ଓଡ଼ିଆ ଅଭିନେତା From Wikipedia, the free encyclopedia
ସୁରେଶ ବଳ, ଜଣେ ଓଡ଼ିଆ ଅଭିନେତା ।[1] ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥାନ୍ତି । ସେ ମୁଖ୍ୟତଃ ବାଙ୍କୁ ଭାବରେ ଲୋକୋପ୍ରିୟତା ଅର୍ଜନ କରିଛନ୍ତି । ସୁରେଶ ୧୯୭୭ ମସିହାରେ ସୁନା ସଂସାର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ଅଭିନୟ କରିଥିଲେ । ସୁରେଶ ମୁଖ୍ୟତଃ ଚରିତ୍ର ଅଭିନେତା, ଖଳନାୟକ, ହାସ୍ୟ କଳାକାର ଭାବରେ ଅଭିନୟ କରନ୍ତି । ସେ ଏ ପର୍ଯ୍ୟନ୍ତ ୮୦ଟିରୁ ଅଧିକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଲେଣି ।
ସୁରେଶ ବଳ | |
---|---|
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୭୭ରୁ-ଏବେଯାଏଁ |
ବୈବାହିକ-ସାଥୀ | ତୃପ୍ତି ସିହ୍ନା |
ସୁରେଶ ବଳ ୧୯୭୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ କଥାଚିତ୍ର ଥିଲା ସୁନା ସଂସାର । ଏହାପରେ ସେ ବଳିଦାନ, ଗୌରୀ, ସମର ସଲିମ ସାଇମନ, ବାଜେ ବଇଁଶୀ ନାଚେ ଘୁଙ୍ଗୁର, ଏଇ ଆମ ସଂସାର ଭଳି କଥାଚିତ୍ରରେ ଅଭିନୟ କରିଥିଲେ ।
୧୯୮୬ ମସିହାରେ କଥାଚିତ୍ର ଯୋର ଯା'ର ମୂଲକ ତାରରେ ସେ ବାସୁ ଭୂମିକାରେ ଅଭିନୟ କରିଥିଲେ, ଯେଉଁଥିରେ ସେ ଅଭିନେତା ହର ପଟ୍ଟନାୟକଙ୍କ ସହଯୋଗୀ ଭୂମିକାରେ ଏକ ହାସ୍ୟ ଅଭିନେତା ଭାବରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସୁରେଶ ଅନେକ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥଲେ । ସେ ବର୍ତ୍ତମାନ ପର୍ଯ୍ୟନ୍ତ ୮୦ଟିରୁ ଅଧିକ କଥାଚିତ୍ରରେ ଅଭିନୟ କରିଛନ୍ତି ।
ସୁରେଶ କଥାଚିତ୍ର ବ୍ୟତୀତ ଓଡ଼ିଆ ଦୂରଦର୍ଶନ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି । ଇ ଟିଭି ଓଡ଼ିଆରେ ପ୍ରସାରିତ ଧାରାବାହିକ ଗାୟତ୍ରୀରେ ସେ ଏକ ଦ୍ୱୈତ ଭୂମିକା, ନିତିଆ'ଦି ଓ ତାଙ୍କର ଭାଇ ଭୂମିକାରେ ଅଭିନୟ କରିଥିଲେ ।
ଧାରାବାହିକ | ଚେନାଲ୍ | ଭୂମିକା |
---|---|---|
ଗାୟତ୍ରୀ | ଇ ଟିଭି ଓଡ଼ିଆ | ନିତିଆ'ଦି |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.