ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ସୋଫିଆ ଫିର୍ଦୋସ (ଜନ୍ମ: ୧୯୯୨) ଜଣେ ଭାରତୀୟ ରାଜନୀତିଜ୍ଞ। ସେ ୨୦୨୪ ଓଡ଼ିଶା ବିଧାନ ସଭା ନିର୍ବାଚନରେ କଟକର ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜାତୀୟ କଂଗ୍ରେସର ପ୍ରାର୍ଥୀ ଭାବରେ ଲଢ଼ି ଜୟଯୁକ୍ତ ହୋଇଥିଲେ। ସେ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମୁସଲମାନ ମହିଳା।[୧][୨][୩][୪][୫]
ସୋଫିଆ ଫିର୍ଦୋସ Sofia Firdous | |
---|---|
ବିଧାୟକ: ୧୭ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୨୪ – ଏବେଯାଏଁ | |
ପୂର୍ବ ଅଧିକାରୀ | ମହମ୍ମଦ ମୋକିମ୍ |
ନିର୍ବାଚନ ମଣ୍ଡଳୀ | ବାରବାଟି-କଟକ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୯୯୨ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସେଖ଼ ମୌରାଜୁଲ |
ବାପା/ବୋଉ | ମହମ୍ମଦ ମୋକିମ୍ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୋଫିଆଙ୍କ ପିତା ମହମ୍ମଦ ମୋକିମ ଜଣେ ରାଜନେତା।[୬] ସେ ଭାରତୀୟ ଜାତୀୟ କଂଗ୍ରେସ ଦଳର ସଦସ୍ୟ। ସେ ମଧ୍ୟ ବାରବାଟୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଟକର ସେଣ୍ଟ ଯୋଶେଫ ବିଦ୍ୟାଳୟ ଓ ରେଭେନ୍ସା ଜୁନିୟର କଲେଜରୁ ପାଠ ପଢ଼ିଛନ୍ତି। ସେ କିଟ୍ ବିଶ୍ୱବିଦ୍ୟାଳୟରୁ ସିଭିଲ ଇଞ୍ଜିନିୟରିଂରେ ଓ ଆଇଆଇଏମ, ବେଙ୍ଗାଲୁରୁରୁ ଏମବିଏ ଡିଗ୍ରୀ ପ୍ରାପ୍ତ କରିଛନ୍ତି।[୭][୮]
ସୋଫିଆ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ ସକ୍ରିୟ । ୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ କଂଗ୍ରେସର ପ୍ରାର୍ଥୀ ଭାବରେ ବାରବାଟି-କଟକ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ, ସେ ସମୁଦାୟ ୫୩,୩୩୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କୁ ୮,୦୦୧ ଖଣ୍ଡ ଭୋଟ୍ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୯]
ରାଜନୀତିରେ ଯୋଗଦାନ କରିବା ପୂର୍ବରୁ ସେ ରିଅଲ ଇଷ୍ଟେଟ ବ୍ୟବସାୟ କରୁଥିଲେ।[୧୦] ସେ ଶେଖ ମୁରାଜୁଲ ହକଙ୍କୁ ବିବାହ କରିଛନ୍ତି।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.