![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/a/a3/International_Symbol_for_Deafness.jpg/640px-International_Symbol_for_Deafness.jpg&w=640&q=50)
ବଧିରତା
From Wikipedia, the free encyclopedia
ବଧିରତା, ବଧିରତ୍ତ୍ୱ କିମ୍ବା କାଲା ଦୋଷ ଗୋଟିଏ ଅବସ୍ଥା ଯେଉଁଥିରେ ଶ୍ରବଣ ଶକ୍ତି ଆଂଶିକ ବା ସମ୍ପୁର୍ଣ୍ଣ ଲୋପ ପାଇଥାଏ[1] । ଏହା ଗୋଟିଏ ବା ଉଭୟ କାନରେ ହୋଇପାରେ । [2] ପିଲାଙ୍କର ଏହି ଦୋଷ ଥିଲେ ଭାଷା ଶିଖିବାରେ ଅସୁବିଧା ହୁଏ ଓ ବଡ଼ ମଣିଷମାନଙ୍କର କର୍ମକ୍ଷେତ୍ରରେ ଅସୁବିଧା ହୁଏ । [3] କେତେକ ଲୋକ ଯଥା ବୃଦ୍ଧମାନେ ଶ୍ରବଣ ହାନୀ ଫଳରେ ଏକାକୀ ହୋଇଯାଆନ୍ତି । କାଲାଦୋଷ କୁହାଯାଏ ଯେତେବେଳେ ଅତି ସାମାନ୍ୟ ବା ଆଦୌ ଶ୍ରବଣ ଶକ୍ତି ନ ଥାଏ । [2] ବୟସ ଦୋଷ, ଉଚ୍ଚ ଧ୍ୱନୀ, ବ୍ୟାଧି, ରାସାୟନିକ ପଦାର୍ଥ ଓ ଆଘାତ ଇତ୍ୟାଦିଦ୍ୱାରା ଏହି ଦୋଷ ହୁଏ । ଡେସିବେଲ ଏକକଦ୍ୱାରା ବଧିରତାର ପରିମାଣ ନିର୍ଧାରଣ କରାଯାଏ । ଏହି ଦୋଷ ବିଭିନ୍ନ ପରିମାଣର ହୋଇ ପାରେ, ଯଥା ସାମାନ୍ୟ, ମଧ୍ୟମ, ମଧ୍ୟମ ଭୟାବହ, ଭୟାବହ କିମ୍ବା ଆତଙ୍କ ଜନକ । କେତେକ ଉପାୟଦ୍ୱାରା ବଧିରତାକୁ ରୋକା ଯାଇ ପାରିବ କିନ୍ତୁ କେତେକ କ୍ଷେତ୍ରରେ ଏହା ରୋକା ଯାଇ ପାରିବ ନାହିଁ ବା ପୂର୍ବାବସ୍ଥାକୁ ଫେରାଇ ଆଣି ହେବ ନାହିଁ । ଆଂଶିକ ବଧିର ଶୁଣିବା ନିମନ୍ତେ ଅନେକ ପ୍ରକାରର ଯନ୍ତ୍ର ଆବିସ୍କାର କରାଗଲାଣି ।
ଶ୍ରବଣ ହାନୀ | |
---|---|
![]() ବଧିରତାର ଆନ୍ତର୍ଜାତୀୟ ଚିହ୍ନ | |
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | otolaryngology[*] |
ଆଇସିଡ଼ି-୧୦ | H90.-H91. |
ଆଇସିଡ଼ି-୯-ସିଏମ୍ | 389 |
ମେଡ଼ିସିନ-ପ୍ଲସ | 003044 |
ଇ-ମେଡ଼ିସିନ | article/994159 |
MeSH | D034381 |