ବୈଜ୍ଞାନିକ From Wikipedia, the free encyclopedia
ମାଇକେଲ ଫାରାଡ଼େ, ଇଂରେଜ ପଦାର୍ଥ ବିଜ୍ଞାନୀ ଏବଂ ରସାୟନବିଦ ଥିଲେ । ସେ ବିଦ୍ୟୁତ୍ ସ୍ରୋତର ଚୁମ୍ବକୀୟ ପ୍ରଭାବ ଆବିଷ୍କାର କରିଥିଲେ । ସେ ବିଦ୍ୟୁତ୍-ଚୁମ୍ବକୀୟ ପ୍ରେରଣର ଗବେଷଣା କରି ତାକୁ ନିୟମଭୁକ୍ତ କରିଥିଲେ । ଏହାଦ୍ୱାରା ଡାଇନାମୋ ଏବଂ ବିଦ୍ୟୁତ୍ ମୋଟରର ନିର୍ମାଣ ହୋଇଥିଲା । ପରେ 'ଗସ' (Gauss) ଙ୍କର ବିଦ୍ୟୁତ-ଚୁମ୍ବକତ୍ୱର ଚାରି ସମୀକରଣରେ ଫାରାଡ଼େଙ୍କର ଏହି ନିୟମ ମଧ୍ୟ ମିଶିଲା । ଫାରାଡ଼େ ବିଦ୍ୟୁତ୍ ରସାୟନ ଉପରେ ମଧ୍ୟ ଅନେକ ଗବେଷଣା କରିଥିଲେ ଏବଂ ଦୁଇଟି ନିୟମ ମଧ୍ୟ ଦେଇଥିଲେ ।
ମାଇକେଲ୍ ଫାରାଡ଼େ | |
---|---|
ଜନ୍ମ | |
ମୃତ୍ୟୁ | ୨୫ ଅଗଷ୍ଟ ୧୮୬୭ ୭୫) | (ବୟସ
ଜାତୀୟତା | ଇଂରେଜ |
ପ୍ରସିଦ୍ଧି | ଫାରାଡ଼େଙ୍କ ପ୍ରେରଣ ନୀୟମ ବିଦ୍ୟୁତ୍ ରସାୟନ ଫାରାଡ଼େ ପ୍ରଭାବ ଫାରାଡ଼େ ଯନ୍ତା ଫାରାଡ଼େ ସ୍ଥିରାଙ୍କ ଫାରାଡ଼େ କପ୍ ଫାରାଡ଼େଙ୍କ ବିଦ୍ୟୁତ୍ ବିଘଟନ ନୀୟମ ଫାରାଡ଼େ ବିରୋଧାଭାସ ଫାରାଡ଼େ ଘୂର୍ଣନକାରୀ ଫାରାଡ଼େ-ଦକ୍ଷତା ପ୍ରଭାବ ଫାରାଡ଼େ ତରଙ୍ଗ ଫାରାଡ଼େ ଚକ୍ର ବଳରେଖା |
ପୁରସ୍କାର | ରୟାଲ୍ ପଦକ (୧୮୩୫ ଏବଂ ୧୮୪୬) କୋପ୍ଲେ ପଦକ (୧୮୩୨ ଏବଂ ୧୮୩୮) ରମ୍ଫୋର୍ଡ୍ ପଦକ (୧୮୪୬) |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | ପଦାର୍ଥ ବିଜ୍ଞାନ ଏବଂ ରସାୟନ ବିଜ୍ଞାନ |
କର୍ମାନୁଷ୍ଠାନ | ରୟାଲ୍ ଇନ୍ଷ୍ଟିଚୁଟ୍ |
ପ୍ରଭାବିତ କରିଥିଲେ | ହମ୍ଫ୍ରୀ ଡେଭୀ ବିଲିୟମ୍ ଥୋମାସ୍ ବ୍ରାଣ୍ଡେ |
ଦସ୍ତଖତ | |
ଏହି ମହାନ ବୈଜ୍ଞାନିକଙ୍କର ଜନ୍ମ ୨୨ ସେପ୍ଟେମ୍ବର, ୧୭୯୧ରେ ହୋଇଥିଲା । ତାଙ୍କ ପିତା ବହୁତ ଗରିବ ଥିଲେ ଓ କମାର କାମ କରୁଥିଲେ । ସେ ତାଙ୍କର ପେଷାଗତ ଜୀବନ ଲଣ୍ଡନରେ ବହିବନ୍ଧାଳୀ ଚାକିରୀରୁ ଆରମ୍ଭ କରିଥିଲେ । ସମୟ ମିଳିଲେ ସେ ରସାୟନ ଏବଂ ବିଦ୍ୟୁତ୍ ବିଜ୍ଞାନ ଆଧାରିତ ପୁସ୍ତକ ପଢୁଥିଲେ । ସନ୍ ୧୮୧୩ରେ ପ୍ରସିଦ୍ଧ ରସାୟନବିଦ, ସାର୍ ହାମ୍ପ୍ରୀ ଡେଭୀଙ୍କର ଉଦବୋଧନ ଶୁଣିବାର ସୌଭାଗ୍ୟ ତାଙ୍କୁ ପ୍ରାପ୍ତ ହେଲା । ଏହି ଉଦବୋଧନ ଉପରେ ଟୀକା ଲେଖି ଫାରାଡ଼େ ଡେଭୀଙ୍କ ପାଖକୁ ପଠାଇଲେ । ସାର୍ ହାମ୍ପ୍ରୀ ଡେଭୀ ଏହି ଟୀକାଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହେଲେ ଓ ନିଜ ଗବେଷଣାଗାରରେ ତାଙ୍କୁ ସହଯୋଗୀ ରଖିଲେ । ଫାରାଡ଼େ ମନଧ୍ୟାନ ଦେଇ କାମ କଲେ ଓ ୧୮୩୩ ଖ୍ରୀଷ୍ଟାବ୍ଦରେ ରୟାଲ୍ ଇନ୍ଷ୍ଟିଚ୍ୟୁଟରେ ରସାୟନ ଅଧ୍ୟାପକ ହେଲେ ।
ନିଜ ଜୀବନକାଳରେ ଫାରାଡ଼େ ଅନେକ ଗବେଷଣା ତଥା ଅନୁସନ୍ଧାନ କରିଛନ୍ତି । ୧୮୩୧ରେ ବିଦ୍ୟୁତ୍ ଚୁମ୍ବକୀୟ ପ୍ରେରଣ ଉପରେ ଗୁରୁତ୍ୱପୂର୍ଣ ସନ୍ଧାନ କଲେ । ଚୁମ୍ବକୀୟ କ୍ଷେତ୍ରରେ ଏକ ଆର୍ମେଚର ଘୁରେଇ ସେ ବିଦ୍ୟୁତ୍ ବାହକ ବଳ ଉତ୍ପନ୍ନ କଲେ । ଏହି ସିଦ୍ଧାନ୍ତ ଉପରେ ଭବିଷ୍ୟତର ଜେନେରେଟର୍ (generator) ତିଆରି ହେଲା ଏବଂ ଆଧୁନିକ ବିଦ୍ୟୁତ୍ ଇଞ୍ଜିନିୟରିଂର ମୂଳଦୁଆ ପଡ଼ିଲା । ସେ ବିଦ୍ୟୁତ୍ଦ୍ରାବକ (Electrolyte) ଉପରେ ନିୟମ ସ୍ଥାପନ କଲେ ଯାହାକୁ ଫାରାଡ଼େଙ୍କ ନିୟମ କୁହାଯାଏ । ବିଦ୍ୟୁତ୍ଦ୍ରାବକରେ ଯେଉଁ ବୈଜ୍ଞାନିକ ଶବ୍ଦର ପ୍ରୟୋଗ କରାଯାଏ, ସେଗୁଡ଼ିକର ନାମକରଣ ମଧ୍ୟ ଫାରାଡ଼େ କରିଥିଲେ । ସେ କ୍ଲୋରିନ୍ ଗ୍ୟାସ୍ର ଦ୍ରବଣ କରିବାରେ ମଧ୍ୟ ସଫଳ ହେଲେ । ସେ ଅନେକ ପୁସ୍ତକ ଲେଖିଛନ୍ତି, ଯେଉଁଥିରେ ସବୁଠୁ ଉପଯୋଗୀ "ବିଦ୍ୟୁତ୍ର ପ୍ରାୟୋଗିକ ଗବେଷଣା" (Experimental Researches in Electricity) ଅଟେ ।
ଫାରାଡ଼େ ଜୀବନ ସାରା ଅନେକ ଉଦ୍ଭାବନ କରିଛନ୍ତି । ସେ ଏତେ ନମ୍ର ଥିଲେ ଯେ କୌଣସି ଉପାଧି ବା ପଦ ଗ୍ରହଣ କରୁ ନ ଥିଲେ । ରୟାଲ୍ ସୋସାଇଟିର ଅଧ୍ୟକ୍ଷ ପଦ ମଧ୍ୟ ଅଗ୍ରାହ୍ୟ କରିଦେଲେ । ତାଙ୍କ ପରି ମନ ଓ ପ୍ରାଣରେ କାର୍ଯ୍ୟ କରି, ମହାନ ବୈଜ୍ଞାନିକ ହେବାର ଭଲ ଉଦାହରଣ ବୈଜ୍ଞାନିକ ଇତିହାସରେ ଖୁବ କମ୍ ମିଳେ । ଡେଭୀ ସବୁବେଳେ ଫାରାଡ଼େଙ୍କୁ ନିଜର ସବୁଠୁ ବଡ଼ ଆବିଷ୍କାର ଭାବୁଥିଲେ ।
ଏହି ମହାନ ବୈଜ୍ଞାନିକଙ୍କ ମୃତ୍ୟୁ ୧୮୬୭ ମସିହା ଅଗଷ୍ଟ ୨୫ତାରିଖରେ ହୋଇଥିଲା ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.