From Wikipedia, the free encyclopedia
ଛତିଶଗଡ଼ୀ ବା ଲରିଆ (ଇଂରାଜୀ: Chhattisgarhi; ଦେବନାଗରୀ: छत्तीसगढ़ी) ଭାରତୀୟ ରାଜ୍ୟ ଛତିଶଗଡ଼ର ରାଜଭାଷା । ଏହା ୧୭.୫ ମିଲିଅନ ଲୋକଙ୍କଦ୍ୱାରା କଥିତ । [1] ଏହା ଏକ ପୂର୍ବ ହିନ୍ଦୀ ଭାଷା ଓ ମୁଣ୍ଡା ଏବଂ ଦ୍ରାବିଡ଼ ଭାଷାସମୂହ ସହ ଅନେକାଂଶରେ ଭାଷାଭିତ୍ତିକ ସମାନ ।[3] ଛତିଶଗଡ଼ୀ ଆଖପାଖ ପାହାଡ଼ିଆ ଅଞ୍ଚଳରେ "ଖଲତାହି" ଓ ଛତିଶଗଡ଼କୁ ଲାଗିଥିବା ଓଡ଼ିଶାର ଲୋକଙ୍କ ଭିତରେ "ଲରିଆ" ନାମରେ ଜଣା । [4] [5] ଏହି ଭାଷାଭାଷୀ ଲୋକେ ଛତିଶଗଡ଼, ମଧ୍ୟ ପ୍ରଦେଶ ଓ ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରନ୍ତି । ଛତିଶଗଡ଼ୀ ଭାଷାକୁ ଭାଷାଗତ ଓ ଚଳଣିଗତ ପରିଚୟ ତଥା ଅଧିକ ଶାସନ ସୁବିଧା ଦେବା ନିମନ୍ତେ ୧୯୨୦ରେ ଚଳଣିଗତ ଓ ରାଜନୀତିକ ଆନ୍ଦୋଳନ ଆରମ୍ଭ ହୋଇଥିଲା। ଏହାର ପ୍ରଭାବରେ ୨୦୦୦ ମସିହାରେ ମଧ୍ୟ ପ୍ରଦେଶର ୧୬ଟି ଜିଲ୍ଲାକୁ ନେଇ ଛତିଶଗଡ଼ ରାଜ୍ୟ ଗଠିତ ହେଲା ।
ଛତିଶଗଡ଼ୀ | |
---|---|
छत्तीसगढ़ी | |
Native to | ଭାରତ |
ଅଞ୍ଚଳ | ଛତିଶଗଡ଼, ମଧ୍ୟ ପ୍ରଦେଶ, ଝାଡ଼ଖଣ୍ଡ, ଓଡ଼ିଶା, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ |
ମାତୃଭାଷୀ | ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।[1] (ସରଗୁଜିଆ ଅନ୍ତର୍ଭୁକ୍ତ)</ref> ଜନଗଣନା ଅନୁସାରେ କିଛି ଭାଷାଭାଷୀ ହିନ୍ଦୀଭାଷୀ ଭାବେ ଗଣାଯାଇଛନ୍ତି।[2] |
ଇଣ୍ଡୋ-ଇଉରୋପୀୟ
| |
ଭାଷା କୋଡ୍ | |
ISO ୬୩୯-୩ | Either: hne – ଛତିଶଗଡ଼ୀ sgj – ସରଗୁଜିଆ |
ଗ୍ଲୋଟୋଲୋଗ | chha1249 |
Linguasphere | 59-AAF-ta |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.