From Wikipedia, the free encyclopedia
ଟ୍ରାନେକ୍ସାମିକ ଏସିଡ (ଇଂରାଜୀ ଭାଷାରେ Tranexamic acid ବା TXA) ଏକ ଔଷଧ ଯାହା ରକ୍ତସ୍ରାବର (blood loss) ଚିକିତ୍ସା ଓ ପ୍ରତିଷେଧ ଭାବରେ ବିଭିନ୍ନ ଅବସ୍ଥା ଯେପରିକି ବଡ଼ ଆଘାତ (major trauma), ଅପରେଶନ, ଦାନ୍ତ ବାହାର କରିବା (tooth removal) ସମୟରେ, ନାକରୁ ରକ୍ତସ୍ରାବ ଓ ମେନୋରେଜିଆ (heavy menstruation) ବା ଅତ୍ୟଧିକ ପରିମାଣର ଊତୁସ୍ରାବ ଇତ୍ୟାଦି ହେଲେ ଦିଆଯାଏ ।[1] ଆଉ ମଧ୍ୟ ଏହା ହେରେଡିଟାରି ଅଞ୍ଜିଓଇଡିମା (hereditary angioedema) ରୋଗରେ ଦିଆଯାଏ ।[1][2] ଏହି ଔଷଧ ପାଟିରେ ବା ଶିରାଭ୍ୟନ୍ତରରେ (injection into a vein) ଦିଆଯାଏ ।[1]
Clinical data | |
---|---|
Pronunciation | \ˌtran-eks-ˌam-ik-\ |
Trade names | Cyklokapron, others |
AHFS/Drugs.com | FDA Professional Drug Information |
Pregnancy category |
|
Routes of administration | by mouth, injection |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 34% |
Elimination half-life | 3.1 h |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.013.471 |
Chemical and physical data | |
Formula | C8H15NO2 |
Molar mass | 157.21 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହି ଔଷଧର କ୍ୱଚିତ କୌଣସି ପ୍ରତିକ୍ରିୟା ଦେଖାଯାଏ ।[2] ଅଳ୍ପ କେତେକ କ୍ଷେତ୍ରରେ ବର୍ଣ୍ଣ ଦୃଷ୍ଟି (color vision) ପରିବର୍ତ୍ତନ, ରକ୍ତ ଜମାଟ (blood clots) ଓ ଆଲର୍ଜି ପ୍ରତିକ୍ରିୟା (allergic reaction) ହୋଇପାରେ ।[2] ବୃକ୍କ ରୋଗ ଥିଲେ ଏହି ଔଷଧ ଦେବାବେଳେ ସତର୍କ ରହିବାକୁ ସୁପାରିସ କରାଯାଏ ।[3] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଦେବା ନିରାପଦ ଜଣାଯାଏ ।[2][4] ଆଣ୍ଟିଫିବ୍ରିନୋଲାଇଟିକ (antifibrinolytic) ଶ୍ରେଣୀର ଟ୍ରାନେକ୍ସାମିକ ଏସିଡ ଏକ ଔଷଧ ।[3]
ସନ ୧୯୬୨ରେ ଉଟାକୋ ଓକୋମାଟା (Utako Okamoto) ପ୍ରଥମେ ଟ୍ରାନେକ୍ସାମିକ ଏସିଡ ଆବିଷ୍କାର କରିଥିଲେ ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ନାମରେ (generic medication) ବିକ୍ରୟ ହୁଏ ।[7] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ କୋର୍ଷର କ୍ରୟ ମୂଲ୍ୟ ୪.୩୮ରୁ ୪.୮୯ ଆମେରିକୀୟ ଡଲାର ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ହୋଲସେଲ ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.