![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2e/Sulfur.jpg/640px-Sulfur.jpg&w=640&q=50)
ରାସାୟନିକ ମୌଳିକ
From Wikipedia, the free encyclopedia
ରାସାୟନିକ ମୌଳିକ ହେଉଛି ଏକ ବିଶୁଦ୍ଧ ରାସାୟନିକ ବସ୍ତୁ ଯାହାକି ଗୋଟିଏ ପ୍ରକାରର ପରମାଣୁ ବହନ କରିଥାଏ । କୌଣସି ବସ୍ତୁରେ ଏକାଧିକ ପ୍ରକାରର ପରମାଣୁ ଥିଲେ ତାହାକୁ ଯୌଗିକ କୁହାଯାଏ । ମୌଳିକ ମୁଖ୍ୟତଃ କଠିନ, ତରଳ କିମ୍ବା ଗ୍ୟାସ୍ ହୋଇପାରେ । ମୌଳିକର ଗୁଣ ବହନ କରୁଥିବା କ୍ଷୁଦ୍ରତମ କଣିକାକୁ ପରମାଣୁ କୁହାଯାଏ ।
![Thumb image](http://upload.wikimedia.org/wikipedia/commons/thumb/2/2e/Sulfur.jpg/320px-Sulfur.jpg)
![Thumb image](http://upload.wikimedia.org/wikipedia/commons/thumb/b/bd/Brom_amp.jpg/220px-Brom_amp.jpg)
ଗୋଟିଏ ମୌଳିକରେ ଗୋଟିଏ ପ୍ରକାରର ପରମାଣୁ ଥାଆନ୍ତି । ପରମାଣୁରେ ଥିବା ପ୍ରୋଟନ୍ ସଂଖ୍ୟାକୁ ଏହାର 'ପରମାଣୁ ସଂଖ୍ୟା' ବା 'ପରମାଣୁ କ୍ରମାଙ୍କ' କୁହାଯାଏ । ଦୃଷ୍ଟାନ୍ତ ସ୍ୱରୂପ, ୬ଟି ପ୍ରୋଟନ୍ ଥିବା ପରମାଣୁ ଗୁଡ଼ିକ ଅଙ୍ଗାରକର ଓ ୯୨ଟି ପ୍ରୋଟନ୍ ଥିବା ପରମାଣୁ ଗୁଡ଼ିକ ହେଉଛି ୟୁରାନିୟମ୍ର ।
ସମସ୍ତ ବସ୍ତୁର ମୂଳ ହେଉଛି ମୌଳିକ । ଏମାନେ ମିଶି ଅଣୁ ଗଠନ କରନ୍ତି ।
![Thumb image](http://upload.wikimedia.org/wikipedia/commons/thumb/8/84/Periodic_table.svg/640px-Periodic_table.svg.png)
ଆଜି ପର୍ଯ୍ୟନ୍ତ ୧୧୮ଟି ମୌଳିକ ଆବିଷ୍କାର କରାଯାଇଛି । ତନ୍ମଧ୍ୟରୁ ୯୨ଟି ମୌଳିକ ପ୍ରକୃତିରୁ ମିଳେ ଏବଂ ମାନବ ଶରୀର ୨୬ଟି ମୌଳିକକୁ ନେଇ ଗଠିତ । ଅନ୍ୟଗୁଡ଼ିକ ଗବେଷଣାଗାରରେ ପ୍ରସ୍ତୁତ କରାଯାଏ । ୧୭୮୯ରେ ଶେଷ ପ୍ରାକୃତିକ ମୌଳିକ ଭାବେ ୟୁରାନିୟମ୍ ଆବିଷ୍କାର କରାଯାଇଥିଲା । ୧୯୩୭ରେ ପ୍ରଥମ କୃତ୍ରିମ ମୌଳିକ ଟେକ୍ନେଟିୟମ୍ ପ୍ରସ୍ତୁତ କରାଯାଇଥିଲା ।
ରାସାୟନିକ ମୌଳିକମାନଙ୍କୁ ପର୍ଯ୍ୟାୟ ସାରଣୀରେ ସଜାଯାଇଥାଏ । ସାରଣୀରୁ ମୌଳିକମାନଙ୍କର ଗୁଣ ଓ ଅନ୍ୟ ମୌଳିକମାନଙ୍କ ସହ ତୁଳନା ଜଣା ପଡ଼ିଥାଏ ।