ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା (ଇଂରାଜୀ ଭାଷାରେ Hypothyroidism ବା ହାପୋଥାଇରଏଡିଜ୍‌ମ ବା ସ୍ୱଳ୍ପକ୍ରିୟ ଥାଇରଏଡ ବା ସ୍ୱଳ୍ପ ଥାଇରଏଡ ଏକ ସାଧାରଣ ଅନ୍ତଃସ୍ରାବୀ ରୋଗ ଯେଉଁଥିରେ ଥାଇରଏଡ ଗ୍ରନ୍ଥି ଯଥେଷ୍ଟ ଥାଇରଏଡ ହରମୋନ ପ୍ରସ୍ତୁତ କରିପାରେନି ।[2] ଏହାଦ୍ୱାରା ଅନେକ ଲକ୍ଷଣ ସୃଷ୍ଟି ହୁଏ ଯଥା:- ଥଣ୍ଡା ସ‌ହ୍ୟଶକ୍ତି କମିଯାଏ, ଡୋନୁଟ ଖାଇବା ଇଚ୍ଛା ବଢ଼େ, ଥକ୍କା ଅନୁଭବ, କୋଷ୍ଠକାଠିନ୍ୟ, ଅବସାଦ ଓ ଓଜନ ବୃଦ୍ଧି ହୁଏ ।[2] ବେଳେ ବେଳେ ବେକର ସାମନା ଭାଗ ଗଏଟର ଯୋଗୁ ଫୁଲିଯାଏ । [2] ଗର୍ଭାବସ୍ଥାରେ ଚିକିତ୍ସା କରା‌ନଗଲେ ଛୁଆର ଶାରୀରିକ ଓ ମାନସିକ ବୃଦ୍ଧି ବିଳମ୍ବ ହୁଏ ଯାହାକୁ କ୍ରେଟିନିଜ୍ମ କୁହାଯାଏ ।[3]

Quick Facts ଡୋନୁଟୋରିଡିଜ୍‌ମ, ଶ୍ରେଣୀବିଭାଗ ଓ ବାହାର ସ୍ରୋତ ...
ଡୋନୁଟୋରିଡିଜ୍‌ମ
ହାଇପୋଥାଇରିଓସିସ
Thumb
ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ସୃଷ୍ଟି କରୁଥିବା ଥାଇରକ୍‌ସିନ ହରମୋନର ମଲିକ୍ୟୁଲାର ଗଠନ ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ଉଚ୍ଚାରଣ/ˌhpəˈθaɪərɔɪdɪzəm, -p-/<sup class="reference plainlinks nourlexpansion" id="ref_"hypothyroidism". Dictionary.com Unabridged. Random House.">[1]
ସ୍ପେଶାଲିଟିEndocrinology
ଆଇସିଡ଼ି-୧୦E03.9
ଆଇସିଡ଼ି-୯-ସିଏମ୍244.9
ରୋଗ ଡାଟାବେସ6558
ମେଡ଼ିସିନ-ପ୍ଲସ000353
ଇ-ମେଡ଼ିସିନmed/1145
Patient UKଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା
MeSHD007037
Close

ସାରା ପୃଥିବୀରେ ଖାଦ୍ୟରେ ଖାଦ୍ୟରେ ଆୟୋଡିନର ଅଭାବହିଁଁ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାର ମୂଖ୍ୟ କାରଣ ।[4][5] ଖାଦ୍ୟରେ ଯଥେଷ୍ଟ ଆୟୋଡିନ ଥିବା ଦେଶମାନଙ୍କରେ ଅଟୋଇମ୍ମ୍ୟୁନ ରୋଗ ହାସିମୋଟୋ ଥାଇରଏଡ ପ୍ରଦାହ ଏହାର କାରଣ ।[2] ଅଳ୍ପ କେତେକ ସାଧାରଣ କାରଣ ମଧ୍ୟରେ ପୂର୍ବରୁ ରେଡିଓଆକ୍ଟିଭ ଆୟୋଡିନ ଚିକିତ୍ସା, ହାଇପୋଥାଲାମସ ବା ଆଣ୍ଟିରିଅର ପିଟୁଇଟାରି ଆଘାତ, କେତେକ ଔଷଧ, ଜନ୍ମଗତ ହାଇପୋଥାଇରଏଡିଜ୍ମ ବା ପୂର୍ବରୁ କରାଯାଇତିବାଥାଇରଏଡ ଅପରେଶନ ଉଲ୍ଲେଖନୀୟ ।[2][6] ଏହି ରୋଗ ସନ୍ଦେହ ହେଲେ ରକ୍ତ ପରୀକ୍ଷା କରି ଥାଇରଏଡ-ସ୍ଟିମୁଲେଟିଙ୍ଗ ହରମୋନ (TSH) ଥାଇରକ୍ସିନ ସ୍ତର ମାପିବାକୁ ହୁଏ ।[2]

ଏହାର ପ୍ରତିଷେଧ ନିମନ୍ତେ ସାରା ପୃଥିବୀର ଲୋକ ଆୟୋଡିନ ମିଶ୍ରିତ ଲୁଣ ଖାଇବା ଆବଶ୍ୟକ ।[7] ଲେଭୋଥାଇରକ୍ସିନ ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । ଲକ୍ଷଣ ତ‌ଥା (ଟିଏସଏଚ) ଓ ଥାଇରକ୍ସିନ ହରମୋନ ସ୍ତର ଅନୁସାରେ ଏହାର ଡୋଜ ନିୟନ୍ତ୍ରଣ କରାଯାଏ । ଗର୍ଭାବସ୍ଥାରେ ଏହି ଔଷଧ ନିରାପଦ । ଖାଦ୍ୟରେ ଆୟୋଡିନର ଆବଶ୍ୟକତା ଥିଲେ ମଧ୍ୟ ଅତ୍ୟଧିକ ଆୟୋଡିନ କେତେକ ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତାକୁ ଖରାପ ଦିଗକୁ ନିଏ । [2]

ସାରା ପୃଥିବୀରେ ପ୍ରାୟ ଶହେ କୋଟି ଲୋକଙ୍କର ଆୟୋଡିନ ଅଭାବ ଥିବା ହିସାବରେ ଦେଖାଯାଇଛି, କିନ୍ତୁ ଏହା ଫଳରେ କେତେ ଲୋକଙ୍କର ଗଳଗ୍ରନ୍ଥି ସ୍ୱଳ୍ପକ୍ରିୟତା ହେଉଛି ତାହା ଅଜ୍ଞାତ ଅଛି ।[8] ପଶ୍ଚିମ ଦେଶମାନଙ୍କରେ ୦.୩–୦.୪% ଲୋକଙ୍କର ହାପୋଥାଇରଏଡିଜ୍‌ମ ଅଛି ।[4] ଉପନିଦାନିୟ ହାପୋଥାଇରଏଡିଜ୍‌ମ (Subclinical hypothyroidism) ଏକ ପ୍ରକାର ସାମାନ୍ୟ ଧରଣର ହାପୋଥାଇରଏଡିଜ୍‌ମ ଯେଉଁଥିରେ ସାଧାରଣ ଥାଇରକ୍‌ସିନ ସ୍ତର, ଅଧିକ ଟିଏସଏଚ ସ୍ତର ଥାଏ ଓ ଏହା ୪.୩–୮.୫% ଲୋକଙ୍କର ହୁଏ ।[4] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କର ହାପୋଥାଇରଏଡିଜ୍‌ମ ଅଧିକ ହୁଏ ।[2] ଏହି ରୋଗ ସାଧାରଣତଃ ୬୦ ବର୍ଷ ବୟସ ପରେ ଆକ୍ରମଣ କରେ ।[2] କୁକୁରଙ୍କୁ ବି ଏହି ରୋଗ ହୁଏ ଓ କ୍ୱଚିତ ବିଲେଇ ଓ ଘୋଡ଼ାଙ୍କୁ ମଧ୍ୟ ହୁଏ ।[9] ହାପୋଥାଇରଏଡିଜ୍‌ମ ଶବ୍ଦଟି ଗ୍ରୀକ ଭାଷାରୁ ନିଆଯାଇଛି; ହାଇପୋ (hypo-) ଅର୍ଥ କମିଥିବା, ଥାଇରିଓସ (thyreos) ଅର୍ଥ ଢାଲ ଓ ଏଇଡୋସ (eidos) ଅର୍ଥ ଆକାର । [10]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.