ୍ରଥମେ ବର୍ଣ୍ଣନା କରିଥିଲେ । [3][4] ଏହି ଶବ୍ଦଟି ଫରାସୀ ଶବ୍ଦ "ମୋଡ଼ିବା ପଏଣ୍ଟ" (twisting of points)ରୁ ଆସିଛି |[4]