ଡିସଲିପିଡେମିଆ ରୋଗ ହେଲେ ରକ୍ତରେ ଅସ୍ୱାଭାବିକ ଲିପିଡ ବା ସ୍ନେହସାର ପରିମାଣ ବୃଦ୍ଧି ପାଏ । From Wikipedia, the free encyclopedia
ଡିସଲିପିଡେମିଆ ରୋଗ ହେଲେ ରକ୍ତରେ ଅସ୍ୱାଭାବିକ ଲିପିଡ ବା ସ୍ନେହସାର ପରିମାଣ ବୃଦ୍ଧି ପାଏ ।[1] ଏହାକୁ ଛଅ ପ୍ରକାରରେ ବିଭକ୍ତ କରାଯାଇଛି ଯଥା:- ଅଧିକ ସମୁଦାୟ କୋଲେଷ୍ଟେରଲ ସ୍ତର, ଅଧିକ ଏଲଡିଏଲ କୋଲେଷ୍ଟେରଲ ସ୍ତର, କମ୍ ଏଚଡିଏଲ କୋଲେଷ୍ଟେରଲ ସ୍ତର, ଅଧିକ ଟ୍ରାଇଗ୍ଲିସେରାଇଡ କିମ୍ବା ଅଧିକ ଆପୋଲିପୋପ୍ରୋଟିନ ମିଶ୍ରଣ ହୋଇପାରେ । [1] ସାଧାରଣତଃ ଏହି ରୋଗରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ, ଯଦିଓ ବେଳେବେଳେ ଚର୍ମରେ ହଳଦିଆ ରଙ୍ଗର ଲିପିଡ ଜମାହୋଇଯାଏ । [1] [2] ଏହି ରୋଗ ଜଟିଳ ହେଲେ ହୃଦରକ୍ତନାଳୀ ରୋଗ, ଷ୍ଟ୍ରୋକ, ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ । [1] [2]
Dyslipidemia | |
---|---|
ବିଭାଗ | Cardiology |
ଲକ୍ଷଣ | None, yellowish lipid deposits in the skin[1][2] |
ବିପଦ କାରକ | Genetics, poor diet, inactivity, obesity, smoking, diabetes, nephrotic syndrome, biliary obstruction, hypothyroidism, certain medications[1][2] |
ରୋଗ ନିର୍ଣ୍ଣୟ ପଦ୍ଧତି | Blood tests for total, LDL, and HDL cholesterol, and triglycerides[1] |
ଚିକିତ୍ସା | Lifestyle changes, medications[1] |
ପୁନଃପୌନିକ | Common[1] |
ଏହି ରୋଗର କାରଣଗୁଡ଼ିକରେ ଖରାପ ଖାଦ୍ୟ, ନିଷ୍କ୍ରିୟତା, ମେଦବହୁଳତା, ଅତ୍ୟଧିକ ମଦ୍ୟପାନ ଏବଂ ଧୂମପାନ ଅନ୍ତର୍ଭୁକ୍ତ ହୋଇପାରେ | [1] [2] ମଧୁମେହ, ନେଫ୍ରୋଟିକ୍ ସିଣ୍ଡ୍ରୋମ, ବିଲିଆରି ଅବରୋଧ, ହାଇପୋଥାଇରଏଡିଜିମ୍ ଏବଂ କେତେକ ଔଷଧ ଯୋଗୁ ମଧ୍ୟ ଏହି ରୋଗ ସୃଷ୍ଟି ହୋଇପାରେ | [1] [2] ପାରିବାରିକ ହାଇପରକୋଲେଷ୍ଟେରୋଲେମିଆ ଭଳି ରୋଗ କେତେକ ପରିବାରରେ ଦେଖାଯାଏ । [1] ରକ୍ତରେ ସମୁଦାୟ ଏଲଡିଏଲ ଓ ଏଚଡିଏଲ କୋଲେଷ୍ଟେରୋଲ ଏବଂ ଟ୍ରାଇଗ୍ଲିସେରାଇଡ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଏ ।[1]
ଅଧିକ ପନିପରିବା ଥିବା ଖାଦ୍ୟ ଏବଂ ବ୍ୟାୟାମ ସାହାଯ୍ୟରେ ଜୀବନଚର୍ଯ୍ୟାରେ ପରିବର୍ତ୍ତନ କରି ଚିକିତ୍ସା କରାଯାଏ ।[1] ଡିସଲିପିଡେମିଆର ପ୍ରକାର ଉପରେ ଅନ୍ୟାନ୍ୟ ଚିକିତ୍ସା ନିର୍ଭର କରେ | [2] ଯଦି ଔଷଧ ବ୍ୟବହାର ଆବଶ୍ୟକ ହୁଏ, ତେବେ ପ୍ରାରମ୍ଭିକ ପସନ୍ଦ ସାଧାରଣତଃ ଷ୍ଟାଟିନ ଅଟେ | [1] ବର୍ଦ୍ଧିତ ବୟସରେ ରୋଗ ସାଧାରଣତଃ ଅଧିକ ହୁଏ। [1] ୨୦ ବର୍ଷ ବୟସ ଉପରେ ଥିବା ୩୪% ଲୋକଙ୍କୁ ଉଚ୍ଚ କୋଲେଷ୍ଟେରୋଲ ପ୍ରଭାବିତ କରିଥାଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.