ଏହା ଏକ ଅବସାଦରୋଧୀ ଶ୍ରେଣୀର ଔଷଧ । From Wikipedia, the free encyclopedia
ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ( TCAs ) ଏକ ଅବସାଦରୋଧୀ ଶ୍ରେଣୀର ଔଷଧ ଯାହା ମୁଖ୍ୟତଃ ସ୍ନାୟୁ ଜନିତ ଯନ୍ତ୍ରଣା ଓ ଅବସାଦଗ୍ରସ୍ତ ରୋଗୀଙ୍କୁ ଦିଆଯାଏ ଯେତେବେଳେ ଅନ୍ୟାନ୍ୟ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଔଷଧଗୁଡିକ ପ୍ରଭାବଶାଳୀ ହୁଏନି ।[1] ଅଧକପାଳି ପ୍ରତିଷେଧ, ଶୋଇବାରେ ଅସୁବିଧା ଏବଂ ଉଦ୍ବେଗ ରୋଗମାନଙ୍କ ନିମନ୍ତେ ମଧ୍ୟ ଦିଆଯାଇପାରେ ।[2] ଉଦାସୀନତା ପାଇଁ ସେମାନେ ସେଲେକ୍ଟିଭ ସେରୋଟୋନିନ ରିଅପଟେକ ଇନହିବିଟର ଭଳି କାମ କରନ୍ତି କିନ୍ତୁ ଅଧିକ ମାତ୍ରାରେ ଦେଲେ ଅଧିକ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[3] ସେଗୁଡିକ ପାଟିରେ ଦିଆଯାଏ । [3]
ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ | |
---|---|
Drug class | |
Class identifiers | |
Chemical class | Tricyclic |
External links | |
MeSH | D000929 |
In Wikidata |
ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ମୂତ୍ର ଧାରଣ ଏବଂ ଜାଲଜାଲୁଆ ଦୃଷ୍ଟି ହୋଇପାରେ | [1] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ସ୍ପନ୍ଦନ, ନିମ୍ନ ରକ୍ତଚାପ ଏବଂ ବାତ ହୋଇପାରେ ।[3] ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଅତ୍ୟଧିକ ମାତ୍ରାରେ ଦେଲେ ମୃତ୍ୟୁ ହୋଇପାରେ । [3] ଏହି ଔଷଧ ହଠାତ୍ ବନ୍ଦ କରିବାଦ୍ୱାରା ପ୍ରତ୍ୟାହାର ହୋଇପାରେ ।[3] ପୁନଃ ଗ୍ରହଣକୁ ଅବରୋଧ କରିବାଦ୍ୱାର ସେରୋଟୋନିନ ଏବଂ ନର୍-ଏପିନେଫ୍ରିନ ସ୍ତର ବୃଦ୍ଧି କରି ସେମାନେ କାର୍ଯ୍ୟକ୍ଷମ ହୁଅନ୍ତି ବୋଲି ବିଶ୍ୱାସ କରାଯାଏ । [3]
୧୯୫୦ ଦଶକର ଶେଷ ଭାଗରେ ଟ୍ରାଇସାଇକ୍ଲିକ୍ ଆଣ୍ଟିଡିପ୍ରେସାଣ୍ଟ ଡାକ୍ତରୀ ବ୍ୟବହାରରେ ଆସିଥିଲା । [4] ୧୯୮୦ ଦଶକ ଆରମ୍ଭରେ ଏହାର ବ୍ୟବହାର କମିଯାଇଛି । [5] ଏହାର ଏକ ସଂସ୍କରଣ ଜେନେରିକ ଔଷଧ ଭାବରେ ଉପଲବ୍ଧ ଏବଂ ଅପେକ୍ଷାକୃତ ଶସ୍ତା ଅଟେ । [1] ରାସାୟନିକ ଗଠନ ଅନୁସାରେ ସେଗୁଡ଼ିକର ନାମକରଣ କରାଯାଏ, ଯେଉଁଥିରେ ତିନୋଟି ପରମାଣୁ ରିଙ୍ଗ ରହିଥାଏ । [5]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.